ଜାହ୍ନବୀଙ୍କ ପାଇଁ ଗୀତ ଗାଇବାକୁ ଚାହୁଁଛନ୍ତି ଲତା ଦିଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ଜାହ୍ନବୀଙ୍କ ପାଇଁ ଗୀତ ଗାଇବାକୁ ଚାହୁଁଛନ୍ତି ଲତା ଦିଦି

ମୁମ୍ବାଇ: ବଲିଉଡ୍‌ ଜଗତର କିମ୍ବଦନ୍ତୀ ଗାୟିକା କୋକିଳକଣ୍ଠୀ ଲତା ମଙ୍ଗେସକର ଆଦୌ ଫିଲ୍ମ ଦେଖନ୍ତି ନାହିଁ। ହେଲେ ନିକଟରେ ସେ ଅନିଲ କପୁରଙ୍କ ଫିଲ୍ମ ‘ଫନ୍ନେ ଖାନ୍‌’ର ଟିଜର୍ ଓ ଜାହ୍ନବୀ କପୁରଙ୍କ ପ୍ରଥମ ଫିଲ୍ମ ‘ଧଡ଼କ’ ଦେଖିଛନ୍ତି। ଲତା ଦିଦି ଏହି ଦୁଇଟିଯାକ ଫିଲ୍ମର ଖୁବ୍‌ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି, ”ବୋନି ଓ ଅନିଲ ଦୁଇଜଣ ମୋର ବହୁତ ଆପଣାର। ମୁଁ ଅନିଲ ଓ ସୁନିତାଙ୍କର ନିର୍ବନ୍ଧରେ ମଧ୍ୟ ଯାଇଥିଲି। କିନ୍ତୁ କୌଣସି କାରଣରୁ ବାହାଘରରେ ସାମିଲ ହୋଇପାରି ନଥିଲି। ମୁଁ ବହୁତ ଖୁସି ଯେ ତାଙ୍କ ଝିଅ ସୋନମ୍‌ଙ୍କର ବିବାହ ହୋଇଛି। ଗୋଟିଏ ସମୟ ଥିଲା ବିବାହ ପରେ ଅଭିନେତ୍ରୀମାନେ ଆଉ କାମ କରୁ ନଥିଲେ। ହେଲେ ସୋନମ ବହୁତ ଭଲ କାମ କରୁଛନ୍ତି।”

ଲତା ଦିଦି କହିଛନ୍ତି ଯେ ଶ୍ରୀଦେବୀଙ୍କର ଆକସ୍ମିକ ମୃତ୍ୟୁ ପରେ ତାଙ୍କ ଝିଅ ଜାହ୍ନବୀଙ୍କର ବଲିଉଡ୍‌ରେ ଡେବ୍ୟୁ କରିବା ବୋନିଙ୍କ ମୁହଁରେ ହସର କାରଣ ସାଜିଛି। ସେ ଆହୁରି କହିଛନ୍ତି, “ଜାହ୍ନବୀ ବହୁତ ଭଲ ଝିଅ ଏବଂ ମୁଁ ତାଙ୍କ ପାଇଁ ଗୀତ ଗାଇବାକୁ ପସନ୍ଦ କରିବି।”

ଲତା ମଙ୍ଗେସ୍କରଙ୍କୁ ମାତା ସରସ୍ୱତୀଙ୍କ ସହ ତୁଳନା କରାଯାଏ। କୁହାଯାଏ ଯେ ଲତା ଦିଦିଙ୍କ କଣ୍ଠରେ ମାଆ ସରସ୍ୱତୀ ବିରାଜମାନ ଅଛନ୍ତି। ତେଣୁ କୌଣସି ବି ଅଭିନେତ୍ରୀ ପାଇଁ ଲତା ଯଦି କଣ୍ଡ ଦିଅନ୍ତି ତେବେ ତାହାଠୁ ବଡ଼ ସୌଭାଗ୍ୟର କଥା ଆଉ କିଛି ହୋଇ ନପାରେ। ତେବେ ଜାହ୍ନବୀଙ୍କ ପ୍ରଥମ ଫିଲ୍ମ ପରେ ଲତା ଦିଦି ତାଙ୍କ ପାଇଁ ଗୀତ ଗାଇବାକୁ ଇଚ୍ଛା ପ୍ରକାଶ କରିବା, ଜାହ୍ନବୀଙ୍କ ପାଇଁ ଏକ ବିରାଟ ସଫଳତା ନୁହେଁ ତ ଆଉ କ’ଣ?

ଉଲ୍ଲେଖଯୋଗ୍ୟ, ଲତା ମଙ୍ଗେସ୍କର ଶ୍ରୀଦେବୀଙ୍କ ପାଇଁ ଅନେକ ସୁପରହିଟ୍‌ ଗୀତ ଗାଇଛନ୍ତି। ଶ୍ରୀଦେବୀ ଲତା ଦିଦିଙ୍କ ବହୁତ ନିକଟତର ଥିଲେ। ଏପଟେ ଜାହ୍ନବୀଙ୍କ ଫିଲ୍ମ ‘ଧଡ଼କ’ ବକ୍ସ ଅଫିସ୍‌ରେ ଧମାକା କରୁଛି। ଫିଲ୍ମଟି ମାତ୍ର ୩ ଦିନରେ ୩୩ କୋଟି ଟଙ୍କା ଆୟ କରିସାରିଲାଣି।



from OdishaReporter https://ift.tt/2LuCmLX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages