ସମ୍ବଲପୁରରେ ମାଛରେ ମିଳିଲା ଫର୍ମାଲିନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 18, 2018

ସମ୍ବଲପୁରରେ ମାଛରେ ମିଳିଲା ଫର୍ମାଲିନ୍‌

ସମ୍ୱଲପୁର (ସଞ୍ଜୟ ଜେନା): ସମ୍ବଲପୁର ସହରର କୁଲୁଥକାନି ସ୍ଥିତ ମାଛ ମାର୍କେଟ୍‌ରେ ବିକ୍ରି ହେଉଥିବା ମାଛରୁ ମିଳିଲା ବିଷାକ୍ତ ଫର୍ମାଲିନ୍‌। କୁରସିଆ ରୋହି ଓ କଳା ବଇଁଶୀ- ଏହି ୨ଟି ମାଛରେ ଫର୍ମାଲିନ୍‌ ଥିବା ଜଣାପଡ଼ିଛି।

ଏନେଇ ମତ୍ସ୍ୟ ଉପ-ନିର୍ଦ୍ଦେଶକ ଓ ଖାଦ୍ୟ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ତେବେ ଅଧିକ ପରୀକ୍ଷା ପାଇଁ ସଂଗୃହୀତ ନମୂନାକୁ ଭୁବନେଶ୍ୱର ପଠାଯିବ ବୋଲି ଏହି ଦୁଇ ଅଧିକାରୀ କହିଛନ୍ତି। ବେପାରୀମାନେ ସ୍ଥାନୀୟ ମାଛ କହି ଆନ୍ଧ୍ର ମାଛ ବିକ୍ରି କରୁଥିବା ମତ୍ସ୍ୟ ଉପ-ନିର୍ଦ୍ଦେଶକ କହିଛନ୍ତି।

ମାଛରେ ଫର୍ମାଲିନ୍ ଅଛି ନା ନାହିଁ ଜାଣିବାକୁ ଆଜି ସକାଳେ ସମ୍ୱଲପୁର ସହରର ବିଭିନ୍ନ ମାଛ ମାର୍କେଟ୍‌ ଉପରେ ଚଢ଼ଉ କରାଯାଇଥିଲା। ମତ୍ସ୍ୟ ବିଭାଗ ଓ ମହାନଗର ନିଗମ ପକ୍ଷରୁ ଅଇଁଠାପାଲ୍ଲୀ, ବୁଢ଼ାରାଜା, କମଲୀବଜାର ଓ ଗୋବିନ୍ଦତଲାରେ ଚଢ଼ଉ କରାଯାଇଥିଲା।



from OdishaReporter https://ift.tt/2LpiRnO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages