
ଜାକର୍ତ୍ତା: ଇଣ୍ଡୋନେସିଆରେ ରବିବାର ସକାଳ ପ୍ରାୟ ୭ଟା ବେଳେ (ସ୍ଥାନୀୟ ସମୟ ଅନୁସାରେ) ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ଲୋମ୍ବୋକ୍ ଆଇଲ୍ୟାଣ୍ଡ୍ରେ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୬.୪ ରହିଥିଲା। ଏଥିରେ ଡଜନେରୁ ଅଧିକ ଘର ଭାଙ୍ଗି ଯାଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ୪୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଭୂକମ୍ପ ବେଳେ ଅନେକ ଲୋକ ଘର ଛାଡ଼ି ଖୋଲା ପଡ଼ିଆକୁ ଦୌଡ଼ି ପଳାଇଥିଲେ।
ୟୁଏସ୍ ଜିଓଲୋଜିକାଲ୍ ସର୍ଭେ (ୟୁଏସ୍ଜିଏସ୍) କହିଛି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ମତାରମ୍ ସହରର ଉତ୍ତର-ପୂର୍ବରେ ୫୦ କିଲୋମିଟର ଦୂରରେ ଥିଲା। ମତାରମ୍ ସହର ଲୋମ୍ବୋକ୍ ଆଇଲ୍ୟାଣ୍ଡର ଉତ୍ତର ଭାଗରେ ରହିଛି।
ଏହି ଶକ୍ତିଶାଳୀ ଭୂକମ୍ପ ପରେ ଆହୁରି ୬୦ରୁ ଅଧିକ ଛୋଟ ଭୂକମ୍ପ ଅନୁଭୂତ ହୋଇଥିଲା। ସେଗୁଡ଼ିକ ମଧ୍ୟରେ ସବୁଠୁ ବଡ଼ ଭୂକମ୍ପର ତୀବ୍ରତା ଥିଲା ୫.୭। ଏବେ ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
from OdishaReporter https://ift.tt/2Oqy0nv
No comments:
Post a Comment