କାବୁଲ୍‌ ବିମାନବନ୍ଦର ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି, ୬୦ ଆହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, July 22, 2018

କାବୁଲ୍‌ ବିମାନବନ୍ଦର ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି, ୬୦ ଆହତ

bomning

କାବୁଲ୍‌: ଆଫଗାନିସ୍ତାନର ରାଜଧାନୀ କାବୁଲ୍‌ରେ ଥିବା ହମିଦ୍‌ କର୍‌ଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୬କୁ ବୃଦ୍ଧି ପାଇଛି। ଏହି ଘଟଣାରେ ୬୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଅଧିକାଂଶ ପୁଲିସ୍‌ କର୍ମଚାରୀ ଅଛନ୍ତି ବୋଲି ଜଣାପଡ଼ିଛି।

ନିର୍ବାସନ ଦଣ୍ଡ ପାଇଥିବା ଆଫଗାନିସ୍ତାନର ଉପ ରାଷ୍ଟ୍ରପତି ଅବ୍‌ଦୁଲ୍‌ ରସିଦ୍‌ ଦୋସ୍ତୁମ୍‌ ଗତକାଲି ସ୍ୱଦେଶ ଫେରିବାର ଥିବା ବେଳେ ତାଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ସମର୍ଥକ ବିମାନବନ୍ଦରର ପ୍ରବେଶ ପଥରେ ଏକାଠି ହୋଇଥିଲେ। ତେବେ ଅବ୍‌ଦୁଲଙ୍କ କନଭୟ ବିମାନବନ୍ଦରରୁ ଚାଲି ଯିବା ପରେ ହିଁ ଆତ୍ମଘାତୀ ହମ୍‌ଲା ହୋଇଥିଲା। ଅବ୍‌ଦୁଲ୍‌ଙ୍କ ସମର୍ଥକଙ୍କୁ ଟାର୍ଗେଟ୍‌ କରି ଏଭଳି ବିସ୍ଫୋରଣ କରାଯାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ମୃତକଙ୍କ ମଧ୍ୟରେ କିଛି ସାଧାରଣ ଲୋକ ଏବଂ ଜଣେ ଶିଶୁ ଅଛନ୍ତି। ଏଥିସହ ଏକାଧିକ ଗାଡ଼ି ଧ୍ୱଂସ ହୋଇଯାଇଛି।

ଉଲ୍ଲେଖଯୋଗ୍ୟ, ମାନବାଧିକାର କ୍ଷୁଣ୍ଣ କରୁଥିବାରୁ ଅବଦୁଲଙ୍କୁ ନିର୍ବାସନ ଦଣ୍ଡ ମିଳିଥିଲା। ସେ ୨୦୧୭ ମେ ମାସରୁ ତୁର୍କୀରେ ରହୁଥିଲେ। ଗତକାଲି ତୁର୍କୀରୁ ଏକ ସ୍ୱତନ୍ତ୍ର ଚାର୍ଟାର୍ଡ ବିମାନ ଯୋଗେ ସେ ହମିଦ୍‌ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଓହ୍ଲାଇଥିଲେ।



from OdishaReporter https://ift.tt/2LHk2w2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages