ବିଜୁଙ୍କ ନାଁରେ ଘରୋଇ ଶିକ୍ଷାନୁଷ୍ଠାନ ମାରିନେବ ୫୦ କୋଟି, ମଧ୍ୟସ୍ଥି ସାଜିଛନ୍ତି ଦଳୀୟ ମୁଖପାତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ବିଜୁଙ୍କ ନାଁରେ ଘରୋଇ ଶିକ୍ଷାନୁଷ୍ଠାନ ମାରିନେବ ୫୦ କୋଟି, ମଧ୍ୟସ୍ଥି ସାଜିଛନ୍ତି ଦଳୀୟ ମୁଖପାତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ଓଡ଼ିଶା ସରକାର ୫୦ କୋଟି ଟଙ୍କାର ଅନୁଦାନ ଦେବେ। ‘ବିଜୁ ପଟ୍ଟନାୟକ ସ୍କୁଲ୍ ଅଫ୍ ପବ୍ଲିକ୍ ଆଡ୍‌ମିନିଷ୍ଟ୍ରେସନ୍’ ନାଁରେ ଏକ ବିଶ୍ୱସ୍ତରୀୟ ଶିକ୍ଷା ସଂସ୍ଥାନ ଖୋଲିବା ପାଇଁ କୁଆଡ଼େ ଭୁବନେଶ୍ୱରରେ ଥିବା ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନକୁ ରାଜ୍ୟ ସରକାର ଏହି ଟଙ୍କା ଦେବେ।

ଏହି ଶିକ୍ଷାନୁଷ୍ଠାନକୁ ଏତେ ପରିମାଣର ଅର୍ଥ ଟେକି ଦେବା ପାଇଁ ବିଜେଡିର ଜଣେ ମୁଖପାତ୍ର କୁଆଡ଼େ ମୂଲଚାଲ କରି ସଫଳ ହୋଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି, ଏହି ଘରୋଇ ଶିକ୍ଷାନୁଷ୍ଠାନରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିବା ଏହି ବିଜେଡି ମୁଖପାତ୍ର, କୁଆଡ଼େ ରାଜ୍ୟ ସରକାରଙ୍କୁ ପ୍ରଭାବିତ କରି ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ପାଇଁ ଏହି ଏକକାଳୀନ ଅନୁଦାନ ଯୋଗାଡ଼ କରିବାରେ ସକ୍ଷମ ହୋଇଛନ୍ତି। ଏହି ବିଜେଡି ମୁଖପାତ୍ରଙ୍କୁ ନିକଟରେ ଗଣମାଧ୍ୟମ ଓ ସାମ୍ୱାଦିକଙ୍କ ସୁଖଦୁଃଖ ବୁଝିବା ପାଇଁ କୁଆଡ଼େ ତୃତୀୟ ମହଲା ପକ୍ଷରୁ ନିଯୁକ୍ତି ଦିଆଯାଇଛି। ଦଳର ମୁଖପାତ୍ର ହୋଇଥିବାରୁ ସେ ତୃତୀୟ ମହଲାକୁ ନିୟମିତ ଯାତାୟାତର ସୁଯୋଗ ପାଉଛନ୍ତି। ଆଉ ଏହାର ଫାଇଦା ଉଠାଇ ସେ କୁଆଡ଼େ ତୃତୀୟ ମହଲାର ସର୍ବେସର୍ବାଙ୍କୁ ପ୍ରଭାବିତ କରି ବିଜୁବାବୁଙ୍କ ନାଁରେ ଏଭଳି ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାରୀ ପାଣ୍ଠି ଯୋଗାଡ଼ କରାଇ ପାରିଛନ୍ତି।

ରାଜ୍ୟରେ ଆଇଆଇଟି, ଆଇଆଇଆଇଟି ଓ ଆଇଆଇଏମ୍‌ ଭଳି ଜାତୀୟ ଶିକ୍ଷାସଂସ୍ଥାନ ଏବଂ ରାଜ୍ୟ ସରକାରଙ୍କ ନିଜସ୍ୱ ଉତ୍କଳ ବିଶ୍ୱବିଦ୍ୟାଳୟ ସହ ଅନ୍ୟକିଛି ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ରହିଥିଲେ ମଧ୍ୟ, କେବଳ ସମ୍ପୃକ୍ତ ଦଳୀୟ ମୁଖପାତ୍ରଙ୍କ ପାଇଁ ଏହି ସଂସ୍ଥାକୁ ୫୦ କୋଟିର ଅନୁଦାନ ଦେବାକୁ ନିଷ୍ପତ୍ତି ହୋଇଛି। ଚର୍ଚ୍ଚା ହେଉଛି, ସରକାର ଚାହିଁଥିଲେ ନିଜସ୍ୱ ନିୟନ୍ତ୍ରଣରେ ଥିବା ଉତ୍କଳ ଓ ରେଭେନ୍ସା ଭଳି ବିଶ୍ୱବିଦ୍ୟାଳୟକୁ ଏହି ଅନୁଦାନ ଦେଇ ସ୍ଥାୟୀ ଭାବେ ସେଠାରେ ବିଜୁ ପଟ୍ଟନାୟକଙ୍କ ନାଁରେ ପବ୍ଲିକ୍ ଆଡ୍‌ମିନିଷ୍ଟ୍ରେସନ୍‌ ସ୍କୁଲ୍ ଖୋଲି ପାରିଥାନ୍ତେ। ଯାହା ରାଜ୍ୟର ଗୌରବ ବୃଦ୍ଧିରେ ବି ସହାୟକ ହୋଇଥାନ୍ତା। କିନ୍ତୁ ଏସବୁ ପ୍ରତି ନଜର ନଦେଇ, ବିଜେଡି ସରକାର କୁଆଡ଼େ ରାଜକୋଷ ଅର୍ଥରେ କିଛି ନିର୍ଦ୍ଦିଷ୍ଟ  ଦଳୀୟ ପଦାଧିକାରୀଙ୍କ ତୁଷ୍ଟୀକରଣରେ ଲାଗିଥିବା ଚର୍ଚ୍ଚା ହେଉଛି।



from OdishaReporter https://ift.tt/2NGbS7v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages