ମନ୍ଦିରରେ ପାର୍ଶ୍ୱ ଦେବଦେଦୀଙ୍କ ସହ ସ୍ଥାନ ପାଇଲେ ଅବଦୁଲ୍‌ କଲାମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, July 20, 2018

ମନ୍ଦିରରେ ପାର୍ଶ୍ୱ ଦେବଦେଦୀଙ୍କ ସହ ସ୍ଥାନ ପାଇଲେ ଅବଦୁଲ୍‌ କଲାମ୍‌

kalam

ରାମେଶ୍ୱରମ୍‌: ମିସାଇଲ୍‌ ମ୍ୟାନ୍‌ ତଥା ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଅବଦୁଲ୍‌ କଲାମ୍‌ଙ୍କ ପ୍ରତିମା ମନ୍ଦିରରେ ସ୍ଥାପନ କରାଯାଇଛି। ରାମେଶ୍ୱରମ୍‌ରେ ଏକ ମନ୍ଦିରରେ ପାର୍ଶ୍ୱ ଦେବଦେବୀଙ୍କ ସହ କଲାମ୍‌ଙ୍କ ପ୍ରତିମାକୁ ସ୍ଥାନିତ କରାଯାଇଛି। ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଆପଣ ତାଙ୍କ ପ୍ରତିମା ସ୍ପଷ୍ଟ ଭାବେ ଦେଖିପାରିବେ।

ରାମେଶ୍ୱରମ୍‌ର ପେଇ କାରାମ୍ବୁରେ ଥିବା କଲାମ୍‌ଙ୍କ ସମାଧି ସ୍ଥଳରେ ପ୍ରତିଦିନ ଶହ ଶହ ଲୋକଙ୍କ ଭିଡ଼ ଜମୁଛି। ଲୋକେ ରାମେଶ୍ୱରମ୍‌ ମନ୍ଦିରକୁ ଯାଇ ଭଗବାନ୍‌ଙ୍କ ଦର୍ଶନ କରିବା ପୂର୍ବରୁ ପେଇ କାରାମ୍ବୁରେ ସ୍ୱର୍ଗତ କଲାମ୍‌ଙ୍କ ଦର୍ଶନ କରୁଛନ୍ତି। ଏପରି ଭିଡ଼ ଓ ଭଲ ପାଇବା ଦେଖି ଲାଗୁଛି ଲୋକେ ସ୍ୱର୍ଗତ କଲାମ୍‌ଙ୍କୁ କେତେ ଭଲ ପାଆନ୍ତି।

ସ୍ୱର୍ଗତ କଲାମ୍‌ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମେଶ୍ୱରମ୍‌ରେ ଏପିଜେ ଅବଦୁଲ କଲାମ୍‌ ମେମୋରିୟଲ୍‌ର ଉଦ୍‌ଘାଟନ୍‌ କରିଥିଲେ। ଏଠାରେ ବି ତାଙ୍କର ଏକ ପ୍ରତିମା ପ୍ରତିଷ୍ଠା କରାଯାଇଛି। ଏହି ପ୍ରତିମା ଆଗରେ ‘ଭଗବତ ଗୀତା’ ରଖାଯାଇଥିଲା। ଯାହାକୁ ନେଇ ବିବାଦ ହୋଇଯାଇଥିଲା। ପରେ ସେଠାରେ ଭଗବତ ଗୀତା ସହ କୋରାନ୍‌ ଓ ବାଇବେଲ୍‌ ରଖାଯାଇଥିଲା।

ସୂଚନାଯୋଗ୍ୟ, ତାମିଲନାଡ଼ୁର ରାମେଶ୍ୱରମ୍‌ରେ ଅବଦୁଲ୍ କଲାମ୍ ଜନ୍ମ ହୋଇଥିଲେ।

ସୌଜନ୍ୟ- ଅମର ଉଜାଲା



from OdishaReporter https://ift.tt/2O6SP7g

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages