
ଚଣ୍ଡିଗଡ଼: ପୁଣି ଯୌନ କେଳେଙ୍କାରୀରେ ବାବା। ହରିୟାଣାରେ ଚାଞ୍ଚଲ୍ୟ। ଜଣେ କି ଦୁଇ ଜଣ ନୁହେଁ ୯୦ରୁ ଅଧିକ ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଜଣେ ବାବାଙ୍କୁ ଗିରଫ କରାଯାଇଛି। ଗିରଫ ବାବା ଜଣକ ହେଲେ ହରିୟାଣାର ଟୋହନାର ବାବା ଅମରପୁରୀ ଓରଫ ନାଗା ସାଧୁ ଓରଫ ବିଲ୍ଲୁ ବାବା। ସେହିପରି ବାବା ୧୨୦ରୁ ଅଧିକ ଅଶ୍ଳୀଳ ଭିଡିଓ ରେକର୍ଡ଼ିଂ କରିଥିବା ଅଭିଯୋଗ ରହିଛି। ଯେଉଁଥିରେ ୯୦ରୁ ଅଧିକ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଦୃଶ୍ୟ ରହିଛି। ତେବେ ଏହି ବାବା ଜଣକ କେମିତି ଏହି ମହିଳାମାନଙ୍କୁ ନିଜ ଜାଲରେ ଫସାଉ ଥିଲେ? କାହିଁକି ଜଣକ ପରେ ମହିଳା ଯୌନ ନିର୍ଯାତନାର ଶିକାର ହେଲା ପରେ ମଧ୍ୟ ମୁହଁ ଖୋଲି ପାରୁ ନଥିଲେ? ଏବେ ଏସବୁ ରହସ୍ୟର ପୁଲିସ ପରଦା ହଟାଇଛି।
ବାବା ଜଣକ ଭୂତ-ପ୍ରେତ ଓ ତନ୍ତ୍ରମନ୍ତ୍ର କରି ୨୦ ବର୍ଷ ହେଲା ନିଜ ଜାଲରେ ଅନେକ ଯୁବତୀଙ୍କୁ ଫସାଇ ଚାଲିଛନ୍ତି। ବାବା ତନ୍ତ୍ର ସାଧନା କରି ବିଭିନ୍ନ ସମସ୍ୟାର ସମାଧାନର ଲୋଭ ଦେଖାଇ ମହିଳାମାନଙ୍କୁ ଫସାନ୍ତି। ଯେଉଁ ମହିଳାମାନେ ଆସନ୍ତି ତାଙ୍କୁ କୌଶଳ କରି ନିଶା ଦେଇ ବେହୋସ କରନ୍ତି। ଆଉ ସମ୍ପୃକ୍ତ ମହିଳାଙ୍କ ସହ ଘୃଣ୍ୟକାରନାମା କରି ଏହାର ଭିଡିଓ ସୁଟ୍ କରନ୍ତି। ଆଶ୍ରମରେ ବାବାଙ୍କ କୋଠରୀକୁ ଯିବାକୁ ହେଲେ ୩ଟି ଦରଜା ଦେବାକୁ ଦେଇ ଯିବାକୁ ହୁଏ। ବାବା ରହୁଥିବା ରୁମରେ ହିଡେନ୍ କ୍ୟାମେର ଲାଗିଥିଲା। ଯେଉଁଥିରେ ବାବାଙ୍କ ସବୁ କାରନାମା ଅର୍ଥାତ ଯୌନ କେଳେଙ୍କାରୀର ଦୃଶ୍ୟ ରେକର୍ଡ଼ ହୋଇଥାଏ। ଆଉ ପରେ ମହିଳାମାନଙ୍କୁ ବ୍ଲାକମେଲିଂ କରି ସେମାନଙ୍କ ସହ ଜବରଦସ୍ତ ବଳାତ୍କାର କରୁଥିଲେ ବାବା। ପୁଲିସ ବାବାଙ୍କ ଆଶ୍ରମରୁ ବିଭିନ୍ନ ପ୍ରକାର ଜଡ଼ିବୁଟି, ନିଶାଦ୍ରବ୍ୟ, ଝଡ଼ାଫୁଙ୍କା ପାଇଁ ବ୍ୟବହୃତ ଲୁହାର ଚେନ୍ ଏବଂ ଅଶ୍ଲୀଳ ଭିଡିଓକୁ ଜବତ କରିଛି। ଏହି ଘଟଣାରେ ପୋଲିସ ୨ ଜଣ ମହିଳାଙ୍କୁ ପଚରାଉଚୁରା କରୁଛି। ବାବାଙ୍କର ପ୍ରକୃତ ନାମ ଅମିର ବୀର ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ସେ ନାମ ବଦଳାଇ ଦେଇଥିବା ପୁଲିସ ତଦନ୍ତରୁ ଜାଣିପାରିଛି।
from OdishaReporter https://ift.tt/2NENRO8
No comments:
Post a Comment