
ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ରାଜ୍ୟପାଳଙ୍କ ପ୍ରମୁଖ ସଚିବ ସି.ଜେ.ବେଣୁଗୋପାଳଙ୍କୁ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି। ବେଣୁଗୋପାଳଙ୍କ ସ୍ଥାନରେ ପରିବହନ କମିଶନର ତଥା ୧୯୯୧ ବ୍ୟାଚ୍ ଆଇଏଏସ୍ ମଧୁସୂଦନ ପାଢ଼ୀଙ୍କୁ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି। ସେହିପରି ବାଣିଜ୍ୟକର କମିଶନର ତଥା ୧୯୯୬ ବ୍ୟାଚ୍ ଆଇଏଏସ୍ ଶାଶ୍ୱତ ମିଶ୍ରଙ୍କୁ ପରିବହନ କମିଶନର ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ କୁହାଯାଇଛି। ଏବେ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଏ.କେ.କେ.ମୀନା ଆଇଟି ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି। ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ବିମାନ ଖର୍ଚ୍ଚକୁ ନେଇ ବିବାଦ ଯୋଗୁ ସି.ଜେ. ବେଣୁଗୋପାଳଙ୍କୁ ସ୍ଥାନାନ୍ତର କରାଯାଇଥିବା ଚର୍ଚ୍ଚା ହେଉଛି।
from OdishaReporter https://ift.tt/2Lwy3fG
No comments:
Post a Comment