କାଲିଠୁ ମହିଳା ବିଶ୍ୱକପ୍ ହକି: ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡକୁ ଟକ୍କର୍‌ ଦେବ ଟିମ୍ ଇଣ୍ଡିଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

କାଲିଠୁ ମହିଳା ବିଶ୍ୱକପ୍ ହକି: ଉଦ୍‌ଘାଟନୀ ମ୍ୟାଚ୍‌ରେ ଇଂଲଣ୍ଡକୁ ଟକ୍କର୍‌ ଦେବ ଟିମ୍ ଇଣ୍ଡିଆ

ଭୁନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଠାରୁ ଆରମ୍ଭ ହେବ ମହିଳା ହକି ବିଶ୍ୱକପ। ଭାରତ ସମେତ ୧୬ଟି ଦେଶ ଏହି ବିଶ୍ୱକପରେ ଭାଗ ନେବେ। ଇଂଲଣ୍ଡରେ ହେବାକୁ ଥିବା ଏହି ବିଶ୍ୱକପ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ୧୭ ଦିନ ଧରି ଆୟୋଜିତ ହେବ ମହିଳା ହକି ବିଶ୍ୱକପ୍। ଉଦଘାଟନୀ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଆୟୋଜକ ଇଂଲଣ୍ଡକୁ ଭେଟିବ।

କାଲି ଲଣ୍ଡନରେ ବାଜିବ୍ ବିଗୁଲ। ଆରମ୍ଭ ହେବ ମହିଳା ହକି ବିଶ୍ୱ ମହାକୁମ୍ଭ। ୧୬ଟି ଦେଶକୁ ନେଇ ହେବ ଟାଇଟଲ୍‌ ଟକ୍କର୍‌। ୧୭ ଦିନ ଯାଏ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ୪ଟି ଗ୍ରୁପ୍‌ରେ ୧୬ଟି ଦେଶ ଭାଗନେବେ। ପ୍ରଥମ ରାଉଣ୍ଡରୁ ଦେଖିବାକୁ ମିଳିବ କଡ଼ା ମୁକାବିଲା। ଚଳିତ ବର୍ଷ ଡିଫେଣ୍ଡିଂ ଚାମ୍ପିଆନ୍ ନେଦରଲାଣ୍ଡ ଟ୍ରଫି ରେସ୍‌ରେ ସବୁଠୁ ଆଗରେ ଥିବାବେଳେ ଜର୍ମାନୀ, ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା ଏବଂ ଆୟୋଜକ ଇଂଲଣ୍ଡ ବି କମ୍ ନୁହନ୍ତି।

ଭାରତ ମଧ୍ୟ କୌଣସି ଟିମ୍‌ ଠାରୁ କମ୍‌ ନୁହେଁ। ବିଶ୍ୱ ମାନ୍ୟତାରେ ଦଶମ ସ୍ଥାନରେ ଥିବା ଟିମ୍ ଇଣ୍ଡିଆକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି ଦର୍ଶକ। ଅଧିନାୟକ ରାଣୀ ରାମ୍ପାଲଙ୍କ ନେତୃତ୍ୱରେ ପ୍ରଥମ ବିଶ୍ୱକପ୍ ଟ୍ରଫି ଜିତିବା ସ୍ୱପ୍ନ ଦେଖୁଛି ଟିମ୍ ଇଣ୍ଡିଆ। ଏଥିରେ ଓଡିଆଙ୍କ କମାଲ୍ ବି ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଆ ସ୍କ୍ୱାଡ୍‌ରେ ସ୍ଥାନ ପାଇଛନ୍ତି ୪ ଓଡ଼ିଆ। ଏହି ୪ଜଣ ହେଲେ ଦୀପଗ୍ରେସ ଏକ୍କା, ସୁନୀତା ଲାକ୍ରା, ନମିତା ଟପ୍ପୋ, ଲିଲିମା ମିଂଜ।  ଆଉ ଏଥି ପାଇଁ ଓଡ଼ିଶାରେ ବି ଦେଖିବାକୁ ମିଳିଛି ବେଶ୍ ଉତ୍ସାହ।

ଯୁବ ଖେଳାଳିଙ୍କୁ ନେଇ ଗଠିତ ଟିମ ଇଣ୍ଡିଆ ନିକଟରେ ରହିଛି ଅଭିଜ୍ଞତାର ଅଭାବ। ୧୮ ଜଣିଆ ଭାରତୀୟ ଦଳରୁ ୧୬ ଜଣ ଚଳିତ ଥର ବିଶ୍ୱକପ ପଦାର୍ପଣ କରିବେ। ତଥାପି ଏଥର ଟିମ୍‌ ଆକର୍ଷଣୀୟ ପ୍ରଦର୍ଶନ କରି ଟ୍ରଫି ହାତେଇବାକୁ ଲକ୍ଷ୍ୟ ରଖିଛି। ଭାରତ ଓ ଇଂଲଣ୍ଡ ସହ ଗ୍ରୁପ-ବି’ରେ ସ୍ଥାନ ପାଇଛନ୍ତି ଆମେରିକା ଓ ଆର୍ୟଲାଣ୍ଡ ଟିମ୍‌। ବିଶ୍ୱ ମହିଳା ହକି ମାନ୍ୟତାରେ ଇଂଲଣ୍ଡ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଆମେରିକା ସପ୍ତମ, ଭାରତ ଦଶମ ଏବଂ ଆର୍ୟଲାଣ୍ଡ ୧୬ତମ ସ୍ଥାନରେ ଅଛି। ଭାରତ ଆସନ୍ତାକାଲି ଇଂଲଣ୍ଡକୁ ଭେଟୁଥିବା ବେଳେ ୨୬ରେ ଆର୍ୟଲାଣ୍ଡ ଏବଂ ୨୯ରେ ଆମେରିକା ସହ ଖେଳିବ। ଗତ ଥର ବିଶ୍ୱକପରେ କ୍ୱାଲିଫାଏ କରିପାରିନଥିବା ଟିମ୍ ଇଣ୍ଡିଆ ଏଥର ଭଲ ପ୍ରଦର୍ଶନ ପାଇଁ ଲକ୍ଷ୍ୟ ରଖିଛି।



from OdishaReporter https://ift.tt/2O31S9v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages