୮ ବର୍ଷ ପରେ ପରଦାରେ ଏକାଠି ହେବେ ଅଭିଷେକ୍ ଓ ଐଶ୍ୱର୍ଯ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

୮ ବର୍ଷ ପରେ ପରଦାରେ ଏକାଠି ହେବେ ଅଭିଷେକ୍ ଓ ଐଶ୍ୱର୍ଯ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ଅଭିଷେକ୍ ବଚ୍ଚନ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଶେଷଥର ପାଇଁ ୨୦୧୦ରେ ଫିଲ୍ମ ‘ରାବଣ’ରେ ଏକାଠି ଦେଖିବାକୁ ମିଳିଥିଲା। ଫିଲ୍ମଟିର ନିର୍ଦ୍ଦେଶନା ଦେଇଥିଲେ ମଣି ରତ୍ନମ।  ଦୀର୍ଘ ୮ ବର୍ଷ ପରେ ପୁଣିଥରେ ଦୁହେଁ ପରଦାରେ ଏକାଠି ନଜର ଆସିବେ।  ଫିଲ୍ମଟିର ନାଁ ହେଉଛି ‘ଗୁଲାବ୍‌ଜାମୁନ୍’।

ଐଶ୍ୱର୍ଯ୍ୟା କହିଛନ୍ତି, ତାଙ୍କ ପାଖରେ ଏହି ଫିଲ୍ମର ସ୍କ୍ରିପ୍ଟ୍‌ ଦେଢ଼ ବର୍ଷ ପୂର୍ବରୁ ମିଳିସାରିଥିଲା। ହେଲେ ସମୟ ନ ମିଳିବା ଯୋଗୁ ସେମାନେ ଏହି ଫିଲ୍ମ ଅଫର୍‌କୁ ଗ୍ରହଣ କରିପାରୁ ନଥିଲେ। ଫିଲ୍ମଟିର ନିର୍ଦ୍ଦେଶନା ସର୍ବେଶ ମେୱାରା ଦେଉଥିବାବେଳେ ଫ୍ୟାଣ୍ଟମ ଫିଲ୍ମ ଏହାର ପ୍ରଯୋଜନା କରିବେ।

ଉଲ୍ଲେଖଯୋଗ୍ୟ, ଐଶ୍ୱର୍ଯ୍ୟା ଖୁବ୍‌ ଶୀଘ୍ର ଫିଲ୍ମ ‘ଫନ୍ନେ ଖାନ୍‌’ରେ ନଜର ଆସିବେ। ଫିଲ୍ମଟି ଆଗଷ୍ଟ ୩ ତାରିଖରେ ରିଲିଜ୍ ହେବ। ଏହା ପୂର୍ବରୁ ସେ ଫିଲ୍ମ ‘ଏ ଦିଲ୍‌ ହୈ ମୁସ୍‌କିଲ୍‌’ରେ ନଜର ଆସିଥିଲେ। ସେହିଭଳି ଅଭିଷେକ୍ ବଚ୍ଚନଙ୍କ ଅପ୍‌କମିଂ ଫିଲ୍ମ ‘ମନମର୍ଜିୟାଁ’ ଆସନ୍ତା ସେପ୍ଟେମ୍ବର ମାସରେ ରିଲିଜ୍ ହେବ।

 

 



from OdishaReporter https://ift.tt/2vlHPKN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages