ଠାକୁରଙ୍କୁ ବି ଛାଡ଼ିଲେନି: ଦାନ ବାକ୍ସ ଭାଙ୍ଗି ଟଙ୍କା ନେଇଗଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, July 24, 2018

ଠାକୁରଙ୍କୁ ବି ଛାଡ଼ିଲେନି: ଦାନ ବାକ୍ସ ଭାଙ୍ଗି ଟଙ୍କା ନେଇଗଲେ

templecopy

କାମାକ୍ଷାନଗର/ପୁରୀ (ଓଡ଼ିଶା ରିପୋର୍ଟର): ମଙ୍ଗଳବାର ରାତିରେ ଦୁଇଟି ସ୍ଥାନରେ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ମନ୍ଦିରର ଦାନ ବାକ୍ସ ଭାଙ୍ଗି ଟଙ୍କା ନେଇ ଯାଇଛନ୍ତି।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ମାଳପୁରା ସ୍ଥିତ ରାମ ମନ୍ଦିରରୁ ଚୋରି ହୋଇଛି। ଚୋରମାନେ ମନ୍ଦିରର ମୁଖ୍ୟ ଫାଟକର ତାଲା ଭାଙ୍ଗି ଭିତରେ ପଶିଥିଲେ। ସେମାନ ଦାନବାକ୍ସ ଭାଙ୍ଗି ସେଥିରେ ଥିବା ଟଙ୍କା ନେଇ ଯାଇଛନ୍ତି। ମନ୍ଦିରରେ ଲାଗିଥିବା ସିସିଟିଭି କ୍ୟାମେରାର ହାର୍ଡଡିସ୍କ ମଧ୍ୟ ନେଇ ପଳାଇଛନ୍ତି।

atm

ସେହିପରି ପୁରୀ ଜିଲ୍ଲା ଶିରୁଳି ସ୍ଥିତ ମହାବୀର ମନ୍ଦିରରୁ ମଧ୍ୟ ଚୋରି ହୋଇଛି। ଏଠାରେ ବି ଚୋରମାନେ  ଦାନ ବାକ୍ସ ଭାଙ୍ଗି ଟଙ୍କା ନେଇ ଯାଇଛନ୍ତି। ଆଜି ସକାଳେ ଏହା ଜଣାପଡ଼ିବା ପରେ ମନ୍ଦିର ସାମ୍ନାରେ ଲୋକେ ବିକ୍ଷୋଭ କରିଥିଲେ।



from OdishaReporter https://ift.tt/2JSO5Pj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages