ଦୀନ ଦୟାଲ ସ୍ପର୍ଶ ଯୋଜନା: ବାର୍ଷିକ ୬ ହଜାର ଟଙ୍କା ଛାତ୍ରବୃତ୍ତି ଦେବ ଡାକ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ଦୀନ ଦୟାଲ ସ୍ପର୍ଶ ଯୋଜନା: ବାର୍ଷିକ ୬ ହଜାର ଟଙ୍କା ଛାତ୍ରବୃତ୍ତି ଦେବ ଡାକ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଡାକ ଟିକଟ ସଂଗ୍ରହ ରୁଚିକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଡାକ ବିଭାଗ ଦୀନ ଦୟାଲ ସ୍ପର୍ଶ ଯୋଜନା – ୨୦୧୮ ନାମକ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି। ୬ଷ୍ଠରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ମେଧାବୀ ଛାତ୍ରମାନଙ୍କର ଡାକ ଟିକଟ ସଂଗ୍ରହରେ ରୁଚି ରହିଥିବ ସେମାନେ ଏହି ପ୍ରତିଯୋଗିତାରେ ଭାଗ ନେଇପାରିବେ।

ଏହି ପ୍ରତିଯୋଗିତାକୁ ୨ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଡାକ ଟିକଟ ସମ୍ପର୍କିତ ଏକ କୁଇଜ୍ ପ୍ରତିଯୋଗିତା ହେବ। ଦ୍ୱିତୀୟ ପର୍ଯ୍ୟାୟରେ ପ୍ରତିଯୋଗୀମାନଙ୍କୁ ଡାକ ଟିକଟ ସଂଗ୍ରହ ସମ୍ପର୍କିତ ପ୍ରକଳ୍ପ ଉପସ୍ଥାପନ କରିବାକୁ ପଡ଼ିିବ। ଏହି ପ୍ରତିଯୋଗିତାରେ ବିଜୟୀ ଛାତ୍ରଛାତ୍ରୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ବୃତ୍ତି ପ୍ରଦାନ କରାଯିବ। ପ୍ରତିଯୋଗିତା ପାଇଁ ଆବେଦନ କରିବାର ଶେଷ ତାରିଖ ୧୬ ଅଗଷ୍ଟ ୨୦୧୮ ରଖାଯାଇଛି।  ପ୍ରତିଯୋଗୀମାନେ ସୂଚନା ପାଇଁ ମୁଖ୍ୟ ଡାକ ମହାପ୍ରବନ୍ଧକ, ଭୁବନେଶ୍ୱର, ଡାକ ମହାପ୍ରବନ୍ଧକ ସମ୍ୱଲପୁର ଓ ବ୍ରହ୍ମପୁର ଏବଂ ନିକଟସ୍ଥ ଡାକ ବିଭାଗର ଅଧୀକ୍ଷକ ଓ ବରିଷ୍ଠ ଅଧୀକ୍ଷକଙ୍କୁ ଯୋଗାଯୋଗ କରିପାରିବେ। ପ୍ରତିଯୋଗିତା ସମ୍ପର୍କିତ ବିସ୍ତୃତ ତଥ୍ୟ ଡାକ ବିଭାଗର ୱେବସାଇଟ୍‌ରେ ଉପଲବ୍ଧ।



from OdishaReporter https://ift.tt/2NwKZD0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages