ହିତାଧିକାରୀ ବୃଦ୍ଧି ଦାବି ଆଳରେ ସରକାରଙ୍କ ନୂଆଚାଲ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ହିତାଧିକାରୀ ବୃଦ୍ଧି ଦାବି ଆଳରେ ସରକାରଙ୍କ ନୂଆଚାଲ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ ଅନ୍ତର୍ଗତ ରାଜ୍ୟରେ ଆଉ ୩୪.୪୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବା ପାଇଁ ଆଜି ଓଡ଼ିଶା ଦାବିକରିଛି। ଅପରପକ୍ଷରେ ଏହି ଅନୁରୋଧ ପଛରେ ବିଜେଡି ସରକାରର ନିର୍ଦ୍ଦିଷ୍ଟ ରାଜନୀତିକ ଅଭିସନ୍ଧି ରହିଥିବା ଚର୍ଚ୍ଚା ହେଉଛି। ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାର ନିଜସ୍ୱ ଖାଦ୍ୟ ଆଇନ୍‌କୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇସାରିଥିବା ବେଳେ କେନ୍ଦ୍ରକୁ ଏବେ ପୁଣି ଥରେ ଚିଠି ଲେଖି ବିଜେଡି ସରକାର ରାଜନୀତିକ ଫାଇଦା ଉଠାଇବାକୁ ଚାହିଁଥିବା ଜଣାପଡ଼ିଛି।

ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଆଜି କେନ୍ଦ୍ର ଖାଉଟି ବ୍ୟାପାର ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କୁ ଚିଠି ଲେଖି ରାଜ୍ୟରେ ଜନସଂଖ୍ୟା ବୃଦ୍ଧି ପାଉଥିବାରୁ ସେହି ଅନୁପାତରେ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀଙ୍କ ସଂଖ୍ୟାରେ ବୃଦ୍ଧିର ଆବଶ୍ୟକତା ରହିଛି ବୋଲି କହିଛନ୍ତି।

୨୦୧୧ ଜନଗଣନା ଅନୁସାରେ ରାଜ୍ୟର ୭୮ ପ୍ରତିଶତ ଲୋକଙ୍କୁ ଅର୍ଥା ୩ କୋଟି ୨୬ ଲକ୍ଷ ୪୧,୮୦୦ ଲୋକଙ୍କୁ ହିତାଧିକାରୀ ଭାବେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଇତି ମଧ୍ୟରେ ୭ବର୍ଷ ବିତି ଯାଇଛି। ୨୦୧୧ ଜନସଂଖ୍ୟା ତୁଳନାରେ ଏବେ ରାଜ୍ୟର ଜନସଂଖ୍ୟା ୧୦.୨୨ ପ୍ରତିଶତ ବୃଦ୍ଧି ପାଇଛି। ତେଣୁ ସେହି ୭୮ପ୍ରତିଶତ ଅନୁପାତକୁ ବଜାୟ ରଖି ରାଜ୍ୟରେ ଅତିରିକ୍ତ ୩୪.୪୪ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅଗ୍ରାଧିକାର ଭିତ୍ତିରେ ବିଚାର କରିବାକୁ ଶ୍ରୀ ପାତ୍ର ଅନୁରୋଧ କରିଛନ୍ତି।

ସୂଚନା ଯୋଗ୍ୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନୁରୂପ ଭାବେ ରାଜ୍ୟରେ ହିତାଧିକାରୀ ସଂଖ୍ୟା ବୃଦ୍ଧି ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କେନ୍ଦ୍ର ସରକାର ପୂର୍ବରୁ ଓଡ଼ିଶାର ଏଭଳି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ହିତାଧିକାରୀ ସଂଖ୍ୟା ବଢ଼ାଇବାକୁ ହେଲେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ସଂଶୋଧନର ଆବଶ୍ୟକତା ପଡ଼ିବ ଓ ଏହା ସର୍ବ ଭାରତୀୟସ୍ତରରେ ସମସ୍ତଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ହେବ ବୋଲି ଜଣାଇଥିଲେ। ଯାହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ ପାଇଁ ଯୋଜନା ଆରମ୍ଭ କରିଛନ୍ତି। ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର ମଧ୍ୟ ଗତ ସପ୍ତାହରେ ଗଣମାଧ୍ୟମକୁ ଏହି ସୂଚନା ଦେଇଥିଲେ। ଗୋଟିଏ ପଟେ ଓଡ଼ିଶାରେ ଦାରିଦ୍ର୍ୟ ସଂଖ୍ୟା ହ୍ରାସ ପାଉଛି ବୋଲି ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟରେ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ଅନୁପାତ(୭୮%)କୁ ବଜାୟ ରଖିବାକୁ ଦାବିକରି ନିଜର ଦୋମୁହାଁ ନୀତିକୁ ପଦାରେ ପକାଇଛନ୍ତି। ନିଜ ସ୍ୱ’ ଖାଦ୍ୟ ଆଇନକୁ ରାଜ୍ୟରେ କାର୍ଯ୍ୟକାରୀ କରିବା ପୂର୍ବରୁ ଏଥିରୁ କିଭଳି ରାଜନୀତିକ ଫାଇଦା ନେଇହେବ ସେଥି ପାଇଁ ବିଜେଡି ସରକାର ଏଭଳି ଚାଲ‌ ଖେଳିଥିବା ଜଣାପଡ଼ିଛି।



from OdishaReporter https://ift.tt/2uAcGnm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages