ରାଜ୍ୟ ଅମଲାତନ୍ତ୍ରର ବିଚିତ୍ର ଚିତ୍ର: ଜଣେ ଜଣେ ଆଇଏଏସ୍‌ଙ୍କ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 17, 2018

ରାଜ୍ୟ ଅମଲାତନ୍ତ୍ରର ବିଚିତ୍ର ଚିତ୍ର: ଜଣେ ଜଣେ ଆଇଏଏସ୍‌ଙ୍କ ହାତରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦକ୍ଷତା ଥାଉ କି ନଥାଉ, ରାଜ୍ୟ ସରକାରଙ୍କ ଶୁଭଦୃଷ୍ଟିରେ ଥିବା ଅଫିସର୍‌ଙ୍କୁ ମିଳୁଛି ଏକାଧିକ ଓ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏପରିକି କିଛି ଅଧିକାରୀଙ୍କୁ ୩ଟି ଲେଖାଏ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ରଖାଯାଉଥିବା ବେଳେ ଆଉ କିଛି ଅଧିକାରୀ ମାତ୍ର ଗୋଟିଏ ପଦବୀରେ କାମ କରୁଛନ୍ତି। ଏହା ପଛରେ ତୃତୀୟ ମହଲାର ଆଶୀର୍ବାଦ ଥିବା ସଚିବାଳୟ କରିଡର୍‌ରେ ଆଲୋଚନା ହେଉଛି।

ରାଜ୍ୟ ପ୍ରଶାସନରେ ହେମନ୍ତ ଶର୍ମା, ବିଶାଳ ଦେବ, ଜି. ମାଥିଭାଥାନନ୍, ଅଶୋକ ମୀନା ଓ କ୍ରିଶନ୍ କୁମାର ହେଉଛନ୍ତି ସେହିଭଳି ଜଣେ ଜଣେ ଆଇଏଏସ୍ ଅଫିସର, ଯାହାଙ୍କୁ ମିଳିଛି ଏକାଧିକ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏଭଳି ତାଲିକା ଏଇଠି ସରିନି, ଆଗକୁ ବି ରହିଛି। ସେପଟେ ଏମିତି ଅନେକ ଆଇଏଏସ୍ ଅଧିକାରୀ ଅଛନ୍ତି, ଯେଉଁମାନଙ୍କୁ କି ମିଳିଛି ଅପେକ୍ଷାକୃତ କମ୍ ଗୁରୁତ୍ୱପୂର୍ଣ୍ଣ ବା ଗୋଟିଏ ଗୋଟିଏ ବିଭାଗର ଦାୟିତ୍ୱ।

ରାଜ୍ୟ ପ୍ରଶାସନରେ କାହିଁକି ଏଭଳି ସ୍ଥିତି? ଅଭିଯୋଗ ହେଉଛି, ଏହା ପଛରେ ରହିଛି ତୃତୀୟ ମହଲା ଆଶୀର୍ବାଦ ବା ଆକ୍ରୋଶର ପ୍ରଭାବ। ଯିଏ ଥାର୍ଡ ଫ୍ଲୋର୍‌ର ଯେତେ ଘନିଷ୍ଠ ଓ ଯିଏ ପରୋକ୍ଷରେ ଦଳ ଓ ସରକାରଙ୍କୁ ସୁହାଇଲା ଭଳି କାର୍ଯ୍ୟ କରିପାରୁ ଥିବେ ତାଙ୍କୁ ସେତେ ଅଧିକ ଏବଂ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଉଛି। ବିଭାଗ ବଣ୍ଟନ ନେଇ ସମତୁଲ ବ୍ୟବସ୍ଥା ନହେବାରୁ କୋଟେରୀ ବିରୋଧରେ ଅସନ୍ତୋଷ ମଧ୍ୟ ବଢୁଛି। ପାଓ୍ୱାର୍‌ କରିଡର୍‌ରେ ଦାୟିତ୍ୱରେ ଏଭଳି ବିଷମ ବଣ୍ଟନକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ।

ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି-“ରାଜ୍ୟରେ ରାଜନୈତିକ ସରକାର ଚାଲିନି। ଏଠି ମୁଷ୍ଟିମେୟ ବ୍ୟୁରୋକ୍ରାଟ୍‌ଙ୍କ ସରକାର ଚାଲିଛି। ଯେଉଁମାନେ ଦଳୀୟ ପାଣ୍ଠି ସଂଗ୍ରହ କରିପାରିବେ, ସେମାନଙ୍କୁ ଏକାଧିକ ବିଭାଗ ଦିଆଯାଇଛି।”

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ସରକାରଙ୍କ ପାଟିରୁ କଥା ବାହାରିବା ପୂର୍ବରୁ ଯେଉଁ ଅଧିକାରୀମାନେ କିଛି ବିଚାର ନକରି କାମ କରି ଦେଖାଇ ପାରିବେ, ସେମାନଙ୍କୁ ହୁଏତ ଏମିତି ବିଭାଗ ମିଳିଥିବ।”

ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି-“ଏପରି ଅଭିଯୋଗର କିଛି ମାନେ ନାହିଁ।”

ଆଇଏଏସ୍ ଅଧିକାରୀଙ୍କ ଦାୟିତ୍ୱ ବଣ୍ଟନରେ ସରକାରଙ୍କ ଏଭଳି ପାତର ଅନ୍ତର ନୀତି ଯୋଗୁଁ ପ୍ରଶାସନରେ ଏହାର ଗୁରୁତର ପ୍ରଭାବ ପଡୁଥିବା ଚର୍ଚ୍ଚା ହେଉଛି। ସଂପୃକ୍ତ ଅଧିକାରୀ ଅଯଥା ଚାପଗ୍ରସ୍ତ ହେବା ସହ ଓ୍ୱାର୍କ ଫ୍ଲୋ ମଧ୍ୟ ପ୍ରଭାବିତ ହେଉଥିବା ଅନୁଭୂତ ହେଉଛି। ଅବସରପ୍ରାପ୍ତ ପ୍ରଶାସକଙ୍କ ମତରେ ଏଭଳି ସ୍ଥିତି ବେଶି ଦିନ ଚାଲିବା ଠିକ୍ ନୁହେଁ।



from OdishaReporter https://ift.tt/2L6HjeE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages