
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଶ୍ରାବଣ ସୋମବାର ପାଇଁ ବିଭିନ୍ନ ଶୈବ ପୀଠ ଚଳଚଞ୍ଚଳ ହୋଇପଡ଼ିଛି। ରାଜ୍ୟର ପ୍ରମୁଖ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼ ଲାଗିଛି। ଆଜି ବଡ଼ି ଭୋର୍ରୁ ବିଭିନ୍ନ ସ୍ଥାନରେ ଦେବଦେବ ମହାଦେବଙ୍କ ଠାରେ ଜଳଲାଗି କରି କାଉଡ଼ିଆମାନେ ଆଶୀର୍ବାଦ ଭିକ୍ଷା କରୁଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିରଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି।
ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଏହାସହ ୨୧ଟି ସିସି କ୍ୟାମେରା ଲଗାଯାଇଛି। ସେହିପରି ପୁରୀ ଲୋକନାଥ ମନ୍ଦିର ଓ ଭଦ୍ରକ ଆଖଣ୍ଡଳମଣୀ ଆଦି ମନ୍ଦିରରେ ଭିଡ଼ ଦେଖିବାକୁ ମିଳିଛି। ତେବେ ଗତ ଶୁକ୍ରବାର ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ହୋଇଥିବାରୁ ପୂର୍ବବର୍ଷ ଅପେକ୍ଷା କାଉଡ଼ିଆଙ୍କ ସଂଖ୍ୟା ସାମାନ୍ୟ କମିଛି। କାରଣ କୁହାଯାଏ ଚନ୍ଦ୍ରଗ୍ରହଣ ପରେ ସପ୍ତାହେ ଧରି କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ।
from OdishaReporter https://ift.tt/2OtLdvV
No comments:
Post a Comment