୮ ବର୍ଷ ଝିଅ ମସ୍ତିଷ୍କରେ ୧୦୦ରୁ ଅଧିକ କୃମି ଅଣ୍ଡା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

୮ ବର୍ଷ ଝିଅ ମସ୍ତିଷ୍କରେ ୧୦୦ରୁ ଅଧିକ କୃମି ଅଣ୍ଡା

tapeworms

ନୂଆଦିଲ୍ଲୀ: ଏକ ୮ ବର୍ଷର ଝିଅର ସିଟି ସ୍କାନ୍‌ କରାଯିବା ପରେ ତା’ ମସ୍ତିଷ୍କରେ ୧୦୦ରୁ ଅଧିକ TapeWorm (ଫିତା କୃମି) ଅଣ୍ଡା ଥିବା ଜଣାପଡ଼ିଥିଲା। ଯାହାକୁ ନେଇ ଡାକ୍ତରଙ୍କଠାରୁ ଆରମ୍ଭ କରି ଝିଅର ମାଆବାପା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଝିଅଟି ଏବେ ଫୋର୍ଟିସ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛି। ଏହା ଜଣାପଡ଼ିବା ପରେ ତା’ର ଅପରେସନ୍‌ କରାଯାଇ ସବୁ ଅଣ୍ଡାକୁ ବାହାର କରିଦିଆଯାଇଛି। ପିଲାଟି ଏବେ ସୁସ୍ଥ ଥିବା ଜଣାପଡ଼ିଛି।

tapewormଗତ ୬ ମାସ ହେବ ଝିଅଟି ଅସୁସ୍ଥ ଥିଲା। ବହୁତ ଜୋର୍‌ରେ ତା’ର ମୁଣ୍ଡବିନ୍ଧା ହେଉଥିଲା। ତାକୁ ଫୋର୍ଟିସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ପ୍ରାରମ୍ଭିକ ଲକ୍ଷଣରୁ ଏହାକୁ Neurosysticroscosis ବୋଲି ଡାକ୍ତର ଭାବିଥିଲେ। ବାରମ୍ବାର କୁଣ୍ଡାଇବା ଯୋଗୁ ତା’ ମୁଣ୍ଡରେ ଦାଗ ପଡ଼ିଯାଇଥିଲା। ଓଜନ ୨୦ କେଜି ବଢ଼ି ଯାଇଥିଲା। ସେ ଠିକ୍‌ରେ ଚାଲିପାରୁ ନଥିଲା। ତାକୁ ଅଧିକ ପାୱାର୍‌ର ଔଷଧ ଦିଆଯାଇଥିଲେ ମଧ୍ୟ କିଛି ଲାଭ ହୋଇ ନଥିଲା। ଏହାପରେ ଡାକ୍ତର ତା’ର ସିଟି ସ୍କାନ୍‌ କରିଥିଲେ। ଏଥିରୁ ଜଣାପଡ଼ିଥିଲା ତା’ ମସ୍ତିଷ୍କରେ ୧୦୦ରୁ ଅଧିକ ଫିତା କୃମି ଅଣ୍ଡା ଥିଲା। ଯାହା ପେଟ ଦେଇ ରକ୍ତ ପ୍ରବାହରେ ମସ୍ତିଷ୍କକୁ ଚାଲିଯାଇଥିଲେ।

tapewormଫିତା କୃମି ସଂକ୍ରମିତ ଖାଦ୍ୟ ଖାଇବା ଦ୍ୱାରା ଏହା ପେଟକୁ ଚାଲି ଯାଇଥିଲା ଓ ରକ୍ତ ପ୍ରବାହରେ ଏହା ମସ୍ତିଷ୍କରେ ପହଞ୍ଚି ଯାଇଥିଲା ବୋଲି ଡାକ୍ତର କହିଛନ୍ତି।

tapewormଫୋର୍ଟିସ୍‌ ହସ୍ପିଟାଲର ନ୍ୟୁରୋଲଜି ବିଭାଗ ଡାକ୍ତର ପ୍ରବୀଣ ଗୁପ୍ତା କହିଛନ୍ତି, “ମାଂସ, ଫୁଲକୋବି ଓ କିଛି ପ୍ରକାରର ଫଳ ଖାଇବା ଦ୍ୱାରା ଫିତା କୃମି ପେଟ ଦେଇ ମସ୍ତିଷ୍କକୁ ଚାଲିଯାଇଥାଏ। ପରେ କୃମି ସେଥିରେ ଅଣ୍ଡା ଦେଇଥାନ୍ତି। ଠିକ୍‌ ସମୟରେ ଚିକିତ୍ସା କରା ନଗଲେ ଏହା ଜୀବନ ନେଇଯାଇପରେ। ଏହାଦ୍ୱାରା ତ୍ୱଚା, ମାଂସପେଶୀ ଓ ଆଖି ପ୍ରଭାବିତ ହୋଇଥାଏ।”

tapewormଝିଅର ବାପା କହିଛନ୍ତି, “ଆମର ଧାରଣା ନଥିଲା ଝିଅ ଏମିତି ଭୟଙ୍କର ବେମାରୀରେ ପଡ଼ିଥିଲା। ନିଜକୁ ଭାଗ୍ୟଶାଳୀ ଭାବୁଛୁ, କାରଣ ଆମେ ଠିକ୍‌ ସମୟରେ ପହଞ୍ଚି ଯିବାରୁ ଉଚିତ୍‌ ଚିକିତ୍ସା ହୋଇପାରିଲା।”



from OdishaReporter https://ift.tt/2JMfP8y

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages