ଏକାଠି ନଜର ଆସିବେ ରଜନୀକାନ୍ତ-ନୱାଜ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, July 19, 2018

ଏକାଠି ନଜର ଆସିବେ ରଜନୀକାନ୍ତ-ନୱାଜ୍‌

ନୂଆଦିଲ୍ଲା: ବଲିଉଡ୍‌ର ତିନି ଖାନ୍‌ଙ୍କ ସହିତ ପରଦାରେ ଅଭିନୟ କରି ସାରିଥିବା ନୱାଜୁଦିନ୍‌ ସିଦ୍ଦିକି ଏବେ ସୁପର୍‌ଷ୍ଟାର୍‌ ରଜନୀକାନ୍ତଙ୍କ ସହିତ ଏକ ତାମିଲ୍‌ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରକୁ ତାମିଲ୍‌ ନିର୍ଦ୍ଦେଶକ କାର୍ତ୍ତିକ ସବ୍ବାରାଜ ନିର୍ଦ୍ଦେଶନା ଦେବେ। ଚଳଚ୍ଚିତ୍ରରେ ତାମିଲ୍‌ ଅଭିନେତ୍ରୀ ସିମ୍‌ରନ୍‌ ମୁଖ୍ୟ ଚରିତ୍ରରେ ଅଭିନୟ  କରିଛନ୍ତି।

ସନ୍‌ ପିକଚର୍ସ ବ୍ୟାନର୍‌ର ଏହି ଚଳଚ୍ଚିତ୍ରରେ ନୱାଜ୍‌ଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ରଜନୀକାନ୍ତ ପ୍ରଥମରୁ ହିଁ ଚଳଚ୍ଚିତ୍ରର କିଛି ଅଂଶକୁ ଦାର୍ଜିଲିଂ ଏବଂ ଡେରାଡୁନ୍‌ରେ ସୁଟିଂ କରି ସାରିଛନ୍ତି। ପରବର୍ତ୍ତୀ ସୁଟିଂ ଡେରାଡୁନ୍‌ରେ ଚାଲୁଛି। ସୂଚନା ଅନୁସାରେ, ନୱାଜ୍‌ ୱାର୍ଲଡ୍‌ କପ୍‌ ଉପରେ ହେବାକୁ ଥିବା ଚଳଚ୍ଚିତ୍ର ୮୩ରେ ମଧ୍ୟ ଅଭିନୟ କରିବାକୁ ଯାଉଛନ୍ତି। ନିକଟରେ ଚଳଚ୍ଚିତ୍ର ସ୍କେୟାର୍ଡ ଗେମ୍‌ସ୍‌ରେ ତାଙ୍କର ଚମତ୍କାର ଅଭିନୟ ଦେଖିବାକୁ ମିଳିଥିଲା।

 



from OdishaReporter https://ift.tt/2mw95Cd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages