
ନୂଆଦିଲ୍ଲୀ: ଆସାମର ଏନ୍ଆର୍ସି ଡ୍ରାଫ୍ଟ୍ ତାଲିକାରୁ ବାଦ୍ ପଡ଼ିଥିବା ୪୦ ଲକ୍ଷ ଲୋକଙ୍କ ବିରୋଧରେ ପରବର୍ତ୍ତୀ ଶୁଣାଣି ଯାଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହ ଯେଉଁମାନେ ଏହି ଚୂଡ଼ାନ୍ତ ଡ୍ରାଫ୍ଟ ଲିଷ୍ଟରୁ ବାଦ୍ ପଡ଼ିଛନ୍ତି, ସେମାନଙ୍କ ଅଭିଯୋଗର ଶୁଣାଣି ଓ ବିଚାର କରିବାକୁ କେନ୍ଦ୍ର ସରକାର ତୁରନ୍ତ ଷ୍ଟାଣ୍ଡାର୍ଡ ଅପରେଟିଂ ବ୍ୟବସ୍ଥା କରନ୍ତୁ ବୋଲି କୋର୍ଟ କହିଛନ୍ତି।
ଏହି ବ୍ୟବସ୍ଥା କିପରି କରାଯାଇଛି, ତା’ର ସଂପୂର୍ଣ୍ଣ ତଥ୍ୟ ଅଗଷ୍ଟ ୧୬ ସୁଦ୍ଧା ଦାଖଲ କରିବାକୁ ଜଷ୍ଟିସ୍ ରଞ୍ଜନ ଗୋଗୋଇ ଓ ଜଷ୍ଟିସ୍ ଆର୍ଏଫ୍ ନରିମନ୍ଙ୍କ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
କ’ଣ କହିଲେ ସଂଯୋଜକ
ଆସାମ ଏନ୍ଆରସି ରାଜ୍ୟ ସଂଯୋଜକ ଶୈଲେଶ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଛନ୍ତି ଯେ ଚୂଡ଼ାନ୍ତ ଡ୍ରାଫ୍ଟ୍ ଲିଷ୍ଟରେ ୪୦ ଲକ୍ଷରୁ ଅଧିକ ଲୋକ ସ୍ଥାନ ପାଇନାହାନ୍ତି। ଏମାନଙ୍କ ମଧ୍ୟରୁ ୩୭.୫୯ ଲକ୍ଷଙ୍କ ନାଗରିକତ୍ୱ ଆବେଦନ ଖାରଜ କରାଯାଇଥିବା ବେଳେ ୨.୪୮ ଲକ୍ଷ ଲୋକଙ୍କ ଆବେଦନକୁ ପୁନଃ ବିଚାର ପାଇଁ ରଖାଯାଇଛି।
୩.୨୯ କୋଟି ଲୋକ ନାଗରିକତ୍ୱ ପାଇଁ ଆବେଦନ କରିଥିବା ବେଳେ ୨.୮୯ କୋଟି ଲୋକଙ୍କୁ ସବୁଜ ସଙ୍କେତ ମିଳିଥିଲା। ତେବେ ଏହା ଚୂଡ଼ାନ୍ତ ରିପୋର୍ଟ ନୁହେଁ ବରଂ ଚୂଡ଼ାନ୍ତ ଡ୍ରାଫ୍ଟ୍ ବୋଲି ସେ କହିଛନ୍ତି।
ଅଭିଯୋଗକାରୀମାନେ ଅଗଷ୍ଟ ୩୦ରୁ ସେପ୍ଟେମ୍ୱର ୨୮ ଯାଏ ଏନ୍ଆର୍ସି ସେବା କେନ୍ଦ୍ରରେ ଆବେଦନ କରିପାରିବେ ବୋଲି ଶୈଲେଶ କହିଛନ୍ତି।
from OdishaReporter https://ift.tt/2mYWyI1
No comments:
Post a Comment