ରୋହିତଙ୍କ ପତ୍ନୀ ରୀତିକାଙ୍କୁ ଅଫର୍‌ ଦେଲେ ୟୁଜବେନ୍ଦ୍ର ଚହଲ: ଜାଣନ୍ତୁ କ’ଣ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ରୋହିତଙ୍କ ପତ୍ନୀ ରୀତିକାଙ୍କୁ ଅଫର୍‌ ଦେଲେ ୟୁଜବେନ୍ଦ୍ର ଚହଲ: ଜାଣନ୍ତୁ କ’ଣ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍ ଟିମ୍‌ ବର୍ତ୍ତମାନ ଇଂଲଣ୍ଡ ଗସ୍ତରେ ଅଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ ଆସନ୍ତା ଅଗଷ୍ଟ ୧ ତାରିଖ ଠାରୁ ଖେଳାଯିବ। ତାହା ପୂର୍ବରୁ ସେଠାରେ ୪ ଦିନିଆ ଏକ ଅଭ୍ୟାସ ମ୍ୟାଚ୍‌ ମଧ୍ୟ କାଲି ଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଭାରତ ୩ଟି ଲେଖାଏଁ ଟି-ଟ୍ୱେଣ୍ଟି ଓ ଦିନିକିଆ ମ୍ୟାଚ୍‌ ଖେଳିସାରିଛି। ଯେଉଁଥିରେ ରୋହିତ ଶର୍ମାଙ୍କ ପ୍ରଦର୍ଶନ ବେଶ୍‌ ଭଲ ଥିଲା। ଉଭୟ ସିରିଜ୍‌ରେ ଭଲ ଖେଳିଥିଲେ ମଧ୍ୟ ତାଙ୍କୁ ଟେଷ୍ଟ ଦଳରେ ସ୍ଥାନ ମିଳିନାହିଁ।

ଦଳରେ ସ୍ଥାନ ମିଳିନଥିଲେ ମଧ୍ୟ ରୋହିତଙ୍କୁ ନେଇ ଚର୍ଚ୍ଚା କମି ନାହିଁ। ୨୩ ଜୁଲାଇରେ ଚହଲଙ୍କ ଜନ୍ମଦିନ ଥିଲା। ଜନ୍ମଦିନ ଅବସରରେ ତାଙ୍କୁ ଢେର୍ ଶୁଭକାମନା ମିଳିଥିଲା। ରୋହିତ ଶର୍ମା ମଧ୍ୟ ତାଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ରୋହିତ ଟ୍ୱିଟର୍‌ରେ ଲେଖିଥିଲେ, ‘ଜନ୍ମଦିନର ଶୁଭକାମନା ସାନ ଭାଇ, ତମେ ଏହିଭଳି ନିଜ ସ୍ପିନ୍‌ ଜାଲରେ ସମସ୍ତଙ୍କୁ ଫସେଇଚାଲ, ଆଶା କରୁଛି ହଜି ଯାଇଥିବା ଦାନ୍ତ ତମେ ପାଇବ’। ଏହାପରେ ରିତୀକା ମଧ୍ୟ ଚହଲଙ୍କ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲେ। ରୀତିକା ଲେଖିଥିଲେ, ‘ଜନ୍ମଦିନରେ ଅଭିନନ୍ଦନ ଚହଲ, ଖବୁ ଶୀଘ୍ର ରୋହିତଙ୍କୁ ତମ ପାଖକୁ ନେଇ ଆସିବି’।  ଏହାପରେ ଚହଲ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ମୁଁ ରୋହିତଙ୍କୁ ମିସ୍ କରୁଛି, କିନ୍ତୁ .ଯେପର୍ଯ୍ୟନ୍ତ ମୋତେ ହଜିଯାଇଥିବା ଦାନ୍ତ ମିଳିନାହିଁ ସେ ପର୍ଯ୍ୟନ୍ତ  ତାଙ୍କୁ ଆପଣ ରଖିପାରିବେ’।

ଟେଷ୍ଟ ଟିମ୍‌ରେ ସ୍ଥାନ ନମିଳିବାରୁ ରୋହିତ ନିଜ ପତ୍ନୀଙ୍କ ସହ ଛୁଟି କାଟିବାକୁ ଯାଇଛନ୍ତି। ସୋଶାଲ୍‌ ମିଡିଆରେ ସର୍ବଦା ସକ୍ରିୟ ଥିବା ରୋହିତ ଶର୍ମା ଶୁକ୍ରବାର ଇନ୍‌ଷ୍ଟାଗ୍ରାମ୍‌ରେ ନିଜର ଏକ ଫଟୋ ପୋଷ୍ଟ କରିଛନ୍ତି। ଯେଉଁ ଫଟୋରେ ଟିମ୍‌ ଇଣ୍ଡିଆର ସ୍ପିନ୍‌ ବୋଲର୍‌  ୟୁଜବେନ୍ଦ୍ର ଚହଲ ସର୍ବପ୍ରଥମେ କମେଣ୍ଟ କରିଛନ୍ତି। ଚହଲଙ୍କ କମେଣ୍ଟ ଉପରେ ରୋହିତଙ୍କ ପତ୍ନୀ ରୀତିକା ସଜ୍‌ଦେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଯାହାକୁ ନେଇ ସୋଶାଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଛି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ, ଚହଲ ରୋହିତଙ୍କ ଫଟୋରେ କମେଣ୍ଟ କରିଥିଲେ ‘ମିସ୍‌ ୟୁ ରୋହିତା ଶର୍ମା’। ଏହାପରେ ରୋହିତଙ୍କ ପତ୍ନୀ ରୀତିକା ପ୍ରତିକ୍ରିୟାରେ ଲେଖିଥିଲେ, ‘ୟୁଜବେନ୍ଦ୍ର, ଏବେ ରୋହିତ ମୋର’। ରୀତିକାଙ୍କ ଏହି କମେଣ୍ଟ ଏବେ ସୋଶାଲ୍‌ ମିଡିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାପୂର୍ବରୁ ମଧ୍ୟ ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଥିବା ବେଳେ ରୋହିତଙ୍କ ଫଟୋରେ ଚହଲ ଓ ରୀତିକାଙ୍କ ମଜାଦାର୍‌ କମେଣ୍ଟ ଦେଖିବାକୁ ମିଳିଥିଲା।



from OdishaReporter https://ift.tt/2mDrlK1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages