ପୁଣି ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଅପହରଣ କଲେ ଆତଙ୍କୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ପୁଣି ଜଣେ ପୁଲିସ୍‌ କର୍ମଚାରୀଙ୍କୁ ଅପହରଣ କଲେ ଆତଙ୍କୀ

ଶ୍ରୀନଗର: ଗୋଟିଏ ସପ୍ତାହର ବ୍ୟବଧାନ ପରେ ପୁଣି ଜମ୍ମୁ-କଶ୍ମୀରରେ ମାତିଛନ୍ତି ଆତଙ୍କବାଦୀ। ଉପତ୍ୟକାର ପୁଲୱାମା ଜିଲ୍ଲା ଅନ୍ତର୍ଗତ ଟ୍ରାଲ୍‌ରେ ଆତଙ୍କବାଦୀମାନେ ପୁଲିସ୍‌ କର୍ମଚାରୀ ଶକିଲ ଅହମ୍ମଦଙ୍କୁ ଚନକିତର ଗାଁରୁ ଅପହରଣ କରି ନେଇଛନ୍ତି। ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍‌ ଜୋରଦାର କରାଯାଇଥିବା ଜମ୍ମୁ-କଶ୍ମୀର ପୁଲିସ୍‌ ପକ୍ଷରୁ କୁହାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ଶକିଲ ଜଣେ ସମ୍ପର୍କୀୟଙ୍କୁ ଭେଟିବାକୁ ଯାଉଥିବା ବେଳେ ହିଜବୁଲ୍‌ ମୁଜାହିଦ୍ଦିନ୍‌ର ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରିନେଇଥିଲେ। ଏହାପରେ ସଂଗଠନ ପକ୍ଷରୁ ତାଙ୍କର ଏକ ଫଟୋ ସୋଶାଲ୍‌ ମଡ଼ିଆରେ ଛଡ଼ା ଯାଇଥିଲା। ପୁଲିସ୍‌ ଏହାକୁ ଆଧାର କରି ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଛି ବୋଲି ଜମ୍ମୁ-କଶ୍ମୀର ଡିଜିପି ଏସ୍‌ପି ବୈଦ୍ୟ କହିଛନ୍ତି। ସେ କହିଛନ୍ତି, ଆତଙ୍କବାଦୀମାନେ ଏବେ ବିଭିନ୍ନ ସମୟରେ ସୁରକ୍ଷାକର୍ମୀଙ୍କୁ ଅପହରଣ କରିବା ଆରମ୍ଭ କରିଛନ୍ତି। ଏହା ଆମ ପାଇଁ ଏକ ଚ୍ୟାଲେଞ୍ଜ। ଗତ ୨ ମାସ ମଧ୍ୟରେ ଏହା ୪ର୍ଥ ଘଟଣା ବୋଲି ସେ କହିଛନ୍ତି। ଗତ ସପ୍ତାହରେ କୁଲଗାମ୍‌ରୁ ଆତଙ୍କବାଦୀମାନେ କନଷ୍ଟେବଲ୍‌ ମହମ୍ମଦ ସଲିମ୍‌ଙ୍କୁ ଅପହରଣ କରି ହତ୍ୟା କରିଥିଲେ। ଜୁଲାଇ ପ୍ରଥମ ସପ୍ତାହରେ ପୁଲିସ୍‌ ଅଧିକାରୀ ଜାଭେଦ୍‌ ଅହମ୍ମଦ ଦାରଙ୍କୁ ଆତଙ୍କବାଦୀମାନେ କୁଲଗାମରୁ ଅପହରଣ କରି ହତ୍ୟା କରିଥିଲେ। ଜୁନ୍‌ ମାସରେ ରାଇଫଲ୍‌ମ୍ୟାନ୍‌ ଔରଙ୍ଗଜେବଙ୍କୁ ମଧ୍ୟ ଆତଙ୍କବାଦୀମାନେ ପୁଲୱାମାରୁ ଅପହରଣ କରି ହତ୍ୟା କରିଥିଲେ।



from OdishaReporter https://ift.tt/2Aeo8KQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages