
ମୁମ୍ବାଇ: ଗତ ଏପ୍ରିଲ୍ ମାସରେ ନିଜଠାରୁ ୨୫ବର୍ଷ ସାନ ଗର୍ଲଫ୍ରେଣ୍ଡ୍ ଅଙ୍କିତାକୁ ବାହା ହୋଇ ଚର୍ଚ୍ଚାରେ ରହିଥିଲେ ଫିଲ୍ମ ନିର୍ଦ୍ଦେଶକ ତଥା ମଡେଲ୍ ମିଲିନ୍ଦ ସୋମନ୍। ସେବେଠୁ ତାଙ୍କର ପ୍ରତ୍ୟେକ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚା ହେଉଛି। ନିକଟରେ ସେ ସ୍ପେନ୍ରେ ଅଙ୍କିତାଙ୍କୁ ଦ୍ୱିତୀୟ ଥର ବିବାହ କରିଛନ୍ତି।
ଏହି ବିବାହର ଫଟୋ ଏବଂ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ବି ହୋଇଥିଲା। ମିଲିନ୍ଦ-ଅଙ୍କିତାଙ୍କ ଲୋକପ୍ରିୟତାକୁ ଦେଖି ସେମାନଙ୍କୁ ‘ବିଗ୍ ବସ୍-୧୨’ରେ ସାମିଲ ହେବା ପାଇଁ ଅଫର୍ ଦିଆଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ମିଲିନ୍ଦ-ଅଙ୍କିତା ଏନେଇ କୌଣସି ନିଷ୍ପତ୍ତି ଶୁଣାଇ ନାହାନ୍ତି।
ତେବେ ସେମାନେ ଏଥର ଏହି ଶୋ’ରେ ଯୋଗ ଦେଲେ ଟିଆର୍ପି ବଢ଼ିବ ବୋଲି ଆଶା କରାଯାଉଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ‘ବିଗ୍ ବସ୍’ ଯୋଡ଼ି ମାନଙ୍କୁ ନେଇ ହେବ। ଏଥିରେ ଭାଇ-ଭଉଣୀ, ସ୍ୱାମୀ-ସ୍ତ୍ରୀ ବି ଭାଗ ନେଇପାରିବେ।
from OdishaReporter https://ift.tt/2L3vztf



No comments:
Post a Comment