ରାତିରେ କଦଳୀ ଖାଇଲେ କ’ଣ ହୁଏ ଜାଣନ୍ତୁ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

ରାତିରେ କଦଳୀ ଖାଇଲେ କ’ଣ ହୁଏ ଜାଣନ୍ତୁ…

banana1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଦଳୀରେ ୨୫ ପ୍ରତିଶତ ସୁଗର୍ ରହିଛି ଯାହା ଶରୀରର ଆବଶ୍ୟକତାକୁ ପୂରଣ କରିଥାଏ। ଏହା ସହିତ ଦିନସାରା କାମ କରିବା ପାଇଁ ଶରୀରକୁ ଯେଉଁ ଶକ୍ତି ଆବଶ୍ୟକ ହୋଇଥାଏ, ତାହା ମଧ୍ୟ ଯୋଗାଇଥାଏ। କଦଳୀରେ ଥିବା ଆଇରନ୍‌ ଶରୀରରେ ହିମୋଗ୍ଲୋବିନ୍‌ର ମାତ୍ରାକୁ ବଢ଼ାଇଥାଏ ଏବଂ ଏନିମିଆ ପରି ରୋଗ ସହିତ ଲଢ଼ିବା ଦିଗରେ ସାହାଯ୍ୟ କରିଥାଏ। ଏଥିରେ ଟ୍ରାଇଟୋଫୋନ୍‌, ଭିଟାମିନ୍‌-ବି୬ ଓ ଭିଟାମିନ୍‌ ବି ମଧ୍ୟ ରହିଛି।
କଦଳୀ ସ୍ୱାସ୍ଥ୍ୟ ପାଇଁ ଯେ ଲାଭଦାୟକ, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ ଆପଣ ଦେଖିଥିବେ କିଛି ଲୋକ ରାତିରେ କଦଳୀ ଖାଇବାକୁ ବାରଣ କରିଥାନ୍ତି। ଆପଣ କେବେ ଚିନ୍ତା କରିଛନ୍ତି, କଦଳୀରେ ଏତେ ଭିଟାମିନ୍‌ ରହିଥିଲେ ମଧ୍ୟ ଏହାକୁ ରାତିରେ ଖାଇବାକୁ ମନା କରାଯାଏ କ’ଣ ପାଇଁ? ଆସନ୍ତୁ ଜାଣିବା, ରାତିରେ କଦଳୀ ଖାଇବା ଶରୀର ପାଇଁ କେତେ ଦରକାରୀ ଏବଂ କ୍ଷତିକାରକ

(୧) ରାତିରେ କଦଳୀ ଖାଇଲେ ସ୍ୱାସ୍ଥ୍ୟରେ କୌଣସି କ୍ଷତି ପହଞ୍ଚେ ନାହିଁ ବୋଲି ଆୟୁର୍ବେଦରେ କୁହାଯାଇଛି। ତଥାପି ରାତିରେ କଦଳୀ ଖାଇବାଠାରୁ ଦୂରେଇ ରହିବା ଜରୁରୀ। ଏଥିଯୋଗୁ କାଶ ଏବଂ ଜ୍ୱର ହେବାର ସମ୍ଭାବନା ଥାଏ। ଏହା ସହିତ କଦଳୀ ହଜମ ହେବା ପାଇଁ ସମୟ ଲାଗିଥାଏ ଏବଂ ଏହାକୁ ଖାଇବା ଦ୍ୱାରା ଆପଣଙ୍କୁ ମାନ୍ଦା ଲାଗିଥାଏ।

(୨) ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତ ଅନୁସାରେ କଦଳୀ ଦେହ ପାଇଁ ଉପକାରୀ। ଏଥିରୁ ଶରୀରକୁ ଶକ୍ତି ମିଳିଥାଏ। କିନ୍ତୁ ଯେଉଁମାନେ କାଶ, ଥଣ୍ଡା ଏବଂ ଶ୍ୱାସ ଭଳି ସମସ୍ୟା ଦ୍ୱାରା ପୀଡ଼ିତ, ସେମାନେ ରାତିରେ କଦଳୀ ଖାଇବା ଶରୀର ପାଇଁ କ୍ଷତିକାରକ। ବିଶେଷଜ୍ଞ ଆହୁରି ମଧ୍ୟ କହିଛନ୍ତି, ସନ୍ଧ୍ୟା ସମୟରେ ବ୍ୟାୟାମ କରିବା ପରେ କଦଳୀ ଖାଇବା ଶରୀର ପାଇଁ ଭଲ।

(୩) ଏକ ଗବେଷଣା ଅନୁସାରେ ଯେଉଁମାନେ ଅଧିକ ମସଲାଯୁକ୍ତ ଖାଦ୍ୟ ଖାଇଥାନ୍ତି, ସେମାନେ ରାତିରେ କଦଳୀ ଖାଇବା ଭଲ। ମସଲାଯୁକ୍ତ ଖାଦ୍ୟ ଖାଇବା ଯୋଗୁ ଛାତିରେ ଜ୍ୱାଳା ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗୋଟିଏ କଦଳୀ ହିଁ ଯଥେଷ୍ଟ।

(୪) କଦଳୀରେ ଭରପୂର ମାତ୍ରାରେ ପଟାସିୟମ୍‌ ରହିଛି। ରାତିରେ ଗୋଟିଏ କିମ୍ବା ଦୁଇଟି କଦଳୀ ଖାଇବା ଦ୍ୱାରା ନିଦ ଭଲ ହୋଇଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଗୋଟିଏ କଦଳୀରେ ୪୮୭ ମିଲିଗ୍ରାମ୍‌ ପଟାସିୟମ୍‌ ରହିଛି। ଯାହା ଆମ ଶରୀରକୁ ୧୦ ପ୍ରତିଶତ ପୁଷ୍ଟିସାର ପ୍ରଦାନ କରିଥାଏ।

(୫) ଗୋଟିଏ କଦଳୀରେ ୧୦୫ କ୍ୟାଲୋରୀ ରହିଛି। ଯଦି ଆପଣ ରାତିରେ ଖାଇବା ସମୟରେ ୫୦୦ରୁ କମ୍‌ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଉଛନ୍ତି, ତେବେ ସିଝା କ୍ଷୀରରେ ଦୁଇଟି କଦଳୀ ଖାଇଲେ ଆପଣଙ୍କ ଶରୀରକୁ ଉପଯୁକ୍ତ କ୍ୟାଲୋରୀ ମିଳିଥାଏ।

(୬) କିଛି ଲୋକଙ୍କର ରାତିରେ ମିଠା ଜିନିଷ ଖାଇବାର ଅଭ୍ୟାସ ରହିଥାଏ। ତେବେ ଏହି ସମୟରେ ଆପଣ କଦଳୀ ଖାଇ ପାରିବେ। କଦଳୀରେ ଭିଟାମିନ୍‌ ଏବଂ ଫାଇବର୍‌ ମଧ୍ୟ ରହିଛି। ତେଣୁ ମିଠା ଅପେକ୍ଷା ଏହା ଅଧିକ ଉପାଦେୟ।



from OdishaReporter https://ift.tt/2OaBr1Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages