କାଲି ଠାରୁ ଦିନିକିଆ କ୍ରିକେଟ୍‌: ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 11, 2018

କାଲି ଠାରୁ ଦିନିକିଆ କ୍ରିକେଟ୍‌: ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟି-ଟ୍ୱେଣ୍ଟି ସିରିଜ୍‌ରେ ଇଂଲଣ୍ଡକୁ ମାତ୍ ଦେବା ପରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଥିବା ଦିନିକିଆ ସିରିଜ ଉପରେ ଭାରତର ନଜର। ତିନି ଟିକିଆ ଦିନିକିଆ ସିରିଜ୍‌କୁ ମଧ୍ୟ କବ୍‌ଜା କରିବାକୁ ଚେଷ୍ଟା କରିବ ବିରାଟ ବାହିନୀ। କାଲି ପ୍ରଥମ ଦିନିକିଆ ଖେଳାଯିବାକୁ ଥିବାବେଳେ ୧୪ ଓ ୧୭ରେ ଖେଳାଯିବ ଅନ୍ୟ ୨ଟି ଦିନିକିଆ। ଏହା ପରେ ଆରମ୍ଭ ହେବ ୫ ଟିକିଆ ଟେଷ୍ଟ ସିରିଜ। ବର୍ମିଂହାମରେ ଖେଳାଯିବ ପ୍ରଥମ ଟେଷ୍ଟ ମ୍ୟାଚ୍। ପୂର୍ବରୁ ଗସ୍ତ ଆରମ୍ଭରୁ ପ୍ରଥମେ, ଟେଷ୍ଟ ମ୍ୟାଚ ଖେଳାଯାଉଥିବା ବେଳେ ଚଳିତ ଥର ପ୍ରଥମେ ଥର ପାଇଁ ଟି-୨୦ ଓ ଦିନିକିଆ ମ୍ୟାଚ ଖେଳୁଛି ଟିମ୍ ଇଣ୍ଡିଆ।

ଭାରତ ଦିନିକିଆ ସିରିଜକୁ ଜିତି ମନୋବଳ ଦୃଢ କରିବା ଆଶାରେ ପଡିଆକୁ ଓହ୍ଲାଇବ। ଟେଣ୍ଟବ୍ରିଜ୍‌ରେ ଖେଳାଯଯିବାକୁ ଥିବା ପ୍ରଥମ ଦିନିକିଆରେ ଘରୋଇ ଇଂଲଣ୍ଡକୁ ହରାଇବାକୁ ଟିମ୍ ଇଣ୍ଡିଆକୁ ବେଶ୍ ପରିଶ୍ରମ କରିବାକୁ ପଡିପାରେ। ନିକଟରେ ଅଷ୍ଟ୍ରେଲିଆକୁ ୫-୦ରେ ହରାଇ କ୍ଲନ ସୁଇପ କରିଥିବା ଇଂଲିସ୍ ଟିମ୍ ଏବେ ଶ୍ରେଷ୍ଠ ଫର୍ମରେ ଅଛି। ଦଳର ଶକ୍ତିଶାଳୀ ବ୍ୟାଟିଂ ଲାଇନ ସହ ବୋଲିଂ ବିଭାଗ ମଧ୍ୟ ଭଲ ଫର୍ମରେ ରହିଛି। ତେବେ ଏହି ସିରିଜ୍‌ ଭାରତ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ। କାରଣ ଆସନ୍ତା ବର୍ଷ ଇଂଲଣ୍ଡରେ ଆୟୋଜିତ ହେବ ଆଇସିସି ବିଶ୍ୱକପ। ସେଥିପାଇଁ ଏହି ପରିବେଶରେ ଭାରତ ଖାପଖୁଆଇ ଭଲ ପ୍ରଦର୍ଶନ କଲେ ବିଶ୍ୱକପ ରାସ୍ତା ସହଜ ହେବ।Image result for india vs england



from OdishaReporter https://ift.tt/2NGVG6Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages