
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କିଛି ସମୟ ପୂର୍ବରୁ ଭୁବନେଶ୍ୱରରେ କୁଆଖାଇ ନଦୀକୁ ଡେଇଁଥିବା ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ଟଙ୍କପାଣି ରୋଡ୍ ନିକଟରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ତାଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ଘର ଭୁବନେଶ୍ୱରର ନୂଆପଲ୍ଲୀ ବେହେରା ସାହି ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ସେ କାହିଁକି ନଦୀକୁ ଡେଇଁ ପଡ଼ିଥିଲେ, ତାହା ଜଣାପଡ଼ି ନାହିଁ।
କିଛି ସମୟ ତଳେ ସେ ହଂସପାଳ ନିକଟରେ ବ୍ରିଜ୍ ଉପରେ ଗାଡ଼ି ଥୋଇ ନଦୀକୁ ଡେଇଁ ପଡ଼ିଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଆସି ଖୋଜାଖୋଜି ଆରମ୍ଭ କରିଥିଲେ।
from OdishaReporter https://ift.tt/2JIznKV
No comments:
Post a Comment