୧୪ ପୂର୍ବରୁ ଶପଥ ନେବେ ଇମ୍ରାନ୍‌ ଖାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 29, 2018

୧୪ ପୂର୍ବରୁ ଶପଥ ନେବେ ଇମ୍ରାନ୍‌ ଖାନ୍‌

ଇସ୍‌ଲାମାବାଦ(ଓଡ଼ିଶା ରିପୋର୍ଟର): ପାକିସ୍ତାନ ନିର୍ବାଚନରେ କ୍ରିକେଟର୍‌ରୁ ରାଜନେତା ବନିଥିବା ଇମ୍ରାନ ଖାନ୍‌ଙ୍କ ଦଳ ପାକିସ୍ତାନ ତେହେରିକ୍‌-ଏ-ଇନ୍‌ସାଫ୍‌ (ପିଟିଆଇ) ସର୍ବବୃହତ ଦଳ ଭାବେ ଉଭା ହୋଇଛି। ଦଳକୁ ୧୧୬ଟି ଆସନ ମିଳିଛି। ତେଣୁ ଇମ୍ରାନ୍‌ଙ୍କ ଦଳ ଅନ୍ୟ ସ୍ୱାଧୀନ ପ୍ରାର୍ଥୀ ଓ କ୍ଷୁଦ୍ର ଦଳଙ୍କ ସହ ମିଶି ସରକାର ଗଠନ କରିବ ବୋଲି କଷରତ ଆରମ୍ଭ କରିଛି।

ତେବେ କିଛି ଦଳ ଇମ୍ରାନ୍‌ଙ୍କ ସହ ହାତ ମିଳାଇବାକୁ ଚାହୁଁ ନଥିଲେ ହେଁ ପିଟିଆଇ ଆସନ୍ତା ଅଗଷ୍ଟ ୧୪ ପାକ୍‌ ସ୍ୱାଧୀନତା ଦିବସ ପୂର୍ବରୁ ସରକାର ଗଠନ କରିବ। ଏଥିସହ ଇମ୍ରାନ୍‌ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଆଜି ଦଳ ପକ୍ଷରୁ ଦୃଢ଼ୋକ୍ତି କରାଯାଇଛି।

ପାକିସ୍ତାନ ସଂସଦର ୩୪୨ଟି ଆସନରୁ ୨୭୨ ଆସନ ପାଇଁ ସିଧାସଳଖ ନିର୍ବାଚନ ହୋଇଥାଏ। ଯେଉଁ ଦଳ ସଂସଦରେ ମ୍ୟାଜିକ୍‌ ନମ୍ବର ୧୭୨ ଛୁଇଁଏ, ସେ ହିଁ ସରକାର ଗଠନ କରିଥାଏ। ପିଟିଆଇ ୧୧୬ଟି ଆସନରେ ଜିତିଥିବା ବେଳେ ନୱାଜ ସରିଫ୍‌ଙ୍କ ପାକିସ୍ତାନ ମୁସଲିମ ଲିଗ୍‌-ନୱାଜ(ପିଏମଏଲ୍‌-ଏନ୍) ୬୪ ଓ ପିପିପି ୪୩ଟି ଆସନରେ ବିଜୟୀ ହୋଇଛନ୍ତି।



from OdishaReporter https://ift.tt/2mN7xnE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages