ବିରୋଧୀଙ୍କୁ ନିଜ ଶୈଳୀରେ ଜବାବ ଦେଲେ ମୋଦି, ଜାଣନ୍ତୁ ପୂରା ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ବିରୋଧୀଙ୍କୁ ନିଜ ଶୈଳୀରେ ଜବାବ ଦେଲେ ମୋଦି, ଜାଣନ୍ତୁ ପୂରା ଘଟଣା

ଲକ୍ଷ୍ନୌ: ଶିଳ୍ପପତିଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ବିରୋଧୀଙ୍କ ପକ୍ଷରୁ କରାଯାଇଥିବା କଟାକ୍ଷର ଜବାବ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜସ୍ୱ ଶୈଳୀରେ ଦେଇଛନ୍ତି।

ବିରୋଧୀଙ୍କୁ ସମାଲୋଚନା କରିବାକୁ ଯାଇ ମୋଦି କହିଛନ୍ତି, ଶିଳ୍ପପତିଙ୍କ ସହିତ ବସିବାରେ ତାଙ୍କର କୌଣସି ଆପତ୍ତି ନାହିଁ।

ଯେଉଁ ଶିଳ୍ପପତିମାନେ ଦେଶରେ ବିକାଶରେ ସହଯୋଗ କରୁଛନ୍ତି, ସେମାନଙ୍କ ସହ ବସିଲେ ଅସୁବିଧା କ’ଣ? ଅନ୍ୟମାନଙ୍କ ଭଳି ମୁଁ ଲୁଚା ଛପାରେ କିଛି କରୁନାହିଁ ବୋଲି ସେ କହିଛନ୍ତି।

ଜାତିର ମହାତ୍ମା ଗାନ୍ଧିଙ୍କ ଉଦାହରଣ ଦେଇ ଶ୍ରୀ ମୋଦି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ଏକଦା ମହାତ୍ମା ବିର୍ଲା ହାଉସ୍‌ରେ ରହୁଥିଲେ। ଏହି ବିର୍ଲା ହାଉସ୍‌ର ମାଲିକ ସ୍ୱାଧୀନତା ସଂଗ୍ରାମ ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ମୁଁ କେବେ ହେଲେ ଅନ୍ୟମାନଙ୍କ ଭଳି ଶିଳ୍ପପତିଙ୍କ ସହ ସର୍ବସମ୍ମୁଖରେ ମିଶିବାକୁ ଭୟ କରେନାହିଁ। ଦେଶରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ସର୍ବସାଧାରଣ ସ୍ଥାନରେ ଶିଳ୍ପପତିଙ୍କ ସହ ନ ମିଶି, ସେମାନଙ୍କ ସହ ଗୋପନରେ ଭେଟ କରନ୍ତି। ଲୋକେ ପରଦା ପଛରେ ଶିଳ୍ପପତିଙ୍କ ସହିତ କାରବାର କରୁଛନ୍ତି। ସେମାନେ କାହାର ଉଡ଼ାଜାହାଜରେ ମାଗଣାରେ ଉଡୁଥିଲେ? ସେକଥା ପ୍ରଥମେ ଲୋକଙ୍କୁ ଜଣାନ୍ତୁ।”

ଶିଳ୍ପପତିଙ୍କ ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତି, ଦେଶ ବିକାଶରେ ଶିଳ୍ପପତିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ସେମାନଙ୍କୁ ନେଇ କାହିଁକି ଆମେ ଲଜ୍ଜା ବୋଧ କରିବା?

କ’ଣ ପାଇଁ ସେମାନଙ୍କୁ ଚୋର ବୋଲି କହିବା ବୋଲି ଲକ୍ଷ୍ନୌରେ ପ୍ରକଳ୍ପ ଉଦ୍‌ଘାଟନ ସମୟରେ ମୋଦି ପ୍ରଶ୍ନ କରିଛନ୍ତି।

ଆଜି ଶ୍ରୀ ମୋଦି ଉତ୍ତର ପ୍ରଦେଶରେ ୬୦ହଜାର କୋଟି ଟଙ୍କାର ୮୧ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଦେଶର ବହୁ ବିଶିଷ୍ଟ ଶିଳ୍ପପତି ଯୋଗଦେଇଥିଲେ। ଏମାନଙ୍କ ମଧ୍ୟରେ କୁମାର ମଙ୍ଗଲମ ବିର୍ଲା, ଗୌତମ ଆଦାନୀ, ଏସେଲ୍ ଗ୍ରୁପର ସୁଭାଷ ଚନ୍ଦ୍ରା ପ୍ରମୁଖ ଉପସ୍ଥିତ ଥିଲେ।

ଏହି ପ୍ରକଳ୍ପ ଦ୍ୱାରା ପ୍ରାୟ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଜଣାପଡ଼ିଛି।

କଂଗ୍ରେସ ସର୍ବଦା ମୋଦି ସରକାରଙ୍କୁ ଶିଳ୍ପପତିଙ୍କ ବନ୍ଧୁ ବୋଲି କହିବା ସହ ଚାଷୀ ଓ ଗରିବଙ୍କ ଶତ୍ରୁ ବୋଲି କହି ସମାଲୋଚନା କରୁଥିବାରୁ ଆଜି ମୋଦି ଏକଥା କହିଛନ୍ତି।



from OdishaReporter https://ift.tt/2LHUvG1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages