ଆସନ୍ତାକାଲି ପାକ୍‌ ନିର୍ବାଚନ: ଜାଣନ୍ତୁ କାହା କାହା ମଧ୍ୟରେ ହେବ ଲଢ଼େଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଆସନ୍ତାକାଲି ପାକ୍‌ ନିର୍ବାଚନ: ଜାଣନ୍ତୁ କାହା କାହା ମଧ୍ୟରେ ହେବ ଲଢ଼େଇ

ଇସ୍‌ଲାମାବାଦ: ଆସନ୍ତାକାଲି ପାକିସ୍ତାନ ସାଧାରଣ ନିର୍ବାଚନ। ସୋମବାରଠାରୁ ଏଥିପାଇଁ ପ୍ରଚାର ଶେଷ ହୋଇଛି। ମତଦାନ ପାଇଁ ସବୁ ପ୍ରକାରର ପ୍ରସ୍ତୁତି ଶେଷ ପର୍ଯ୍ୟାରେ ପହଞ୍ଚିଛି। କେବଳ ଆସନ୍ତକାଲିକୁ ସମସ୍ତେ ଅପେକ୍ଷା କରିଛନ୍ତି। ଶାନ୍ତି ଶୃଙ୍ଖଳା ଓ ଅବାଧ ଭୋଟ୍‌ଦାନ ପାଇଁ ପାକ୍‌ ନିର୍ବାଚନ କମିଶନ ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି। ଏଥର ପାକିସ୍ତାନର ୩ ପ୍ରମୁଖ ରାଜନୀତିକ ଦଳ ମଧ୍ୟରେ ଲଢ଼େଇ ହେବ। ପାକିସ୍ତାନ ମୁସଲିମ୍‌ ଲିଗ୍‌-ନୱାଜ(ପିଏମ୍‌ଏଲ୍‌- ଏନ୍‌), ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି) ଓ ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ୍‌ (ପିଟିଆଇ) ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ସମସ୍ତେ ଆଶା କରିଛନ୍ତି। ରାଜନୀତିକ ବିଶେଷଜ୍ଞମାନଙ୍କ ମତରେ ଏଥର ପାକିସ୍ତାନରେ ଝୁଲା ସଂସଦ ହେବ। ଅର୍ଥାତ କାହାକୁ ସଂଖ୍ୟା ଗରିଷ୍ଠତା ମିଳିବ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥର କିଛି ଆତଙ୍କବାଦୀ ସଂଗଠନ ଗଣତନ୍ତ୍ର ପ୍ରକ୍ରିୟାରେ ସାମିଲ ହେବାକୁ ଯୋଜନା କରିଛନ୍ତି। ମୁମ୍ୱାଇ ଆକ୍ରମଣର ମାଷ୍ଟରମାଇଣ୍ଡ୍‌ ହାଫିଜ୍‌ ସୟିଦ ସଂଗଠନର ସଦସ୍ୟମାନେ ଆହ୍ଲା-ହୁ-ଆକବର ପାର୍ଟି ଜରିଆରେ ଏଥର ପାକ୍‌ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି। ସେହିପରି ପିଏମ୍‌ଏନ୍‌-ଏଲ୍‌ର ଶେହେବାଜ୍‌ ଶରିଫ୍‌, ପିପିପିର ବିଲାୱାଲ ଭୁଟ୍ଟୋ ଜର୍ଦ୍ଦାରୀ, ପିଟିଆଇର କ୍ରିକେଟର-ନେତା ଇମ୍ରାନ୍‌ ଖାନ୍‌ ଓ ସ୍ୱାଧୀନ ପ୍ରାର୍ଥୀ ଚୌଧୁରୀ ନିସାର ଅଲ୍ଲୀ ଖାନ୍‌ ମଧ୍ୟ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଆସନ୍ତାକାଲି ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିବ। ପାକିସ୍ତାନ ସଂସଦର ୩୪୨ ଓ ବିଭିନ୍ନ ରାଜ୍ୟର ବିଧାନସଭାକୁ ମିଶାଇ ସମୁଦାୟ ୮୪୯ ଆସନ ପାଇଁ ଭୋଟ୍‌ ହେବ। ଏଥିରେ ୧୨ ହଜାର ୫୭୦ ପ୍ରାର୍ଥୀ ଅଛନ୍ତି।  ମତଦାନ ପ୍ରକ୍ରିୟାକୁ ଶାନ୍ତି ଶୃଙ୍ଖଳାରେ ଶେଷ କରିବାକୁ ୧୬ ଲକ୍ଷ ନିର୍ବାଚନ ଅଧିକାରୀ ଓ ୪.୫ ଲକ୍ଷ ପୁଲିସ୍‌ ଅଧିକାରୀ ନିୟୋଜିତ ହୋଇଛନ୍ତି। ପାଖାପାଖି ୮ ଲକ୍ଷ ସେନା ଯବାନକୁ ବିଭିନ୍ନ ସ୍ଥାନରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବେ।  ଉଲ୍ଲେଖଯୋଗ୍ୟ, ଆଜି ଯାଏ ପାକିସ୍ତାନର କୌଣସି ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ସରକାର ୫ ବର୍ଷ କାର୍ଯ୍ୟକାଳ ସଂପୂର୍ଣ୍ଣ କରିନାହାନ୍ତି।



from OdishaReporter https://ift.tt/2LH43hn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages