
ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଏୟାରସେଲ୍ ମ୍ୟାକ୍ସିସ୍ ମାମଲାରେ ଆଜି ସିବିଆଇ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟରେ ଚାର୍ଜଶିଟ୍ ଦାଖଲ କରିଛି। ଏଥିରେ ସିବିଆଇ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଓ ତାଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ପି ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ନିଜ ପଦ ଓ କ୍ଷମତାର ଦୁରୁପଯୋଗ କରିଥିଲେ ବୋଲି ସିବିଆଇ ଚାର୍ଜଶିଟ୍ରେ ଉଲ୍ଲେଖ କରିଛି। ପି ଚିଦାମ୍ବରମ ପୂର୍ବରୁ ଆଇଏନ୍ଏକ୍ସ ମିଡିଆ ମାମଲାରେ ଛନ୍ଦି ହୋଇଥିବା ବେଳେ ପ୍ରଥମଥର ପାଇଁ ତାଙ୍କୁ ସିବିଆଇ ଏୟାରସେଲ୍ ମ୍ୟାକ୍ସିସ ଘଟଣାରେ ଅଭିଯୁକ୍ତ ଦର୍ଶାଇଛି।
ଆଜିର ଚାର୍ଜଶିଟ୍ରେ ସିବିଆଇ ଏୟାରସେଲ୍ ଆଣ୍ଡ ମ୍ୟାକ୍ସିସ୍ର ଜଣେ ବରିଷ୍ଠ ଅଧିକାରୀଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଛି। ସିବିଆଇ ପକ୍ଷରୁ ଏୟାରସେଲ୍ ମ୍ୟାକ୍ସିସ୍ ଘଟଣାରେ ସମୁଦାୟ ୨୦ ଜଣଙ୍କ ନାଁରେ ଚାର୍ଜଶିଟ୍ ଦାଖଲ କରିଛି। ପୂର୍ବରୁ କୋର୍ଟ ସିବିଆଇକୁ ଚିଦାମ୍ବରମଙ୍କ ବିରୋଧରେ ଉପଯୁକ୍ତ ପ୍ରମାଣ ଯୋଗାଡ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପି ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବା ବେଳେ ସବୁ ନିୟମକୁ ଅଣଦେଖା କରି ଏୟାରସେଲ୍ ମ୍ୟାକ୍ସିସକୁ ଅନୁକମ୍ପା ପ୍ରଦାନ କରିଥିଲେ। ଏଥିପାଇଁ କୋଟିକୋଟି ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି। ସିବିଆଇ ମନି ଲଣ୍ଡରିଂ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ସମୟରେ କାର୍ତ୍ତିଙ୍କ ଫାର୍ମ ପ୍ରଥମେ ୨୬ ଲକ୍ଷ ଓ ପରେ ୮୭ ଲକ୍ଷ ଟଙ୍କା ଲାଞ୍ଚ ନେଇଥିଲା ବୋଲି ଜାଣିବାକୁ ପାଇଥିଲା। ତେବେ ସିବିଆଇର ଏହି ଚାର୍ଜଶିଟ୍କୁ ପି ଚିଦାମ୍ବରମ୍ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି।
from OdishaReporter https://ift.tt/2uwWXpk
No comments:
Post a Comment