୯ ମାସ ପୂର୍ବରୁ ହୋଇପାରେ ଭୋଟ୍‌: ନିର୍ବାଚନ କମିଶନଙ୍କ ଜୋରଦାର ପ୍ରସ୍ତୁତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

୯ ମାସ ପୂର୍ବରୁ ହୋଇପାରେ ଭୋଟ୍‌: ନିର୍ବାଚନ କମିଶନଙ୍କ ଜୋରଦାର ପ୍ରସ୍ତୁତି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ହେଲେ କେତେ ଟଙ୍କା ଖର୍ଚ୍ଚ ହେବ, ସେନେଇ ଖୋର୍ଦ୍ଧା, ନୟାଗଡ଼, କୋରାପୁଟ, ରାୟଗଡ଼ା ଜିଲ୍ଲାର ସରକାରୀ ଅଧିକାରୀଙ୍କୁ ନେଇ ସିଇଓଙ୍କ ଅଫିସ୍‌ରେ ଚାଲିଛି ଆଲୋଚନା। ସାଧାରଣ ନିର୍ବାଚନର ପ୍ରାୟ ୯ ମାସ ପୂର୍ବରୁ କମର କଷୁଛି ନିର୍ବାଚନ ଆୟୋଗ। ଫୋକସ୍‌ରେ ଅଛି ବୁଥ୍ ପରିଚାଳନା।

ଆୟୋଗଙ୍କ ଗାଇଡ୍‌ଲାଇନ୍ ଅନୁସାରେ ଗ୍ରାମାଞ୍ଚଳରେ ପ୍ରତି ୧୨୦୦ ଭୋଟର୍‌ରେ ଗୋଟିଏ ବୁଥ୍ ଗଠନ ହେବ। ଏହାଠୁ ଅଧିକ ଭୋଟର ଥିଲେ ନୂଆ ବୁଥ୍ ଗଠନ ହେବ। ଯଦି କମ୍ ଭୋଟର୍ ଥିବେ ତେବେ ପାଖ ବୁଥ୍‌କୁ ମିଶାଇ ନୂଆ ବୁଥ୍ ଗଠନ ହେବ। ସହରାଞ୍ଚଳରେ ୧୪୦୦ ଲେଖାଏ ଭୋଟର୍‌ଙ୍କୁ ନେଇ ବୁଥ୍ ଗଠନ ହେବ। ଏସବୁ ପ୍ରକ୍ରିୟା ଭିତରେ ଓଡ଼ିଶାରେ ଏଯାଏ ପହଞ୍ଚିଛି ୧୨,୨୦୦ ଭିଭିପ୍ୟାଟ୍। ସେପଟେ ଓଡ଼ିଶା ପାଇଁ  ୯୬,୦୦୦ରୁ ଅଧିକ ଇଭିଏମ୍ ଅନ୍ୟ ରାଜ୍ୟରୁ ଆଣିବାକୁ କେନ୍ଦ୍ର ନିର୍ବାଚନ ଆୟୋଗ ଅନୁମତି ଦେଇଛନ୍ତି। ଇଭିଏମ୍  ଓ ଭିଭିପ୍ୟାଟ୍‌ ପହଞ୍ଚିବା ପରେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଟ୍ରେନିଂ ଦିଆଯିବ। ସେପଟେ ସବୁ ଜିଲ୍ଲାରେ  ଇଭିଏମ୍ ଓ ଭିଭିପ୍ୟାଟ୍‌ ସୁରକ୍ଷିତ ଭାବେ ରଖିବା ବାବଦକୁ ୧୨୪ କୋଟି ୩୨ ଲକ୍ଷ ଟଙ୍କାର ବ୍ୟବସ୍ଥା ହୋଇଛି।

ନିର୍ବାଚନ କମିଶନଙ୍କ ଏଭଳି ଜୋରଦାର୍ ପ୍ରସ୍ତୁତିରୁ ଆଗୁଆ ନିର୍ବାଚନ ସମ୍ଭାବନା ଚର୍ଚ୍ଚା ପୁଣି ଜୋର୍ ଧରିଛି। ସେଥିପାଇଁ ତିନି ପ୍ରମୁଖ ରାଜନୈତିକ ଦଳ ଘନଘନ ବୈଠକ କରି ରଣନୀତି ପ୍ରସ୍ତୁତ କରୁଛନ୍ତି। ସମସ୍ତଙ୍କ ଫୋକସ୍‌ରେ ରହିଛି ପ୍ରାର୍ଥୀ ଚୟନ।

କିଏ କଣ କହୁଛନ୍ତି

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି,“ନିର୍ବାଚନ ପାଇଁ ସତର୍କ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦିଆଯାଇଛି। ଡିସେମ୍ୱର ସୁଦ୍ଧା ୫୦ ଜଣ ପ୍ରାର୍ଥୀଙ୍କ ତାଲିକା ଆଗୁଆ ପ୍ରକାଶ ପାଇବ।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି,“ଯେଉଁ ପ୍ରାର୍ଥୀଙ୍କ ବିଜୟ ସମ୍ଭାବନା ରହିଛି, ସେମାନଙ୍କୁ ଚୟନ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ଆମ ଦଳ ଭିତରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାର୍ଥୀ ଚୟନ ନିଷ୍ପତ୍ତି ସଭାପତିଙ୍କ ଉପରେ ଛାଡ଼ି ଦିଆଯାଇଛି।”



from OdishaReporter https://ift.tt/2JsWQzC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages