୧୪୪ ଧାରା ସତ୍ତ୍ୱେ ଜାରି ରହିଛି ଆନ୍ଦୋଳନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 10, 2018

୧୪୪ ଧାରା ସତ୍ତ୍ୱେ ଜାରି ରହିଛି ଆନ୍ଦୋଳନ

ପାରାଦୀପ (ଏନ୍‌.ଏମ୍‌. ବୈଶାଖ): ଅଶାନ୍ତ ହୋଇପଡ଼ିଛି ପାରାଦୀପ ଟର୍ମିନାଲ୍‌ ରୋଡ୍‌। ୧୪୪ ଧାରା ସତ୍ତ୍ୱେ ପୁନଃ ନିଯୁକ୍ତି ଦାବିରେ କର୍ମଚାରୀ ଓ ଶ୍ରମିକମାନେ ଆଜି ଆଦାନୀ କମ୍ପାନୀ ଫାଟକ ଆଗରେ ଧାରଣା ଦେଇଛନ୍ତି। ଆନ୍ଦୋଳନକାରୀଙ୍କ ସହିତ ସେମାନଙ୍କ ପରିବାର ଲୋକେ ମଧ୍ୟ ସାମିଲ ହୋଇଛନ୍ତି। ଧାରଣା ସ୍ଥଳରେ ୫ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ମୁତୟନ ହୋଇଛନ୍ତି।

୨୦୦୪ ମସିହାରେ ପାରାଦୀପ ଟର୍ମିନାଲ୍‌ ରୋଡ୍‌ରେ କାର୍‌ଗିଲ୍‌ କମ୍ପାନୀ ପ୍ରତିଷ୍ଠା କରାଯାଇଥିଲା। ପରିବହନ ସମସ୍ୟା ଯୋଗୁ ୨୦୧୬ ମସିହାରେ କାରଖାନାକୁ ସମ୍ପୂର୍ଣ୍ଣ ବନ୍ଦ କରି ଦିଆଯାଇଥିଲା। ଫଳରେ ୧୫୨ ଜଣ ଶ୍ରମିକ ଓ କର୍ମଚାରୀ ଚାକିରି ହରାଇଥିଲେ। ଗତ କିଛି ମାସ ତଳେ ଏହି କମ୍ପାନୀକୁ ଆଦାନୀ ଗ୍ରୁପ୍‌ କିଣିବାରୁ ବେକାର ବସିଥିବା ଶ୍ରମିକ ଓ କର୍ମଚାରୀ ଖୁସି ହୋଇଯାଇଥିଲେ। ଆଦାନୀ କମ୍ପାନୀ ସେମାନଙ୍କୁ ନିଯୁକ୍ତି ଦେବ ବୋଲି ସେମାନେ ଭାବିଥିଲେ। ମାତ୍ର ଆଦିନୀ ଗ୍ରୁପ୍‌ ସେମାନଙ୍କୁ ନେଇ ନ ଥିଲା। ସେଥିପାଇଁ ୧୫୨ ଶ୍ରମିକ ଓ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏନେଇ ସେମାନେ କମ୍ପାନୀ କର୍ତ୍ତୃପକ୍ଷ ଓ ପୋଲିସ୍‌କୁ ପୂର୍ବରୁ ସୂଚନା ଦେଇଥିଲେ।



from OdishaReporter https://ift.tt/2KWhSLT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages