
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ୍ରେ ଆଜି ମୁହାଁମୁହିଁ ହେବେ ଇଂଲଣ୍ଡ ଏବଂ କ୍ରୋଏସିଆ। ବିଶ୍ୱକପରେ ପ୍ରଥମ ଥର ପାଇଁ ମୁହାମୁହିଁ ହେଉଛନ୍ତି ଏହି ଦୁଇ ୟୁରୋପୀୟ ରାଷ୍ଟ୍ର।
ଦ୍ୱିତୀୟ ଥର ପାଇଁ ବିଶ୍ୱକପ ସେମିଫାଇନାଲ୍ ଖେଳୁଛି କ୍ରୋଏସିଆ। ଦୀର୍ଘ ୨୦ ବର୍ଷ ପରେ ପୁଣି ଏହି ସୁଯୋଗ ମିଳିଥିବାରୁ ଟାଇଟଲ ଜିତିବା ସ୍ୱପ୍ନ ସାକାର କରିବା ଲକ୍ଷ୍ୟରେ ମୈଦାନକୁ ଓହ୍ଲାଇବ କ୍ରୋଏସିଆ। ଚଳିତ ବିଶ୍ୱକପରେ ଆର୍ଜେଣ୍ଟିନା, ଡେନମାର୍କ ଏବଂ ନାଇଜେରିଆ ଓ ରୁଷିଆ ଭଳି ଶକ୍ତିଶାଳୀ ଦଳକୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛି କ୍ରୋଏସିଆ। ଆରମ୍ଭରୁ କେହି ଭାବିନଥିଲେ କି କ୍ରୋଏସିଆ ଭଳି ଟିମ୍ ଏଥର ସେମିଫାଇନାଲ୍ ଖେଳିବ। କ୍ରୀଡ଼ା ସମୀକ୍ଷକ କହୁଥିଲେ, ବ୍ରାଜିଲ, ଆର୍ଜେଣ୍ଟିନା, ଜର୍ମାନୀ କିମ୍ବା ସ୍ପେନ ଭଳି ଟିମ୍ ଏଥର ବିଶ୍ୱକପ ବିଜେତା ହୋଇପାରନ୍ତି। ହେଲେ ପ୍ରଥମ ଓ ଦ୍ୱିତୀୟ ରାଉଣ୍ଡରୁ ଏହି ଟିମ୍ ଗୁଡ଼ିକ ପ୍ରତିଯୋଗିତାରୁ ବିଦାୟ ନେଇସାରିଛନ୍ତି। ସବୁ ଭବିଷ୍ୟବାଣୀକୁ ପଛରେ ପକାଇ କ୍ରୋଏସିଆ ସେମିଫାଇନ୍ ମ୍ୟାଚ୍ ଖେଳିବାକୁ ଯାଉଥିବା ବେଳେ, ଆଜି ଇଂଲଣ୍ଡକୁ ହରାଇ ଆଉ ଏକ ବପର୍ଯ୍ୟୟ ସୃଷ୍ଟି କରିବା ଲକ୍ଷ୍ୟ ରହିଛି। ଇଂଲଣ୍ଡକୁ ହରାଇବା କ୍ରୋଏସିଆ ପାଇଁ ଅସମ୍ଭବ ନୁହେଁ, କାରଣ ଟିମ୍ରେ ସବୁ ବିଭାଗ ଏଥର ବେଶ୍ ଶକ୍ତିଶାଳୀ ରହିଛି। ବିଶେଷ କରି ମୁଖ୍ୟ ଗୋଲ୍ କିପର୍ ଶୁଭାସିକ୍ ଏଥର ଆକର୍ଷଣୀୟ ପ୍ରଦର୍ଶନ ଜରି ରଖିଛନ୍ତି। କ୍ରୋଏସିଆ ସେମିଫାଇନାଲ୍ ପର୍ଯ୍ୟନ୍ତ ସଫର୍ କେବଳ ଶୁଭାସିକ୍ଙ୍କ ପାଇଁ ସମ୍ଭବ ହୋଇପାରିଛି। ତେଣୁ ଆଜିର ମ୍ୟାଚ୍ରେ ମଧ୍ୟ ତାଙ୍କ କମାଲ୍ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି।

from OdishaReporter https://ift.tt/2KQzlpu
No comments:
Post a Comment