ସ୍କୁଲ୍‌ ପିଲାଙ୍କ ସହ ବସି ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ସ୍କୁଲ୍‌ ପିଲାଙ୍କ ସହ ବସି ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ

ସୁନ୍ଦରଗଡ଼(ବିଜୟ ବରୁଆ): ପିଲାଙ୍କୁ ପାଠ ପଢ଼ାଇବା ସହ ସେମାନଙ୍କ ଗହଣରେ ତଳେ ବସି ମଧ୍ୟାହ୍ନ ଭୋଜନ ଖାଇଲେ ଜିଲ୍ଲାପାଳ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍‌ ଆମଗୋଭା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ।

ସୁନ୍ଦରଗଡ଼ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା ଆମଗୋଭା ଗାଁରେ ଯୁଗ୍ମ ଅଭିଯୋଗ ଶୁଣାଣୀରେ ଯୋଗ ଦେଲା ପରେ ଗାଁରେ ଥିବା ଉଚ୍ଚ ପ୍ରଥମିକ ବିଦ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ। ସେ ବିଦ୍ୟାଳୟ ପରିସର ବୁଲି ଦେଖିବା ସହ କ୍ଲାସ୍‌ ରୁମ୍‌ରେ ପିଲାମାନଙ୍କ ସହ କଥା ହୋଇଥିଲେ। ଏହାସହ ପିଲାଙ୍କୁ ପାଠ ମଧ୍ୟ ପଚାରି ବୁଝିଥିଲେ। ମଧ୍ୟାହ୍ନ ଭୋଜନ ସମୟ ହୋଇଥିବାରୁ ସେ ଡାଇନିଂ ହଲ୍‌ ଯାଇ ପିଲାଙ୍କ ସହ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ। ଜିଲ୍ଲାପାଳଙ୍କ ସହ ସୁନ୍ଦରଗଡ଼ ବନଖଣ୍ଡ ଅଧିକାରୀ ଅରୁଣ କୁମାର ମିଶ୍ର, ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଏବଂ ଅତିରିକ୍ତ ଏସ୍‌ପି ରବିନାରାୟଣ ବାରିକ ମଧ୍ୟ ପିଲାଙ୍କ ସହ ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ।

ଏହି ଘଟଣା ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲାପାଳଙ୍କ ସାଙ୍ଗରେ ଖାଇବା ପରେ ପିଲାମାନେ ମଧ୍ୟ ବେଶ୍‌ ଖୁସି ହୋଇଯାଇଥିଲେ।

ସୂଚନାଯୋଗ୍ୟ, ଗତ ଜୁନ୍ ୨୯ ତାରିଖରେ ଗଜପତି ଜିଲ୍ଲାପାଳ ଅନୁପମ ଶାହା ପାରାଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌରପାଳିକା ଉଚ୍ଚ ବିଦ୍ୟାଳୟକୁ ଯାଇ ଛାତ୍ରଛାତ୍ରୀଙ୍କୁ ଭୂଗୋଳ ପଢ଼ାଇ ଥିଲେ।

ଅଧିକ ପଢ଼ନ୍ତୁ-ଜିଲ୍ଲାପାଳଙ୍କ ଭୂଗୋଳ ପ୍ରେମ: ନବମ ଶ୍ରେଣୀ ପିଲାଙ୍କୁ କଳାପଟାରେ ବୁଝାଇ ପଢ଼ାଇଲେ



from OdishaReporter https://ift.tt/2JNWdAS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages