ମହଙ୍ଗା ପଡ଼ିଲା ଥନାରେ ସାଧୁମାତାଙ୍କ ଆଶୀର୍ବାଦ ନେବା, ନିଲମ୍ବିତ ହେଲେ ପୁଲିସ୍‌ ବାବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ମହଙ୍ଗା ପଡ଼ିଲା ଥନାରେ ସାଧୁମାତାଙ୍କ ଆଶୀର୍ବାଦ ନେବା, ନିଲମ୍ବିତ ହେଲେ ପୁଲିସ୍‌ ବାବୁ

ନୂଆଦିଲ୍ଲୀ: ବିଭିନ୍ନ ଟେନ୍‌ସନ୍‌ରେ ଭାରାକ୍ରାନ୍ତ ହୋଇ ଥକି ପଡ଼ିଛନ୍ତି ପୁଲିସ୍‌ ବାବୁ। ଏବେ ତାଙ୍କର ନିଜ ଉପରେ ମଧ୍ୟ ଆଉ ଭରସା ପାଉନି। ତେଣୁ ଚାପରୁ ମୁକ୍ତି ପାଇଁ ଦିବ୍ୟ କୃପା ହିଁ ଏକମାତ୍ର ସାହାରା, ସେଥିପାଇଁ ପୁଲିସ୍‌ ବାବୁ ଆମର ସାଧୁମାତାଙ୍କର ଆଶୀର୍ବାଦ ନେଉଛନ୍ତି। ସିଏ ପୁଣି ଥାନା ଭିତରେ, ନିଜ ଅଫିସ୍‌ ଚେୟାର୍‌ ବସି।

ଉପରେ ଦିଆଯାଇଥିବା ଫଟୋଟିକୁ ଦେଖନ୍ତୁ। କିପରି ପୁଲିସ୍‌ ବାବୁ ୟୁନିଫର୍ମ ପିନ୍ଧି ଆଖିମୁଦି ସାଧୁମାତାଙ୍କର ଦିବ୍ୟକୃପା ଲାଭ କରୁଛନ୍ତି। ଗେରୁଆ ବସ୍ତ୍ର ପିନ୍ଧି ନିଜକୁ ସାଧୁମାତା ବୋଲାଉଥିବା ନମିତା ଆଚାର୍ଯ୍ୟ ନାମକ ଜଣେ ମହିଳା ପଛରେ ଛିଡ଼ା ହୋଇ ପୁଲିସ୍‌ ବାବୁଙ୍କ ମୁଣ୍ଡ ଉପରେ କୃପାର ଦୁଇହାତ ଖୋଲି ଆଶୀର୍ବାଦ ଦେଉଛନ୍ତି। ଏହି ଫଟୋଟି ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି।

ଭାଇରାଲ୍‌ ହୋଇଥିବା ଏହି ଫଟୋଟି ହେଉଛି ଦିଲ୍ଲୀର ଜନକପୁରୀ ଥାନାର ଇନ୍‌ଚାର୍ଜ ଥିବା  ଇନ୍ଦ୍ରପାଲ୍‌ଙ୍କର। ସେ ଅଫିସ୍‌ରେ ନମିତା ଆଚାର୍ଯ୍ୟଙ୍କ ଠାରୁ ଆଶୀର୍ବାଦ ନେବା ସମୟରେ ଫଟୋଟି ଉଠା ଯାଇଥିବା କୁହାଯାଉଛି। ଭାଇରାଲ୍‌ ହେବା ପରେ ସୋଶାଲ୍‌ ମିଡିଆରେ ଅନେକ ଲୋକ ଏହାକୁ ସମାଲୋଚନା କରିଛନ୍ତି। ସେ ଡ୍ୟୁଟିରେ ଥାଇ ମଧ୍ୟ ଏପରି କାର୍ଯ୍ୟ  କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି।

 

 



from OdishaReporter https://ift.tt/2JL5rOk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages