ଏହି ରାଶିର ବ୍ୟକ୍ତି ହୋଇଥାନ୍ତି ସବୁଥିରେ ସଫଳ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, July 28, 2018

ଏହି ରାଶିର ବ୍ୟକ୍ତି ହୋଇଥାନ୍ତି ସବୁଥିରେ ସଫଳ

ଧନୀ ହେବାକୁ ସମସ୍ତଙ୍କର ଇଚ୍ଛା ଥାଏ। କେତେ ଲୋକ ପିତାମାତାଙ୍କ ଉପାର୍ଜିତ ଧନରୁ ଧନୀ ହୋଇଥିବା ବେଳେ ଆଉ କେତେଜଣ ନିଜର ଝାଳ ବୁହା ଧନରେ ଧନୀ ହୋଇଥାନ୍ତି। ଜ୍ୟୋତିଷ ଶାସ୍ତ୍ର  ଅନୁସାରେ ବ୍ୟକ୍ତିଟିଏ ଧନୀ ହେବା ତା’ର ରାଶି ଉପରେ  ନିର୍ଭର କରିଥାଏ। କିଛି ରାଶିର ଲୋକ  ଅଧିକ ଟଙ୍କା ରୋଜଗାର କରିବା ପାଇଁ  ଦିନରାତି ଏକ କରୁଥିବା ବେଳେ ଏପରି କିଛି ରାଶିର ବ୍ୟକ୍ତି ଅଛନ୍ତି ଯେଉଁମାନେ ଜନ୍ମରୁ ଧନୀ ହୋଇଥାନ୍ତି। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

କନ୍ୟା-ଏହି ରାଶିର ବ୍ୟକ୍ତି  ଅଧିକ ପରିଶ୍ରମୀ ହୋଇଥାନ୍ତି। ଏମାନଙ୍କର ଆତ୍ମବିଶ୍ୱାସ ଦୃଢ଼ ହୋଇଥାଏ। କୌଣସି ନିଷ୍ପତ୍ତି ନେବା ପୂର୍ବରୁ ବୁଝିବିଚାରି ନିର୍ଣ୍ଣୟ ନେଇଥାନ୍ତି। ଅଧିକ ଅର୍ଥ କିପରି ରୋଜଗାର ହେବ ସେଥିପାଇଁ ସେମାନେ ସହଜରେ ଉପାୟ ଖୋଜି ନିଅନ୍ତି। ସବୁକାମରେ ଭାଗ୍ୟ ସବୁବେଳେ ଏମାନଙ୍କ ସାଥିରେ ରହିଥାଏ।

ବୃଷ- ଏମାନେ ବୁଦ୍ଧିମାନ ହୋଇଥାନ୍ତି।  ନିଜର ଅର୍ଥ ଠିକ୍‌ ସ୍ଥାନରେ ଉପଯୋଗ କରି ମାଲାମାଲ ହୋଇଥାନ୍ତି। ବୃଷରାଶିର ବ୍ୟକ୍ତି ଥରେ ଯେଉଁ କାମ କରିବା ପାଇଁ ନିଷ୍ପତ୍ତି ନିଅନ୍ତି, ତାକୁ ପୂରଣ କରି ଛାଡ଼ନ୍ତି। ଟଙ୍କା ପଇସା ଖର୍ଚ୍ଚ କରିବା ବେଳେ ଭାବିଚିନ୍ତି କରିଥାନ୍ତି।

ବିଛା- ଏହି ତାଲିକାରେ ଥିବା ଆଉ ଏକ ରାଶି ହେଉଛି ବିଛା। ଏମାନେ ସୃଜନଶୀଳ ହୋଇଥାନ୍ତି। ଏମାନେ ଶୀଘ୍ର ଅନ୍ୟକୁ ଆକର୍ଷିତ କରିଥାନ୍ତି। ଏମାନେ ଅନ୍ୟ ଲୋକଙ୍କ ପାଖରୁ ଧାରଉଧାର କରିବା ପାଇଁ ଭଲ ପାଆନ୍ତି ନାହିଁ।  ଏମାନେ  ସବୁବେଳେ ପରିଶ୍ରମ କରି ଧନ ଉପାର୍ଜନ କରିବାକୁ ଭଲ ପାଆନ୍ତି। ଏମାନଙ୍କର ଗାଡ଼ି, ବଙ୍ଗଳା ଓ ବିଳାସପୂର୍ଣ୍ଣ ଜିନିଷରେ ଅଧିକ ସଉକ ରହିଥାଏ।

ସିଂହ-  ଏମାନେ  ଆଶାବାଦୀ ହୋଇଥାନ୍ତି। ଯେଉଁଠିକି ଯାଇଥାନ୍ତି ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲିଟିଥାନ୍ତି। ସବୁକ୍ଷେତ୍ରରେ ଏମାନେ ନେତୃତ୍ୱ ନେଇଥାନ୍ତି। ନିଜ କଥାରେ ଅନ୍ୟକୁ ବଶୀଭୂତ କରିବାର ଶକ୍ତି ଏମାନଙ୍କର ପାଖରେ ଅଛି। ନିଜ କାମ ପାଇଁ ଏମାନେ ଅନ୍ୟ ଲୋକଙ୍କୁ ବ୍ୟବହାର କରନ୍ତି। ଯେଉଁ କାମ କରନ୍ତି ସେଥିରେ ସଫଳତା ଅର୍ଜନ କରନ୍ତି।

ମକର-  ଏହି ରାଶିର ବ୍ୟକ୍ତି ପ୍ରଭାବଶାଳୀ ଓ ବ୍ୟକ୍ତିତ୍ୱ ଅଧିକାରୀ ହୋଇଥାନ୍ତି। ଏମାନେ ସବୁବେଳେ ବହୁତ ଜିଦ୍‌ଖୋର ପ୍ରକୃତିର  ମଧ୍ୟ ହୋଇଥାନ୍ତି। ଏମାନେ ଯେଉଁ କାମ କରିବାକୁ ମନ ସ୍ଥିର କରିଥାନ୍ତି, ତାକୁ ପୂରା କରି ଛାଡ଼ିଥାନ୍ତି। ଏହାସହ ଏମାନେ ମଜାଳିଆ ପ୍ରକୃତିର ହୋଇଥାନ୍ତି। ଏମାନେ ବେକାର କଥାରେ ସମୟ ନଷ୍ଟ କରନ୍ତି ନାହିଁ।

 

 

 



from OdishaReporter https://ift.tt/2uWgcbN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages