
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କୁଆଖାଇ ନଦୀରେ ଗାଧୋଉଥିବା ବେଳେ ଜଣେ ଛାତ୍ର ନିଖୋଜ ହୋଇଯାଇଛନ୍ତି। ସେ ୟୁନିଟ୍ ୯ ସ୍ଥିତ ବାଳକ ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ନ୍ତି। ପାଣିରେ ଭାସି ଯାଇଥିବା ଛାତ୍ରଙ୍କୁ ଅଗ୍ନିଶମ କର୍ମଚାରୀ ଖୋଜୁଛନ୍ତି। ପ୍ରାୟ ୩୦ ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଏଥିରେ ନିୟୋଜିତ କରାଯାଇଛି।
ଦୁଇ ଜଣ ଛାତ୍ର ନିଖୋଜ ହୋଇଯାଇଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁଇ ଛାତ୍ର ତାଙ୍କର ଆଉ୪ ଜଣ ସାଙ୍ଗମାନଙ୍କ ସହ ନଦୀକୁ ଗାଧୋଇବାକୁ ଆସିଥିଲେ।
ଦୁଇ ଦିନ ତଳେ ଜଣେ ମହିଳା ହଂସପାଳ ବ୍ରିଜ୍ ଉପରୁ କୁଆଖାଇ ନଦୀକୁ ଡେଇଁ ପଡ଼ିଥିଲେ। ତାଙ୍କୁ ଟଙ୍କପାଣି ବ୍ରିଜ୍ ନିକଟରୁ ଉଦ୍ଧାର କରାଯାଇଥିଲା।
from OdishaReporter https://ift.tt/2OfJ32N
No comments:
Post a Comment