
ବେଲଗାଭି: ସକାଳେ ଥିବା ବସ୍ ଷ୍ଟପ୍ ରାତି ପାହିଲା ବେଳକୁ ଏକ ଘରରେ ପରିବର୍ତ୍ତନ ହୋଇଯାଇଛି। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି କର୍ଣ୍ଣାଟକର ବେଲଗାଭି ଜିଲ୍ଲାରେ।
ଏଠାକାର କିଟ୍ଟୁର ତଲୁକ ଅଞ୍ଚଳରେ ଏକ ବସ୍ ଷ୍ଟପ୍ ରାତାରାତି ଏକ ଘର ପାଲଟିଯାଇଛି। ଏଠାରେ ରାତିକ ଭିତରେ ଏକ ଇଟା ଘର ନିର୍ମିତ ହୋଇଯାଇଛି। ଏହି ଘରେ ଦୁଇଟି କବାଟ ମଧ୍ୟ ଲାଗିଛି।
ରାତାରାତି ଏହି ଘରକୁ କିଏ ନିର୍ମାଣ କରିଛି ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ପୋଲିସ ଏନେଇ ତଦନ୍ତ କରୁଛି। ସେପଟେ ଏହି ଘର କିଏ ନିର୍ମାଣ କଲା ସେନେଇ ଗ୍ରାମବସୀ ମଧ୍ୟ ଦ୍ୱନ୍ଦ୍ୱରେ ରହିଛନ୍ତି।
from OdishaReporter https://ift.tt/2viI35E



No comments:
Post a Comment