ବନ୍ଧୁକ ଦେଖାଇ ଘରୁ ଲୁଟିନେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ବନ୍ଧୁକ ଦେଖାଇ ଘରୁ ଲୁଟିନେଲେ

ଝାରସୁଗୁଡ଼ା (ଭାଗିରଥୀ ସାହୁ): ବନ୍ଧୁକ ଧରି ଘରେ ପଶିଲେ। ପରିବାର ଲୋକଙ୍କୁ ଧମକ ଚମକ ଦେଇ ଲୁଟି ନେଲେ। ଆଜି ଅପରାହ୍ନରେ ଏପରି ଲୁଟ୍‌ ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ ଘଟିଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ପୂରା ଘଟଣା ଏମିତି। ଅପରାହ୍ଣ ସାଢ଼େ ୩ଟା ବେଳେ ମୋହନ ବଧାନ ନିଜ ପେଟ୍ରୋଲ ପମ୍ପରୁ ୫ ଲକ୍ଷ ଟଙ୍କା ଧରି ଘରକୁ ଫେରୁଥିଲେ। ଏହି ସମୟରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ବାଇକ୍‌ରେ ପିଛା କରୁଥିଲେ। ତେବେ ମୋହନ ଏହା ଜାଣିବା ପରେ ଗାଡ଼ିର ବେଗ ବଢ଼ାଇ ଘରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ମଧ୍ୟ ଥିଲେ ନଛୋଡ଼ବନ୍ଧା। ଆଉ ସେମାନେ ବି ପିଛା କରି ପହଞ୍ଚିଲେ ମୋହନଙ୍କ ଘରେ। ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ଘରେ ପଶି ନଗଦ ୭ ଲକ୍ଷ ଟଙ୍କା ଓ ୩ ଲକ୍ଷ ଟଙ୍କାର ଅଳଙ୍କାର ଲୁଟି ନେଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।



from OdishaReporter https://ift.tt/2ObtRDO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages