
ବାରିପଦା (ମାଣିକ ଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଗତକାଲି ରାତିରେ ୪ଟି ଏଟିଏମ୍ରୁ ଲୁଟ୍ ହୋଇଛି। ସହରର ତୁଳସୀ ଚଉରା ସ୍ଥିତ ଆକ୍ସିସ୍ ବ୍ୟାଙ୍କ୍ ଏଟିଏମ୍, ଷ୍ଟେସନ ବଜାରର ବ୍ୟାଙ୍କ ଅଫ୍ ଇଣ୍ଡିଆ, ପାଲବଣିରେ ଥିବା ୟୁନାଇଟେଡ୍ ବ୍ୟାଙ୍କ୍ ଓ ଅସ୍ତିଆ ସ୍ଥିତ ୟୁବିଆଇ ବ୍ୟାଙ୍କ୍ ଏଟିଏମ୍ରୁ ଲୁଟ୍ ହୋଇଛି। ଲୁଟେରେମାନେ ଏଟିଏମ୍ ମେସିନ୍ ଗୁଡ଼ିକୁ ଗ୍ୟାସ୍ କଟର୍ରେ କାଟି ଦେଇଛନ୍ତି। ସହରର ଆଉ ୨ଟି ଏଟିଏମ୍ରୁ ବି ଲୁଟ୍ ଉଦ୍ୟମ ହୋଇଥିଲା।
ପ୍ରାୟ ୧୫ ଲକ୍ଷରୁ ଅଧିକ ଟଙ୍କା ଲୁଟ୍ ହୋଇଥିବା କୁହାଯାଉଛି। ତେବେ ପ୍ରକୃତରେ କେତେ ଟଙ୍କା ଲୁଟ୍ ହୋଇଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ୍ କହିଛି। ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ଯାଇ ତଦନ୍ତ କରିଛନ୍ତି।
from OdishaReporter https://ift.tt/2LnYSpR

No comments:
Post a Comment