ଘରେ ପ୍ରସ୍ତୁତ କରନ୍ତୁ ‘ଆଳୁ ଲଚ୍ଛା ଟୋକରି ଚାଟ୍‌’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ଘରେ ପ୍ରସ୍ତୁତ କରନ୍ତୁ ‘ଆଳୁ ଲଚ୍ଛା ଟୋକରି ଚାଟ୍‌’

ଆବଶ୍ୟକ ସାମଗ୍ରୀ- ଆଳୁ, ମଇଦା, ତେଲ, ବୁଟ, ଦହି, ଧନିଆପତ୍ର ଚଟଣି, ମିଠା ଚଟଣି, ସିଝା ଆଳୁ, ବୁନ୍ଦି, ପାମ୍ପଡ଼, ବେସନ ତିଆରି ସେଓ, ଲଙ୍କା ପାଉଡର, ବିଟ୍‌ ଲୁଣ ,ଜିରା ପାଉଡର, ଡାଳିମ୍ବ ମଞ୍ଜି।


ପ୍ରସ୍ତୁତି ପ୍ରଣାଳୀ-
ପ୍ରଥମେ ଆଳୁକୁ ପୂରା ଛୋଟ ଛୋଟ କରି କାଟି ଦିଅନ୍ତୁ।  ଏହା ପରେ ତାକୁ ଧୋଇ ଦିଅନ୍ତୁ। ଆଳୁରୁ ପାଣି ନିଗିଡ଼ି ଯିବା ପରେ ସେଥିରେ ଅଳ୍ପ ମଇଦା ପକାଇ ଗୋଳାନ୍ତୁ। ଦୁଇଟି ସିଲ୍‌ଭର ଚା’ ଛଣା ନିଅନ୍ତୁ। ଏହି ଚା’ଛଣାରୁ ଗୋଟେ ବଡ଼ ହୋଇଥିବା ଦରକର। ଆଉ ଏକ ଛୋଟ ହୋଇଥିବା ଦରକାର। ମଇଦାରେ ଗୋଳାଇ ରଖିଥିବା ଆଳୁକୁ ଗୋଲ ଗୋଲ କରି ବଡ଼ ଚା’ଛଣାରେ ରଖନ୍ତୁ। ତା’ଉପରେ ଛୋଟ ଚା’ ଛଣାକୁ ତା’ଉପରେ ଚାପିକି ରଖନ୍ତୁ। ଏବେ ଆଳୁ ଥିବା ଚା’ ଛଣାକୁ ତେଲ କଡ଼େଇରେ ରଖି ଦିଅନ୍ତୁ। ଆଳୁ ଛାଣି ହୋଇଯିବା ପରେ ଆଳୁର ଆରପାଖକୁ ଓଲଟାଇ ଛାଣନ୍ତୁ। ଦୁଇ ପଟ ଛାଣି ହୋଇଯିବା ପରେ ଆଳୁକୁ ପ୍ଲେଟ୍‌କୁ କାଢ଼ି ଦିଅନ୍ତୁ। ସେହି ଗୋଲାକୃତ ଆଳୁରେ ବୁଟ, ସିଝା ଆଳୁ କଟା, ବୁନ୍ଦି, ପାମ୍ପଡ଼, ସେଓ, ଦହି, ଧନିଆପତ୍ର ଚଟଣି, ମିଠା ଚଟଣି, ଲଙ୍କା ପାଉଡର, ବିଟ୍‌ ଲୁଣ ,ଜିରା ପାଉଡର ପକାନ୍ତୁ। ତା’ଉପରେ ଡାଳିମ୍ବ ମଞ୍ଜି ବି ପକାଇ ପାରିବେ। ଏବେ ପ୍ରସ୍ତୁତ ହୋଇଗଲା ‘ଆଳୁ ଲଚ୍ଛା ଟୋକରି ଚାଟ୍‌’।



from OdishaReporter https://ift.tt/2JGwjPq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages