ଅମିତାଭ ଓ ତାଙ୍କ ଝିଅ ଅଭିନୟ କରିଥିବା ବିଜ୍ଞାପନ ଉପରେ ଉଠିଲା ଆପତ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଅମିତାଭ ଓ ତାଙ୍କ ଝିଅ ଅଭିନୟ କରିଥିବା ବିଜ୍ଞାପନ ଉପରେ ଉଠିଲା ଆପତ୍ତି

shweta

ନୂଆଦିଲ୍ଲୀ: କେରଳର ଗହଣା କମ୍ପାନୀ କଲ୍ୟାଣ ଜୁଏଲର୍ସର ଏକ ନୂଆ ବିଜ୍ଞାପନ ଟିଭିରେ ବାଜୁଛି। ଏଥିରେ ଅମିତାଭ ବଚ୍ଚନ‌ ଓ ତାଙ୍କ ଝିଅ ଶ୍ୱେତା ନନ୍ଦା ଅଭିନୟ କରିଛନ୍ତିା ବିଜ୍ଞାପନଟି ଦେଢ଼ ମିନିଟର। ତେବେ ୟୁନିଅନ୍‌ ବ୍ୟାଙ୍କ ଏହି ବିଜ୍ଞାପନ ଉପରେ ଆପତ୍ତି ଉଠାଇଛି। ଅଲ୍‌ ‍ଇଣ୍ଡିଆ ବ୍ୟାଙ୍କିଂ ଫେଡେରେସନ୍‌ ମଧ୍ୟ ବିଜ୍ଞାପନଟିକୁ ନିନ୍ଦା କରିଛି।

ୟୁନିୟନ୍‌ ବ୍ୟାଙ୍କ୍‌ ପକ୍ଷରୁ କୁହାଯାଇଛି, “ଏହି ବିଜ୍ଞାପନର ଉଦ୍ଦେଶ୍ୟ ଲୋକଙ୍କ ମନରେ ବ୍ୟାଙ୍କ୍ ପ୍ରଣାଳୀ ଉପରେ ଅବିଶ୍ୱାସ ସୃଷ୍ଟି କରିବା। କଲ୍ୟାଣ ଜୁଏଲର୍ସ ବିରୁଦ୍ଧରେ ଆଇନ୍‌ର ଆଶ୍ରୟ ନିଆଯିବ।”

ଅଲ୍‌ ‍ଇଣ୍ଡିଆ ବ୍ୟାଙ୍କିଂ ଫେଡେରେସନ୍‌ ପକ୍ଷରୁ କୁହାଯାଇଛି, “ବିଜ୍ଞାପନ ଜରିଆରେ ବ୍ୟାଙ୍କର ଲକ୍ଷାଧିକ କର୍ମଚାରୀଙ୍କ ଭାବନାକୁ ଆଘାତ ଦେବାକୁ ଚେଷ୍ଟା କରାଯାଇଛି।”

ଆଇବିଓସିର ମୁଖ୍ୟ ସଚିବ ସୌମ୍ୟ ଦତ୍ତ ଅଭିଯୋଗ କରିଛନ୍ତି ଯେ,‘କମ୍ପାନୀ ବାଣିଜ୍ୟିକ ଲାଭ ପାଇଁ ଯେଉଁ ଭଳି ଉପସ୍ଥାପନ କରିଛି, ତାହା ଅତ୍ୟନ୍ତ ଘୃଣ୍ୟ ଓ ଅପମାନଜନକ।”

ଅନ୍ୟପକ୍ଷରେ କଲ୍ୟାଣ ଜୁଏଲର୍ସ ପକ୍ଷରୁ ଏହି ଅଭିଯୋଗକୁ ଖଣ୍ଡନ କରାଯାଇଛି। କମ୍ପାନୀ ପକ୍ଷରୁ ସୌମ୍ୟ ଦତ୍ତଙ୍କୁ ଏକ ପତ୍ର ଲେଖି କହିଛି, ‘ଏହା ସମ୍ପୂର୍ଣ୍ଣ ଭାବେ କାଳ୍ପନିକ। ବ୍ୟାଙ୍କ୍‌ କର୍ମଚାରୀଙ୍କୁ ଅପମାନିତ କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ବିଜ୍ଞାପନ ପୂର୍ବରୁ ଏକ ଘୋଷଣା କରଯାଇଛି। ଯେଉଁଥିରେ କୁହାଯାଇଛି କୌଣସି ବ୍ୟକ୍ତି କିମ୍ୱା ସମ୍ପ୍ରଦାୟର ସମ୍ମାନ ହାନି କରିବା ଆମର ଉଦ୍ଦେଶ୍ୟ ନୁହୋଁ’

ବିଜ୍ଞାପନରେ ଅମିତାଭ ବଚ୍ଚନ ଜଣେ ବୃଦ୍ଧଙ୍କ ଭୂମିକାରେ ନଜର ଆସିଛନ୍ତିା ଅମିତାଭଙ୍କ ଝିଅ ଶ୍ୱେତା ନନ୍ଦା ଏଥିରେ ତାଙ୍କ ଝିଅ ଭୂମିକାରେ ଅଭିନୟ କରିଛନ୍ତି। ଅମିତାଭଙ୍କ ପେନ୍‌ସନ୍‌ ଆକାଉଣ୍ଟରେ ଭୁଲ୍‌ରେ ଅଧିକ ଟଙ୍କା ଡିପୋଜିଟ୍‌ ହୋଇଥିବାରୁ, ସେ ଏହାକୁ ଫେରାଇବାକୁ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ଅନୁରୋଧ କରୁଛନ୍ତି। କିନ୍ତୁ ସେଥିପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି। ଏପରିକି ଜଣେ ବ୍ୟାଙ୍କ୍‌ ଅଧିକାରୀ ଅମିତାଭଙ୍କୁ କହୁଛନ୍ତି- ଆପଣଙ୍କ ଖାତାରେ ଅଧିକ ଟଙ୍କା ଜମା ହୋଇଛି ବୋଲି କିଏ ବା ଜାଣି ପାରିବ ? ତେଣୁ ଚିନ୍ତା କାନ୍ତୁନାହିଁ। ଏହାର ଜବାବରେ ଅମିତାଭ ଗମ୍ଭୀର ସ୍ୱରରେ କହିଛନ୍ତି- ଯାହା ଭୁଲ୍‌, ତାହାକୁ ଭୁଲ୍‌ ବୋଲି କୁହାଯିବ। ଅଗତ୍ୟା ବ୍ୟାଙ୍କ ଅଧିକାରୀ ଜଣଙ୍କ ଏହି ତ୍ରୁଟିକୁ ସୁଧାରିବାକୁ ଉଦ୍ୟମ କରିଛନ୍ତି।



from OdishaReporter https://ift.tt/2uA6f3J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages