ଆସନ୍ତାକାଲି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌: ବିରାଟଙ୍କ ଆଗରେ ବିରାଟ୍ ଚ୍ୟାଲେଞ୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 31, 2018

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌: ବିରାଟଙ୍କ ଆଗରେ ବିରାଟ୍ ଚ୍ୟାଲେଞ୍ଜ

ଲଣ୍ଡନ୍‌: ଆସନ୍ତାକାଲିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ଟିକିଆ ଟେଷ୍ଟ୍‌ ସିରିଜ୍‌ର ପ୍ରଥମ ମ୍ୟାଚ୍‌।

ଏଥିପାଇଁ ଉଭୟ ଦଳ ବର୍ମିଂହାମରେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ଆସନ୍ତାକାଲି ଭାରତୀୟ ସମୟ ଅପରାହ୍ଣ  ୩.୩୦ରୁ ଏହି ମ୍ୟାଚ୍‌ ଆରମ୍ଭ ହେବ।

ତେବେ ଏହି ଇଂଲଣ୍ଡ ଗସ୍ତ ଟିମ୍‌ ଇଣ୍ଡିଆ  ଓ ଅଧିନାୟକ ବିରାଟ୍‌ କୋହଲିଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

କାରଣ, ଗତ ୫ ବର୍ଷ ମଧ୍ୟରେ ଏସିଆ ମହାଦେଶ ବାହାରେ ଟିମ୍‌ ଇଣ୍ଡିଆ ୬ଟି ଟେଷ୍ଟ ମ୍ୟାଚ୍‌ ସିରିଜ୍‌ ଖେଳିଥିଲେ ହେଁ ମାତ୍ର ଗୋଟିଏ ସିରିଜ୍‌ ଜିତିବାରେ ବିରାଟ ବାହିନୀ ସକ୍ଷମ ହୋଇଛି।

ଭାରତ ପୁଣି କୌଣସି ବଡ଼ଦଳ ନୁହେଁ ବରଂ ସଂଘର୍ଷ କରୁଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ହିଁ ସିରିଜ୍‌ ଜିତିଛି।

ସେହିପରି ଇଂଲଣ୍ଡରେ ମଧ୍ୟ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ସେତେଟା ଉତ୍ସାହଜନକ ନୁହେଁ।

ଇଂଲଣ୍ଡରେ ଟିମ୍‌ ଇଣ୍ଡିଆ  ଖେଳିଥିବା ୫୭ଟି ଟେଷ୍ଟ ମ୍ୟାଚ୍‌ରୁ ମାତ୍ର ୬ଟିରେ ବିଜୟ ହୋଇଛି।  ୧୯୭୧,୧୯୮୬ ଓ ୨୦୦୭ରେ ଟିମ୍‌ ଇଣ୍ଡିଆ କେବଳ ୩ଟି ଟେଷ୍ଟ ସିରିଜ୍‌ ଜିତିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିରାଟ୍‌ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ପ୍ରଥମଥର ପାଇଁ ଇଂଲଣ୍ଡ ଗସ୍ତରେ ଯାଇ ଇଂଲଣ୍ଡ ସହ ଦ୍ୱିପାକ୍ଷିକ ସିରିଜ ଖେଳିବ। ତେଣୁ ଆଗ୍ରେସିଭ୍‌ କୋହଲି ଭାରତକୁ ବିଜୟୀ କରିବାକୁ ପୂରା ଦମ୍‌ରେ ଲାଗିପଡ଼ିବେ।

ବିରାଟ୍‌ ବାହିନୀରେ ସଫଳ ପେସ୍‌ ବୋଲର୍‌ ଜଶପ୍ରୀତ୍‌ ବୁମରା ଓ ଭୁବନେଶ୍ୱର କୁମାର ନାହାନ୍ତି। ତେଣୁ ଉମେଶ ଯାଦବ, ଇଶାନ୍ତ ଶର୍ମା ଓ ମହମ୍ମଦ ସାମି ପେସ୍‌ ବୋଲିଂ ଦାୟିତ୍ୱ ସମ୍ଭାଳିବେ।

ପୂର୍ବରୁ ଏହି ତିନି ବୋଲର ଏସିଆ ବାହାରେ ନିଜର ସଫଳ ବୋଲିଂର ଯାଦୁ ଦେଖାଇ ସାରିଛନ୍ତି। ଏମାନେ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବେ ବୋଲି ଇଂଲଣ୍ଡ ଓପନର୍‌ ଆଲିଷ୍ଟର କୁକ୍‌ ମଧ୍ୟ ସ୍ୱୀକାର କରିଛନ୍ତି।

ଅନ୍ୟପକ୍ଷରେ ବିରାଟ୍‌ ସର୍ବଦା ବିଦେଶୀ ମାଟିରେ ସେତେଟା ସଫଳତା ପାଇ ନଥିବାରୁ ଏଥର ତାଙ୍କ ବ୍ୟାଟ୍‌ ଚାଲିବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

କୋହଲି ମଧ୍ୟ ନିଜକୁ ପ୍ରମାଣିତ କରିବା ପାଇଁ ଚାହିଁବେ। ୨୦୧୪ରେ ବିରାଟ୍‌ ପ୍ରଥମଥର ପାଇଁ ଇଂଲଣ୍ଡ ଗସ୍ତରେ ଆସି ୫ଟି ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହି ସରିଜ୍‌ରେ ସେ ମାତ୍ର ୧୩୪ ରନ୍‌ କରିପାରିଥିଲେ। ଏହି ସିରିଜ୍‌ଟି ଭାରତ ୩-୧ରେ ପରାସ୍ତ ହୋଇଥିଲା।

ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ କହିଛନ୍ତି, ଏହି ସିରିଜ୍‌ରେ ଭାରତ କି ଭଳି ପ୍ରଦର୍ଶନ କରିବ, ସେକଥା ବିରାଟ୍‌ଙ୍କ ଉପରେ ନିର୍ଭର କରିବ। ବିରାଟ୍‌ ହିଁ  ଟିମ୍‌ ଇଣ୍ଡିଆ ବ୍ୟାଟିଂକ୍ରମର ନେତୃତ୍ୱ ନେବେ ବୋଲି ସେ କହିଛନ୍ତି।

ବିରାଟ୍‌ଙ୍କ ବ୍ୟତୀତ ଚେତେଶ୍ୱର ପୂଜାରା, ଶିଖର୍‌ ଧୱନ ଓ ଅଜିଙ୍କ୍ୟ ରାହଣେଙ୍କ ଭଳି ସୁଦକ୍ଷ ବ୍ୟାଟସ୍‌ମ୍ୟାନମାନଙ୍କ ଉପରେ ସମସ୍ତଙ୍କ ନଜର ରହିବ।

ସ୍ପିନ୍‌ ବୋଲିଂ ସ୍କ୍ୱାଡର ଦାୟିତ୍ୱ ରବିଚନ୍ଦ୍ରନ ଅଶ୍ୱିନ ଓ କୁଲଦୀପ ଯାଦବଙ୍କ ଉପରେ ନ୍ୟସ୍ତ ରହିବ। କୁଲଦୀପ ତାଙ୍କ ଯାଦୁ ଇଂଲଣ୍ଡ ବିପକ୍ଷ ଟି-୨୦ ଓ ଦିନିକିଆରେ ଦେଖାଇ ସାରିଛନ୍ତି। କିନ୍ତୁ ସେ ଏହି ଟେଷ୍ଟ ମ୍ୟାଚ୍‌ରେ କି ଭଳି ପ୍ରଦର୍ଶନ କରିବେ, ତାହା ଏବେଠୁ କହିବା ମୁସ୍କିଲ୍‌।

ଅନ୍ୟପକ୍ଷରେ ଇଂଲଣ୍ଡର ସଫଳ ବ୍ୟାଟସ୍‌ମ୍ୟାନ୍‌ ତଥା ଅଧିନାୟକ ଜୋ ରୁଟ୍‌ଙ୍କ ଉପରେ ସମସ୍ତଙ୍କ ନଜର ରହିବ। କିନ୍ତୁ ସେ ୨୦୧୬ଠାରୁ ଏଯାଏ ୨୩ଟି ଅର୍ଦ୍ଧଶତକ ମାରିଥିଲେ ହେଁ  ଏହାକୁ ବଡ଼ ସ୍କୋର୍‌ରେ ପରିଣତ କରିପାରି ନାହାନ୍ତି।

କିନ୍ତୁ ଏବେ ଟପ୍‌ ଫର୍ମରେ ଥିବା ଆଲିଷ୍ଟର କୁକ୍‌ ଓ ବଟଲର୍‌ ଖେଳର ମୋଡ଼ ବଦଳାଇ ପାରିବାର କ୍ଷମତା ରଖିଛନ୍ତି।

ବୋଲିଂ ବାହିନୀର ଦାୟିତ୍ୱ ମୁଖ୍ୟତଃ ଆଣ୍ଡରସନ୍ ଓ ଷ୍ଟୁଆର୍ଟ ବ୍ରଡ୍‌ ବହନ କରିବେ। ତେବେ ସ୍ପିନ୍‌ ବିଭାଗରେ ଆଦେଲ୍‌ ରଶିଦ୍‌ ଓ ମୋଇନ୍‌ ଅଲ୍ଲୀ ଭାରତୀୟ ବ୍ୟାଟସ୍‌ମ୍ୟାନଙ୍କୁ ଝଟ୍‌କା ଦେବାକୁ ସବୁମତେ ଉଦ୍ୟମ କରିବେ।

 



from OdishaReporter https://ift.tt/2At8wD6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages