ବର୍ଷକୁ ଥରୁଟିଏ ସାକ୍ଷାତ ସ୍ନାନ କରୁଥିବା ଶ୍ରୀବିଗ୍ରହ ପ୍ରତିଦିନ ଏମିତି ଗାଧାନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ବର୍ଷକୁ ଥରୁଟିଏ ସାକ୍ଷାତ ସ୍ନାନ କରୁଥିବା ଶ୍ରୀବିଗ୍ରହ ପ୍ରତିଦିନ ଏମିତି ଗାଧାନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେବସ୍ନାନ ପୂର୍ଣ୍ଣିମାରେ ଦାରୁ ବିଗ୍ରହଙ୍କ ସ୍ନାନ ଉତ୍ସବ ଚାକ୍ଷୁସ ରୂପରେ ସାରା ବିଶ୍ୱ ଦେଖିଛି। ଅନେକ ଅଣଓଡ଼ିଆ ଗଣମାଧ୍ୟମ ମଧ୍ୟ ମହାପ୍ରଭୁଙ୍କ ଦିବ୍ୟ ଯାତ୍ରା ସମ୍ପର୍କରେ ଅନେକ କିଛି ଲେଖିଛନ୍ତି। ସବୁଠାରୁ ରୋଚକ କଥା ହେଲା ଅନେକ ଖବରରେ ମହାପ୍ରଭୁ ବର୍ଷକୁ ଥରୁଟିଏ ସ୍ନାନ କରନ୍ତି ବୋଲି ଦର୍ଶାଯାଇଛି।

ଥରେ ଭାବିଲେ ଦେଖି ଏହା କ’ଣ ଠିକ୍‌? ମହାପ୍ରଭୁ କ’ଣ ସତରେ ବର୍ଷକୁ ଥରୁଟିଏ ସ୍ନାନ କରନ୍ତି?

କେବେ ବି ନୁହେଁ। ଶ୍ରୀମନ୍ଦିରରେ ପୂଜିତ ବିଗ୍ରହମାନେ ପ୍ରତ୍ୟହ ସ୍ନାନ କରିଥାନ୍ତି। ହେଲେ ବର୍ଷକୁ ଥରୁଟିଏ ସର୍ବସାଧାରଣରେ(ସାକ୍ଷାତ) ସ୍ନାନ କରିଥାନ୍ତି। ଯାହାକୁ ଦେବସ୍ନାନ ବୋଲି କୁହାଯାଏ। ଆମେ ଆପଣଙ୍କୁ ଆଜି କାଳିଆ ଠାକୁରଙ୍କ ନିତ୍ୟ ସ୍ନାନ ସମ୍ପର୍କରେ ଜଣାଇବାକୁ ଯାଉଛୁ।

ଶ୍ରୀମନ୍ଦିର ନୀତି ମୁତାବକ ପ୍ରତ୍ୟହ ସକାଳେ ଦୁଆର ଫିଟା ନୀତି ପରେ ମଙ୍ଗଳ ଆଳତୀ ହୋଇଥାଏ। ଏହାପରେ ପୂର୍ବ ରାତିର ବଡ଼ ସିଂହାର ବେଶ ମଇଲମ(ବେଶ ଉଲାଗି କରିବା) କରିବା ପରେ ବିଗ୍ରହମାନଙ୍କୁ ତଡ଼ପ ଉତ୍ତରୀ ବେଶରେ ସଜାଇ ଦିଆଯାଏ। ଏହି ବେଶରେ ଗୋଟିଏ ତଡ଼ପ ବା ଗାମୁଛା ମହାପ୍ରଭୁଙ୍କ ବିଗ୍ରହଙ୍କ ନିମ୍ନ ଭାଗରେ ପିନ୍ଧାଇ ଦିଆଯାଏ ଓ ଉତ୍ତରୀ ବା ଗାମୁଛା ଖଣ୍ଡିଏ ଶ୍ରୀବିଗ୍ରହଙ୍କ ଅଣ୍ଟାରୁ ବାହୁ ଉପର ଦେଇ ତଳକୁ ଝୁଲାଇ ଦିଆଯାଇଥାଏ।

ସାଧାରଣ ମଣିଷ ଗାଧୋଇବାକୁ ଯିବାବେଳେ ଯେଭଳି ଯୋଡ଼ିଏ ବସ୍ତ୍ର ବ୍ୟବହାର କରିଥାଏ ସେହିପରି ଏହି ବେଶରେ ମହାପ୍ରଭୁଙ୍କୁ ସଜାଇ ଦିଆଯାଇଥାଏ। ଏହି ବେଶ ଥାଇ ୩ ଜଣ ପୂଜାପଣ୍ଡା ୩ ବାଡ଼ରେ ବସି ମହାପ୍ରଭୁଙ୍କୁ ମନ୍ତ୍ର ସ୍ନାନ କରାଇଥାନ୍ତି। ଶ୍ରୀମନ୍ଦିର ପରମ୍ପରା ବେଳେ ଏହି ନୀତିରେ ୩ଟି ସ୍ୱତନ୍ତ୍ର ଦର୍ପଣୀ ବ୍ୟବହାର କରାଯାଏ। ଶୁଦ୍ଧ ପିତ୍ତଳରେ ନିର୍ମିତ ଏହି ଦର୍ପଣୀରେ ମହାପ୍ରଭୁଙ୍କ ପ୍ରତିଛବିକୁ ସ୍ନାନ କରାଯାଉଥିବାରୁ ଏହି ସ୍ନାନ ବିଧିକୁ ବିମ୍ବସ୍ନାନ ମଧ୍ୟ କୁହାଯାଏ। ମହାପ୍ରଭୁ କେବଳ ଗାଧାନ୍ତି ନାହିଁ, ବଉଳ କାଠିରେ ନିର୍ମିତ ଦାନ୍ତକାଠିରେ ଦାନ୍ତ ଘଷିବା ସହ, ସୁନା ଜିଭ ଛେଲାରେ ଜିଭିକରଣ ନୀତି ମଧ୍ୟ ସମ୍ପନ୍ନ କରିଥାନ୍ତି। ଆଉ ଏ ସମସ୍ତ ନୀତି ଉକ୍ତ ଦର୍ପଣୀ ସମ୍ମୁଖରେ ହୋଇଥାଏ।

 

ଅଧିକାଂଶ ସମୟରେ ଶ୍ରୀମନ୍ଦିରରେ ଭିତରକାଠ ପାଖରେ ମହାପ୍ରଭୁଙ୍କୁ ଦର୍ଶନ କରିବା ବେଳେ ଆମେ ଏହି ଦର୍ପଣୀ ଦେଖିବାକୁ ପାଇଥାଉ।  ହେଲେ ଅଜ୍ଞତାବଶତଃ ଅନେକ ସମୟରେ ଆମେ ଏହା କ’ଣ, ତାହା ଜାଣିପାରି ନ ଥାଉ। ଏହି ଦର୍ପଣୀ ସ୍ନାନ ନୀତି କେବଳ ଶ୍ରୀମନ୍ଦିରରେ ନୁହେଁ, ଗୁଣ୍ଡିଚା ମନ୍ଦିରରେ ଓ ରଥ ଉପରେ ମଧ୍ୟ ସମ୍ପାଦିତ ହୋଇଥାଏ।



from OdishaReporter https://ift.tt/2LCv6u3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages