
କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ଢେଙ୍କିକୋଟ ଓଭର ବ୍ରିଜ୍ରୁ ଏକ ବାଇକ୍ ତଳେ ଖସିପଡ଼ିବାରୁ ୨ ଜଣଙ୍କ ମୃତ୍ୟୁ ଘଟିଛି। ଜଣେ ମୃତକଙ୍କ ପରିଚୟ ମିଳିଛି। ତାଙ୍କ ନାଁ ନବକିଶୋର ସିଂ। ତାଙ୍କ ଘର ବାଙ୍ଗାଲାର ସୁଧା ନଗରରେ ବୋଲି ଜଣାପଡ଼ିଛି। ଅନ୍ୟ ଜଣଙ୍କର ପରିଚୟ ମିଳିପାରି ନାହିଁ।
ବାଇକ୍ରେ ଏ ଦୁଇ ଜଣ କେନ୍ଦୁଝରରୁ ଘଟଗାଁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଭର୍ ବ୍ରିଜ୍ ତଳକୁ ଖସି ପଡ଼ିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ ଘଟଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଘଟଗାଁ ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
from OdishaReporter https://ift.tt/2L9TG9r
No comments:
Post a Comment