ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଗାଁକୁ ରାସ୍ତା ନଥିବାରୁ ଆସିପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହା ହେଲେ ଗର୍ଭବତୀ

କାମାକ୍ଷାନଗର (ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲାରେ ବିକାଶର ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଖରାପ ରାସ୍ତା ଯୋଗୁଁ ଆମ୍ବୁଲାନ୍ସ ଗାଁକୁ ଆସିପାରିଲା ନାହିଁ। ତେଣୁ ଜଣେ ଗର୍ଭବତୀ ମହିଳାଙ୍କୁ ଖଟରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବାକୁ ପଡ଼ିଲା। ଏହି ଦୃଶ୍ୟ ଦେଖିବାକୁ ମିଳିଛି କଙ୍କଡ଼ାହାଡ଼ ବ୍ଲକ୍‌ କାଇମାଟି ଗାଁରେ।

 

ଗାଁର ସାକାର ଚାତରଙ୍କ ସ୍ତ୍ରୀ ରଶ୍ମିତାଙ୍କର ଗତକାଲି ଗର୍ଭ ଯନ୍ତ୍ରଣା ହୋଇଥିଲା। ଏଥିପାଇଁ ଆମ୍ବୁଲାନ୍ସକୁ ଡକାଯାଇଥିଲା। ତେବେ ଗାଁକୁ ରାସ୍ତା ନଥିବାରୁ ଆମ୍ୱୁଲାନ୍ସ ଆସିପାରି ନଥିଲା।  ଫଳରେ କିଛି ଗ୍ରାମବାସୀ ମିଶି ରଶ୍ମିତାଙ୍କୁ ଖଟିଆରେ ବୋହି ପ୍ରାୟ ୩ କିଲୋମିଟର ଦୂରରେ ଛିଡ଼ା ହୋଇଥିବା ଆମ୍ବୁଲାନ୍ସ ନିକଟକୁ ଆଣିଥିଲେ। ତା’ପରେ ତାଙ୍କୁ ଆମ୍ୱୁଲାନ୍ସରେ ମହାବିରୋଡ୍ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ପରଜଙ୍ଗ ଡାକ୍ତରଖାନାକୁ ନିଆଯାଇଥିଲା।

 



from OdishaReporter https://ift.tt/2LQKCWU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages