
ନୂଆଦିଲ୍ଲୀ: ସିବିଆଇର ସ୍ୱତନ୍ତ୍ର ଜଜ୍ ଜଷ୍ଟିସ୍ ବିଏଚ୍ ଲୋୟାଙ୍କ ମୃତ୍ୟୁ ସଂକ୍ରାନ୍ତ ତଦନ୍ତ ଫାଇଲକୁ ଆଜି ସୁପ୍ରିମକୋର୍ଟ ସବୁଦିନ ପାଇଁ ବନ୍ଦ କରି ଦେଇଛନ୍ତି।
ପୂର୍ବରୁ ସୁପ୍ରିମକୋର୍ଟ ଏହି ମାମଲାର ତଦନ୍ତ ପାଇଁ ହୋଇଥିବା ଏକାଧିକ ଆବେଦନକୁ ଖାରଜ କରିଥିଲେ। କିନ୍ତୁ ସୁପ୍ରିମକୋର୍ଟ ନିଜ ରାୟର ପୁନଃ ବିଚାର କରିବାକୁ ଏକ ରିଭ୍ୟୁ ପିଟିସନ୍ ଦାଏର ହୋଇଥିଲା।
ତେବେ ଆଜି ସୁପ୍ରିମକୋର୍ଟ ଏହି ରିଭ୍ୟୁ ପିଟିସନ୍କୁ ମଧ୍ୟ ଖାରଜ କରିଦେଇଛନ୍ତି। ଫଳରେ ସବୁଦିନ ପାଇଁ ଜଷ୍ଟିସ୍ ଲୋୟାଙ୍କ ମୃତ୍ୟୁର ତଦନ୍ତ ଫାଇଲ୍ ବନ୍ଦ ହୋଇଯାଇଛି।
ବମ୍ବେ ଆଇନ୍ଜୀବୀ ସଂଘ ପକ୍ଷରୁ ଏଭଳି ରିଭ୍ୟୁ ପିଟିସନ୍ ଦାଖଲ କରାଯାଇଥିଲା।
କିନ୍ତୁ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର, ଜଷ୍ଟିସ୍ ଏଏମ୍ ଖାନ୍ୱିଲକର ଓ ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଆବେଦନରେ କୌଣସି ବୈଧ ନଥିବା କହି ଏହାକୁ ଖାରଜ କରିଛନ୍ତି।
ଜଷ୍ଟିସ୍ ଲୋୟା ଶୋରାବୁଦ୍ଦିନ୍ ଫେକ୍ ଏନ୍କାଉଣ୍ଟର ମାମଲାର ଶୁଣାଣି କରୁଥିବା ବେଳେ ୨୦୧୪ ଡିସେମ୍ବର ୧ରେ ତାଙ୍କର ନାଗପୁରଠାରେ ହୃଦଘାତରେ ମୃତ୍ୟୁ ହୋଇଥିଲା।
from OdishaReporter https://ift.tt/2LCZ6dr
No comments:
Post a Comment