
ରାୟପୁର: ଏବେ ଫେସ୍ବୁକ୍ର ଜମାନା। ଆଉ ଯୁବପିଢିଙ୍କୁ ପାଗଳ କରିଛି ଫେସ୍ବୁକ୍ ଲାଇଭ୍। ଏହି ସୋଶାଲ ମିଡିଆର ନିଶା ଏତେ ଘାରିଛି ଯେ, କେହି କେହି ଜୀବନକୁ ବାଜି ଲଗାଇବା ପାଇଁ ମଧ୍ୟ ପଛାଉନାହାନ୍ତି । ଏମିତି ଏକ ଦୁଃସାହସିକ ଉଦ୍ୟମର କରୁଣପରିଣତି ଏବେ ଚର୍ଚ୍ଚାରେ। ଛତିଶଗଡ଼ର କାଙ୍କେର ଜିଲ୍ଲାରେ ୨ ଜଣ ବାଇକ୍ ଚାଳକଙ୍କ ଅଭାବନୀୟ ମୃତ୍ୟୁ ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ଯେଉଁଠି ଦୁଇଜଣ ବାଇକ୍ ଚାଳକ ଘଣ୍ଟାକୁ ୧୯୯ କିମି ବେଗରେ ଗାଡ଼ି ଚଳାଉଥିଲେ। ଯାହାର ସିଧା ପ୍ରସାରଣ ଫେସ୍ବୁକ୍ ଲାଇଭ୍ରେ ହେଉଥିଲା। ଆଉ ଏହି ସମୟରେ ସାମ୍ନାପଟୁ ଆସୁଥିବା ଏକ ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୨ଜଣ ଯାକ ଯୁବକଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଶିକାର ହୋଇଥିବା ସମ୍ପୃକ୍ତ ୨ ଜଣ ଯୁବକଙ୍କ ଘର ବସ୍ତର ଅଞ୍ଚଳରେ ବୋଲି ଜଣାପଡ଼ିଛି। ଜଣେ ମନିଶ କୁମାର ହୋଇଥିବା ବେଳେ ଆଉ ଜଣେ ମୁରଲି ନିଷାଦ୍।
ସୂଚନାଅନୁଯାୟୀ ମନିଶ କୁମାର ବାଇକ୍ ଚଳାଉ ଥିଲେ। ମୁରଲି ପଛପଟେ ବସି ଫେସ୍ବୁକ୍ ଲାଇଭ୍ କରୁଥିଲେ। ଯେଉଁ ସମୟରେ ଏହି ଫେସ୍ବୁକ୍ ଲାଇଭ୍ ଚାଲିଥିଲା ସେତେବେଳେ ବାଇକ୍ର ଘଣ୍ଟା ପ୍ରତି ବେଗ ଥିଲା ୧୯୯ କିମି। ଏହି ଲାଇଭ୍ କୌଣସି ଆକ୍ସନ ହିନ୍ଦୀ ସିନେମାର ଷ୍ଟଣ୍ଟ ସିନ୍ଠାରୁ କମ୍ ନ ଥିଲା । ଏହାକୁ ଦେଖୁଥିବା ଦର୍ଶକ ଗୋଟିଏ ପରେ ଗୋଟିଏ କମେଣ୍ଟ ଦେଉଥିଲେ। କେହି କେହି ସମ୍ଭାବ୍ୟ ବିପଦ ସମ୍ପର୍କରେ ଚେତାଇ ଦେଉଥିଲେ। କିନ୍ତୁ ସମ୍ପୃକ୍ତ ୨ ବନ୍ଧୁଙ୍କ ଏଥିପ୍ରତି ଆଦୌ ଧ୍ୟାନ ନଥିଲା କି ଖାତିର୍ ନଥିଲା। ଆଉ ପରିଣତ ସୂରୁପ ଉଭୟ ଦୁର୍ଘଟଣାର ଶିକାର ହେଲେ। ଘଟଣାସ୍ଥଳରେ ମନିଷଙ୍କ ମୃତ୍ୟୁ ଘଟିଥିବା ବେଳେ ମୁରଲୀ ଗୁରୁତର ହୋଇଥିଲେ। କିନ୍ତୁ ହସ୍ପିଟାଲରେ ଭର୍ତ୍ତି ହେବା ପରେ ମୁରଲିଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ଉଭୟ ବାଇକ୍ ଚାଲକଙ୍କୁ ବଞ୍ଚାଇବାକୁ ଯାଇ ବସ୍ ଡ୍ରାଇଭର ହଠାତ୍ ବ୍ରେକ୍ ମାରିବାରୁ ଗାଡ଼ିଟି ଦୋହଲିଯାଇଥିଲା।
ଆଉ ଏଥିରେ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ। ଏହି ବସ୍ଟି କାଙ୍କେର ଜିଲ୍ଲାରୁ ରାୟପୁର ଅଭିମୁଖେ ଯାତ୍ରା କରୁଥିଲା । ଏଥିରେ ୩୮ଜଣ ଯାତ୍ରୀ ଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ୧୩ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି।
from OdishaReporter https://ift.tt/2L041Vp

No comments:
Post a Comment