ସିଲ୍‌ଭର୍ ସ୍କ୍ରିନ୍‌କୁ ଥରାଇବ ପାଟଣାଗଡ଼ର ପାର୍ସଲ ବୋମା କାହାଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ସିଲ୍‌ଭର୍ ସ୍କ୍ରିନ୍‌କୁ ଥରାଇବ ପାଟଣାଗଡ଼ର ପାର୍ସଲ ବୋମା କାହାଣୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିଲ୍‌ଭର୍ ସ୍କ୍ରିନ୍‌କୁ ଥରାଇବ ପାଟଣାଗଡ଼ର ପାର୍ସଲ ବୋମା କାହାଣୀ। ନିର୍ମାଣାଧୀନ ସିନେମା ‘ପାଟଣାଗଡ଼’ର ସିନ୍, ସିକ୍ୱେନ୍ସ ଆଉ ଦମଦାର୍ ଷ୍ଟାରକାଷ୍ଟରୁ ବାରି ହେଉଛି ଫିଲ୍ମର କେମିତି ହେଉଥିବ ମେକିଂ। ଆଉ ଏହି ଫିଲ୍ମର ଟିଜର୍‌ ଏବେ ବଢ଼ାଇଛି ଦର୍ଶକଙ୍କ ଉତ୍କଣ୍ଠା। ‘ରେଂଜ ରୟାଲ ସିନେ ଲ୍ୟାବ ବ୍ୟାନର’ରେ ଶ୍ରୀଧର ମାର୍ଥା ପ୍ରଯୋଜିତ ଓ ରାଜେଶ ଟଚରିଭରଙ୍କ ନିର୍ଦ୍ଦେଶନାରେ ଜୋର୍‌ସୋର୍‌ରେ ଚାଲିଛି ମୁଭିର ଶୁଟିଂ। ଜେରା କରାଯାଉଛି, ପାଟଣାଗଡ଼ ବ୍ଲାଷ୍ଟର ଖଳନାୟକଙ୍କୁ। କେମିତି ପଠାଇଥିଲା ମୃତ୍ୟୁର ଉପହାର? କାହିଁକି ରଚିଥିଲା ମୃତ୍ୟୁର ଏହି ଷଡ଼ଯନ୍ତ୍ର? ପ୍ରତିଟି ପ୍ରଶ୍ନକୁ ଧରି ଜେରା କରୁଛନ୍ତି ଅଧିକାରୀ। ଏବେ ସେଟ୍‌ରେ ଏମିତି କିଛି ଦୃଶ୍ୟର ଶୁଟିଂ ସହ ତିଆରି ହେଉଛି ମୁଭି। ପାଟଣାଗଡ଼, କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଫିଲ୍ମର ଶୁଟିଂ ଚାଲିଛି।

୨୦୧୮ ଫେବୃୟାରୀ ୨୩ ତାରିଖରେ ଗିଫ୍ଟ ପ୍ୟାକେଟ୍‌ ଖୋଲିବା କ୍ଷଣି ବିସ୍ଫୋରଣରେ ଉଜୁଡ଼ିଗଲା ପାଟଣାଗଡ଼ର ରୀମାରାଣୀଙ୍କ ସଂସାର। ସ୍ୱାମୀଙ୍କ ସହ ଚାଲିଗଲା ୨ଟି ଜୀବନ। ଆଉ ଏଭଳି ମୃତ୍ୟୁର ଉପହାର ପଠାଇଥିବା ପୁଞ୍ଜିଲାଲ୍ ମେହେରର କଳାକାରନାମା ସମଗ୍ର ରାଜ୍ୟରେ ଖେଳାଇ ଦେଇଥିଲା ଚାଞ୍ଚଲ୍ୟ। ସେହି ରିୟଲ୍ ଷ୍ଟୋରୀ ଏବେ ରିଲ୍‌ରେ ଦେଖିବେ ଦର୍ଶକ। ନିର୍ମାଣାଧୀନ ଫିଲ୍ମର ମୁଖ୍ୟ ଖଳନାୟକ ଅର୍ଥାତ ପୁଞ୍ଜିଲାଲ୍ ମେହେରଙ୍କ ଭୂମିକାରେ ଅଛନ୍ତି ଓଲିଉଡ୍‌ କଳାକାର ମନୋଜ ମିଶ୍ର। ଘଟଣାର ପର୍ଦ୍ଦାଫାସ କରିଥିବା କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କ ଭୂମିକାରେ ଆସୁଛନ୍ତି ବଲିଉଡ୍‌ କଳାକାର ଅତୁଲ କୁଲ୍‌କର୍ଣ୍ଣୀ। ସେହିପରି ତେଲୁଗୁ ଇଣ୍ଡଷ୍ଟ୍ରିର ଚର୍ଚ୍ଚିତ ଚେହେରା ତାନିକେଲା ଭରନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ଭିନ୍ନ ଏକ ଚରିତ୍ରରେ।

ଫିଲ୍ମଟି ବର୍ତ୍ତମାନ ଉଭୟ ଓଡ଼ିଆ ଓ ତେଲୁଗୁ ଭାଷାରେ ନିର୍ମାଣ କରାଯାଉଛି। ରିୟଲ୍ ଷ୍ଟୋରୀକୁ ନେଇ ପ୍ରଥମ ଥର ପାଇଁ ପ୍ରସ୍ତୁତ ଏହି ଫିଲ୍ମ ପାଇଁ ୫ କୋଟି ଟଙ୍କାର ବଜେଟ୍ ରହିଛି।



from OdishaReporter https://ift.tt/2Oldbdc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages