ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ହଳଦୀ ଗୁଣ୍ଡ ମିଶାଇ ପିଇଲେ ଏଇସବୁ ଲାଭ ମିଳେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

ସକାଳେ ଖାଲି ପେଟରେ ଉଷୁମ ପାଣି ସହିତ ହଳଦୀ ଗୁଣ୍ଡ ମିଶାଇ ପିଇଲେ ଏଇସବୁ ଲାଭ ମିଳେ

haladi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):   ସକାଳୁ ଉଠି ଉଷୁମ ପାଣି ପିଇବା ଉଚିତ ବୋଲି ଗୁରୁଜନମାନେ କହନ୍ତି। ଡାକ୍ତର ବି ଏହି ପରାମର୍ଶ ଦିଅନ୍ତି। ସକାଳୁ ଉଠି ଉଷୁମ ପାଣି ପିଇଲେ ପେଟ ସଫା ହୋଇଥାଏ। ଏହା ଦ୍ୱାରା ଏସିଡିଟି ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ସକାଳେ ଖାଲି ଉଷୁମ ପାଣି ନ ପିଇ ସେଥିରେ ଗୋଟିଏ ଚାମଚ ହଳଦୀ ଗୁଣ୍ଡ ପକାଇ ପିଇଲେ ଆହୁରି ଅନେକ ସୁଫଳ ମିଳେ।

ହଳଦୀରେ ଆଣ୍ଟିଅକ୍ସିଡେଣ୍ଟ ଥାଏ। ଏହା ଆମକୁ ବିଭିନ୍ନ ସଂକ୍ରମଣ ସହିତ ଲଢ଼ିବାକୁ ଶକ୍ତି ପ୍ରଦାନ କରିଥାଏ। ଶରୀରର ଭିତରେ ହେଉ ଅବା ବାହାରେ ଘା’ ହେଲେ ତାକୁ ଶୁଖାଇବାରେ ହଳଦୀ ସାହାଯ୍ୟ କରେ। ତେବେ ସକାଳେ ଖାଲି ପେଟରେ ହଳଦୀ ମିଶା ଉଷୁମ ପାଣି ପିଇଲେ କ’ଣ ସବୁ ଲାଭ ମିଳେ ଆଜି ଆମେ ସେ ବିଷୟରେ କହିବୁ।

ଏସିଡିଟିରୁ ମୁକ୍ତି ଦିଏ

ବେଳେବେଳେ ଆମେ ରାତିରେ ଅତ୍ୟଧିକ ଖାଦ୍ୟ ଖାଇ ଦେଉ। ଏହା ହଜମ ହୋଇପାରେ ନାହିଁ। ଏଥିଯୋଗୁଁ ସକାଳେ ପେଟ ଓ ଛାତି ଜଳାପୋଡ଼ା ହୋଇଥାଏ। ଆଉ ପୂରା ଦିନଟା ଭଲ ଲାଗେ ନାହିଁ। ଏପରି ସ୍ଥଳେ ସକାଳୁ ଉଠି ଖାଲି ପେଟରେ ହଳଦୀଗୁଣ୍ଡ ମିଶା ଉଷୁମ ପାଣି ପିଅନ୍ତୁ। ଯେଉଁମାନେ ଏସିଡିଟିର ଶିକାର ହୋଇଛନ୍ତି ସେମାନେ ବି ସକାଳେ ଖାଲି ପେଟରେ ହଳଦୀଗୁଣ୍ଡ ମିଶା ଉଷୁମ ପାଣି ପିଇବା ଉଚିତ। ଏମିତି କଲେ ସପ୍ତାହେ ପରେ ସେମାନେ ଏହାର ସୁଫଳ ଅନୁଭବ କରିପାରିବେ।

ମାନସିକ ରୋଗ ଭଲ କରେ
ଏକ ଗବେଷଣାରୁ ଜଣାପଡ଼ିଛି ଯେ ହଳଦୀରେ ଥିବା ‘କର୍କମିନ୍‌’  ନାମକ ଉପାଦାନ ମସ୍ତିଷ୍କ ପାଇଁ ଭାରି ଭଲ।  ମସ୍ତିଷ୍କ ରୋଗରୁ ରକ୍ଷା ପାଇବା ପାଇଁ ଯେଉଁ ‘ବ୍ରେନ୍‌-ଡିରାଇଭ୍‌ଡ ନିୟୁରୋଟ୍ରୋଫିକ୍‌ ଫ୍ୟାକ୍‌ଟର୍‌’ (Brain-derived neurotrophic factor) ଦରକାର ହୋଇଥାଏ, ତାହା ହଳଦୀରେ ଥିବା ‘କର୍କମିନ୍’ରୁ ହିଁ ମିଳିଥାଏ। ସକାଳେ ମସ୍ତିଷ୍କ ସତେଜ ରହିଥାଏ। ସେହି ସମୟରେ ହଳଦୀ ପାଣି ପିଇଲେ ଅଧିକ ସୁଫଳ ମିଳିଥାଏ।

କ୍ୟାନ୍‌ସର୍‌ରୁ ରକ୍ଷା କରେ
ହଳଦୀରେ ଆଣ୍ଟିଅକ୍ସିଡେଣ୍ଟ ଥାଏ। ସକାଳେ ଖାଲି ପେଟରେ ହଳଦୀ ଗୁଣ୍ଡ ମିଶା ଉଷୁମ ପାଣି ପିଇଲେ ଏହା ଶରୀରରେ ସେହି ସବୁ ଉପାଦାନଗୁଡ଼ିକୁ ସୃଷ୍ଟି ହେବାକୁ ଦିଏ ନାହିଁ, ଯେଉଁଗୁଡ଼ିକ ସେଲ୍‌ ବା କୋଷିକାଗୁଡ଼ିକୁ ନଷ୍ଟ କରି ଦିଅନ୍ତି। ତେଣୁ ଏହା କ୍ୟାନ୍‌ସର୍‌ ହେବାରୁ ମଧ୍ୟ ରକ୍ଷା କରିଥାଏ।

ପେଟ ଓ ହୃତ୍‌ପିଣ୍ଡ ପାଇଁ ଉପକାରୀ
ସକାଳେ ଖାଲି ପେଟରେ ହଳଦୀ ମିଶା ଉଷୁମ ପାଣି ପିଇଲେ ହଜମ ଶକ୍ତି ବଢ଼େ। ଏହା ଦ୍ୱାରା ପେଟ ସଫା ରହେ ଓ ଭୋକ ବି ଲାଗେ। ଏହା ବ୍ୟତୀତ ହଳଦୀ ଶରୀରରୁ ଅତିରିକ୍ତ ଚର୍ବି ଓ କୋଲେଷ୍ଟ୍ରଲ୍‌ରକୁ କମ୍‌ କରିଥାଏ ଏବଂ ହୃତ୍‌ପିଣ୍ଡକୁ  ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ।

ଆଣ୍ଠୁଗଣ୍ଠି ରୋଗରୁ ଉପଶମ ଦିଏ
ଯେଉଁମାନେ ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ ସେମାନଙ୍କ ପାଇଁ ହଳଦୀ ପାଣି ବହୁତ ଉପକାରୀ। ୨୦୧୨ରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଥିଲେ ଯେ ହଳଦୀ ଆଣ୍ଠୁଗଣ୍ଠି ରୋଗରୁ ଉପଶମ ଦେଇଥାଏ। ବିଶେଷ କରି ଏହାକୁ ତରଳ ଭାବରେ ସେବନ କଲେ ଅଧିକ ସୁଫଳ ମିଳିଥାଏ।

ମଧୁମେହ ରୋଗୀଙ୍କ ପାଇଁ ଉପକାରୀ
୨୦୦୯ରେ ହୋଇଥିବା ଏକ ଗବେଷଣା ଅନୁସାରେ ହଳଦୀ ଖାଇଲେ ମଧୁମେହ ରୋଗକୁ ନିୟନ୍ତ୍ରଣ କରି ହେବ। ଏହା ବ୍ୟତୀତ କିଡ୍‌ନୀ ପାଇଁ ମଧ୍ୟ ଏହା ଭଲ। ମଧୁମେହ ରୋଗୀ ନିୟମିତ ଭାବେ ସକାଳେ ଉଷୁମ ପାଣିରେ ହଳଦୀ ମିଶାଇ ପିଇଲେ ସୁଫଳ ମିଳିବ।



from OdishaReporter https://ift.tt/2um5oCM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages