ହେରୋଇନ୍ ଖାଇ କେତେ ଦିନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ ସଞ୍ଜୟ , ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

ହେରୋଇନ୍ ଖାଇ କେତେ ଦିନ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ ସଞ୍ଜୟ , ଜାଣନ୍ତୁ

ମୁମ୍ବାଇ: ପିଲା ଠାରୁ ବୟସ୍କ ପର୍ଯ୍ୟନ୍ତ  ସବୁ ବର୍ଗର ଦର୍ଶକଙ୍କ ମହଲରେ ସେ ବେଶ୍‌ ଆଦୃତ। ଏହାଛଡ଼ା ତାଙ୍କ ‘ଯାଦୁକି ଝପ୍ପି’ ବଳରେ ସେ ସମସ୍ତଙ୍କୁ ନିଜର କରିପାରନ୍ତି।  ଯାହାଙ୍କୁ ଦୁନିଆ ‘ବାବା’ ବୋଲି ଡ଼ାକେ, ସେ ହେଉଛନ୍ତି ସଞ୍ଜୟ ଦତ୍ତ। ଆଜିର ଦିନରେ ହିଁ ସଞ୍ଜୟ ୧୯୫୯ ମସିହାରେ ଜନ୍ମଗ୍ରହଣ କରିଥିଲେ।

ବଲିଉଡ୍‌ ଅଭିନେତା ସୁନୀଲ ଦତ୍ତ ଓ ଅଭିନେତ୍ରୀ ନର୍ଗିସ୍‌ଙ୍କ ପୁଅ ହେଉଛନ୍ତି ସଞ୍ଜୟ।  ସଞ୍ଜୟଙ୍କ ଜୀବନ ଖୋଲା ବହି ପରି ସ୍ପଷ୍ଟ। କିନ୍ତୁ ତାଙ୍କ ଜୀବନର ବି ଅନେକ ଅଜଣା କଥା ଅଛି ଯାହା ବିଷୟରେ ଖୁବ୍ କମ୍‌ ଲୋକ ଜାଣିଥିବେ। ତେବେ ଚାଲନ୍ତୁ ଜାଣିବା ସଞ୍ଜୟ ଦତ୍ତଙ୍କ  ଜୀବନ ସହ ଜଡ଼ିତ କିଛି ଖାସ୍‌ କଥା। ସଞ୍ଜୟଦତ୍ତ ନିଜ କ୍ୟାରିଅର୧୯୮୧ରେ ଆସିଥିବା ଫିଲ୍ମ ‘ରକି’ରୁ ଆରମ୍ଭ କରିଥିଲେ।

କିନ୍ତୁ ଏକଥା ଖୁବ୍‌ କମ୍‌ ଲୋକ  ଜାଣିଥିବେ ଯେ, ସଞ୍ଜୟ ଶିଶୁ କଳାକାର ଭାବେ ଫିଲ୍ମ ‘ରେଶ୍ମା ଔର ଶେରା’ରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ନିଜ ମା’ଙ୍କୁ ସବୁଠୁ ବେଶୀ ଭଲ ପାଉଥିଲେ ସଞ୍ଜୟ। ନିଜ ଫିଲ୍ମ ‘ରକି’ର ରିଲିଜ୍‌ର  ତିନି ଦିନ ପୂର୍ବରୁ ମା’ ନର୍ଗିସ୍‌ଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁଃଖଦ ଖବର ସଞ୍ଜୟଙ୍କୁ ଖୁବ୍‌ ଧକ୍କା ଦେଇଥିଲା। ବିଚଳିତ ହୋଇପଡ଼ିଥିଲେ ସଞ୍ଜୟ। ଆଉ ଏହି ଦୁଃଖ ଓ ଅବସାଦକୁ ଲାଘବ କରିବା ପାଇଁ ସେ ଅଧିକରୁ ଅଧିକ ନିଶା ସେବନ କରିଥିଲେ। କୁହାଯାଉଛି ,ସେ  ହେରୋଇନ୍‌ ସେବନ କରି କରି ଶୋଇ ପଡ଼ିଥିଲେ। ଆଉ ତିନିଦିନ ପରେ ଉଠିଥିଲେ। ପରେ ଏହି ଅଭ୍ୟାସ ଛଡ଼ାଇବା ପାଇଁ ସଞ୍ଜୁଙ୍କ ବାପା ସୁନୀଲ ଦତ୍ତ ତାଙ୍କୁ ଆମେରିକା ପଠାଇଦେଇଥିଲେ।

ସେହି ଆମେରିକାରେ ହିଁ ସଞ୍ଜୟଙ୍କର ରିଚା ଶର୍ମାଙ୍କ ସହ ସାକ୍ଷାତ ହୋଇଥିଲା।  ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଆଉ ସେମାନେ ବିବାହ ବି କରିଥିଲେ। ଉଭୟଙ୍କର ଗୋଟିଏ ଝିଅ ତ୍ରିଶଳା ମଧ୍ୟ ଥଲେ। ତେବେ ବ୍ରେନ୍‌ ଟ୍ୟୁମର କାରଣରୁ  ସଞ୍ଜୟଙ୍କ ପତ୍ନୀ ରିଚାଙ୍କର ମୃତ୍ୟୁ ହୋଇଯାଇଥିଲା।

ପରେ ସେ ତ୍ରିଶଳାଙ୍କୁ ପାଇବା ପାଇଁ  ନିଜ ଶ୍ୱଶୁର ଘର ଲୋକଙ୍କ ସହ ଦୀର୍ଘଦିନ ଧରି ଆଇନ୍‌ଗତ ଲଢ଼େଇ କରିଥିଲେ । କିନ୍ତୁ ସଞ୍ଜୟଙ୍କ ପାରିବାରିକ ସ୍ଥିତିକୁ ଦୃଷ୍ଟିରେ ରଖି ତ୍ରିଶଳାଙ୍କ ଦାୟିତ୍ୱ ତାଙ୍କ ଅଜା ଆଈଙ୍କୁ ମିଳିଥିଲା। ଜ୍ୟାକି ଶ୍ରଫଙ୍କ ହିଟ୍‌ ଫିଲ୍ମ ‘ହିରୋ’ ପାଇଁ ପ୍ରଥମ ପସନ୍ଦ ସଞ୍ଜୟ ଦତ୍ତ ଥିଲେ।  କିନ୍ତୁ ସଞ୍ଜୁଙ୍କ ନାଁରେ ଅନେକ ବିବାଦ ଦେଖାଦେବାରୁ ନିର୍ଦ୍ଦେଶକ ସୁବାଷ ଘାଇ ସଞ୍ଜୟଙ୍କୁ ବାହାର କରି ତାଙ୍କ ଫିଲ୍ମରେ ଜ୍ୟାକିଙ୍କୁ ନେଇଥିଲେ।

ଗୋଟିଏ ସମୟରେ ଏମିତି ବି ଚର୍ଚ୍ଚା ହେଉଥିଲା ଯେ, ସଞ୍ଜୟ ଓ ରେଖାଙ୍କ ମଧ୍ୟରେ ଆଫାୟାର ଚାଲିଥିଲା।  ଏମିତି କି ଦୁହେଁ ଲୁଚିଲୁଚି ବିବାହ କରିଥିବା କଥା ଆଲୋଚନା ହେଉଥିଲା। ଅନ୍ୟପଟେ ଅମିତାଭ୍ ଓ  ରେଖାଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଲୁଚାଇବା ପାଇଁ ଏହା ଏକପ୍ରକାର ଗୁଜବ ଥିଲା ବୋଲି ମଧ୍ୟ ଚର୍ଚ୍ଚା ହୋଇଥିଲା।  ମିଛ ହେଉକି ସତ, ପ୍ରେମ ସମ୍ପର୍କକୁ ନେଇ ଅନେକ ଅଭିନେତ୍ରୀଙ୍କ ସହ ସଞ୍ଜୟଙ୍କ ନାଁକୁ ଯୋଡ଼ା ଯାଇଥିଲା।

ଯେଉଁମାନଙ୍କ ମଧ୍ୟରେ ବଲିଉଡ୍‌ର ଧକ୍‌ ଧକ୍‌ ଗାର୍ଲ ମାଧୁରୀ ଦିକ୍ଷୀତ୍‌ଙ୍କ ନାଁ ଥିଲା।  କିନ୍ତୁ ୧୯୯୩ ମସିହା ମୁମ୍ବାଇ ସିରିଜ୍‌ ବୋମା ବିସ୍ଫୋରଣ ଘଟଣାରେ ସଞ୍ଜୟଙ୍କ ନାଁ ଆସିବା ପରେ ଉଭୟେ ଅଲଗା ହୋଇଯାଇଥିଲେ। ୧୯୮୬ରେ ଆସିଥିବା ଫିଲ୍ମ ‘ନାମ’ ସଞ୍ଜୟଙ୍କ କ୍ୟାରିଅର୍‌ ପାଇଁ ଏକ ଟର୍ଣ୍ଣି ପଏଣ୍ଟ ସାବ୍ୟସ୍ତ ହୋଇଥିଲା। ଏହି ଫିଲ୍ମରେ ସଞ୍ଜୟଙ୍କ ଅଭିନୟ ଅମିତାଭ ବଚ୍ଚନଙ୍କୁ ଖୁବ୍‌ ପସନ୍ଦ ଆସିଥିଲା। ଏଥିରେ ଖୁସି ହୋଇ ଅମିତାଭ ଉଭୟ ସଞ୍ଜୟ ଏବଂ ତାଙ୍କ ସାଥୀ କଳାକାର  କୁମାର ଗୌରବଙ୍କୁ ତାଙ୍କ ଘରକୁ ଡିନର୍‌ ପାଇଁ ଡାକିଥିଲେ। ଏହା ସହିତ ସେ ସଞ୍ଜୟଙ୍କୁ ଏକ ସୁନା ଚେନ୍‌ ମଧ୍ୟ ଉପହାର ଦେଇଥିଲେ।



from OdishaReporter https://ift.tt/2mRMrol

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages