ପ୍ରେମିକ ସହ ପଳାଇଲା ଝିଅ: ବରର ଦାବି- ତମ ଝିଅ ଦିଅ, ନହେଲେ ସ୍କୁଟି ଦିଅ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, July 23, 2018

ପ୍ରେମିକ ସହ ପଳାଇଲା ଝିଅ: ବରର ଦାବି- ତମ ଝିଅ ଦିଅ, ନହେଲେ ସ୍କୁଟି ଦିଅ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ମତେ ଝିଅ ଦିଅ, ନହେଲେ ଗାଡ଼ି ଦିଅ।” ଏମିତି ଡାଏଲଗ୍ ପଢ଼ି ଆପଣ ବିସ୍ମିତ ହେଉଥିବେ। ଭାବୁଥିବେ ଏଇଟା କୌଣସି ନାଟକର ସଂଳାପ ବୋଲି। କିନ୍ତୁ ଏଟା ଆଜ୍ଞା ସମ୍ପୂର୍ଣ୍ଣ ସତ ଘଟଣାଟିଏ। ଖାଲି ଯାହା ଭଦ୍ରଲୋକମାନଙ୍କର ସାମାଜିକ ପ୍ରତିପତ୍ତିକୁ ଦୃଷ୍ଟିରେ ରଖି ଘଟଣାଟି ଖୋଲିକି କହି ହେଉନି। ଏବେ ଘଟଣାଟି କ’ଣ ଜାଣିବା ହୁଅନ୍ତୁ।

ଘଟଣାଟି ଘଟିଛି ଆମରି ଓଡ଼ିଶା ରାଜ୍ୟରେ। ଝିଅଟିର ନାଁ ଉର୍ବଶୀ (ଛଦ୍ମନାମ)। ତୋଫା ଗୋରା ଚେହେରା। କଲେଜରେ ପାଠ ପଢ଼ୁଥିବା ବେଳେ ମନ ଦେଇ ବସିଲେ ମନଭଞ୍ଜନ (ଛଦ୍ମନାମ)ଙ୍କୁ। କିନ୍ତୁ ଘରେ ଏନେଇ କାହାକୁ କହିପାରିଲେ ନାହିଁ। ଦିନେ କଲେଜରୁ ଫେରି ଶୁଣିବାକୁ ପାଇଲେ, ତାଙ୍କର ବାହାଘର ଠିକ୍‌ ହୋଇଯାଇଛି। ଏ କଥା ଶୁଣିବା ପରେ ତାଙ୍କ ଅକଲ ଗୁଡ଼ୁମ୍‌ ହୋଇଗଲା। ବାହାଘର ଭାଙ୍ଗିବା ପାଇଁ ମୁଣ୍ଡ ଖରାପ ହୋଇଥିବା ଅଭିନୟ କଲେ। ତେଣୁ ପରିବାର ଲୋକେ ବାଧ୍ୟ ହୋଇ ବାହାଘର ଭାଙ୍ଗି ଦେଲେ। ବାହାଘର ଭାଙ୍ଗିବା ଖବର ଶୁଣି, ଉର୍ବଶୀଙ୍କ ମୁଣ୍ଡ ଠିକ୍‌ ହୋଇଗଲା। ପୂର୍ବ ପରି କଲେଜ ଗଲେ। କମ୍ପ୍ୟୁଟର କ୍ଲାସ୍‌ରେ ଦୀର୍ଘ ସମୟ ବିତାଇଲେ। ପ୍ରେମିକଙ୍କୁ ମଧ୍ୟ ସମୟ ଦେଲେ।

ବିଏ ପାସ୍‌ କରିବା ପରେ ଉର୍ବଶୀଙ୍କର ଭଦ୍ରକ ଅଞ୍ଚଳରେ ପୁନର୍ବାର ବାହାଘର ଠିକ୍‌ ହୋଇଥିଲା। ନିର୍ବନ୍ଧ ହୋଇଥିଲା। ସାହି ପଡ଼ିଶାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏପରିକି କିଛିକିଛି ବନ୍ଧୁବାନ୍ଧବ ଘରକୁ ଆସିଥିଲେ। ଯୌତୁକ ବାବଦକୁ ସ୍ଥିର ହୋଇଥିବା ସ୍କୁଟି, ବର ନାଁରେ କିଣା ସରିଥିଲା। ହେଲେ ବାହାଘର ପୂର୍ବଦିନ ଉର୍ବଶୀ ନିଜ ଭାଉଜ ଓ ଝିଆରି ସହିତ ନିକଟସ୍ଥ ବଜାରକୁ କସ୍‌ମେଟିକ୍‌ କିଣିବାକୁ ଯାଇ ଚମ୍ପଟ ମାରିଲେ। ଗଲାବେଳେ ସାଙ୍ଗରେ ଯାଇଥିବା ଝିଆରୀ ହାତରେ, ପୁଅଘର ଦେଇଥିବା ହାର ଓ କାନଫୁଲ କାଢ଼ି ଫେରାଇ ଦେଇଥିଲେ। କସ୍‌ମେଟିକ୍‌ କିଣି ସାରିବା ପରେ ଭାଉଜ ନିଜ ନଣନ୍ଦକୁ ଚାରିଆଡ଼େ ଖୋଜିଥିଲେ। ମାତ୍ର ପାଇନଥିଲେ। ଶେଷରେ ନିରାଶ ହୋଇ ଘରକୁ ଫେରିଲେ। ଘରେ ପହଞ୍ଚିବା ପରେ ବିଚରା ଭାଉଜ ବହେ ଗାଳି ଖାଇଲେ। ଶାଶୂ, ସ୍ୱାମୀ ମିଶି ମାଡ଼ ବି ମାରିଲେ। ସେପଟେ ଝିଅ ଭାଗିସ୍ ହେବା ଖବର ପୁଅଘର ଲୋକେ ଶୁଣିବା ପରେ, ସେମାନଙ୍କ ଅକଲ୍‌ ଗୁଡ଼ୁମ୍‌ ହୋଇଯାଇଥିଲା। ସେମାନେ କନ୍ୟାଘର ଆଗରେ ଅଜବ ସର୍ତ୍ତ ରଖିଥିଲେ। କହିଥିଲେ- “ଆମକୁ ତୁମ ଝିଅକୁ ଆଣି ଦିଅ, ନହେଲେ ଯୌତୁକ ପାଇଁ ଯେଉଁ ସ୍କୁଟି କିଣିଥିଲ ତାକୁ ଦେଇଦିଅ।”

କଥାଟା ଅଜବ ବୋଲି ସମସ୍ତେ ଭାବିଲେ। କିନ୍ତୁ ଉପାୟ ବି କିଛି ନଥିଲା। ବରଂ ନିନ୍ଦା ଅପବାଦରୁ ମୁକ୍ତି ପାଇବାକୁ ସ୍କୁଟିଟି ବରଂ ଯାଉ, ଇଜ୍ଜତ ବଞ୍ଚି ରହୁ। ତେଣୁ ବର କଥାରେ ହଁ ମାରିଲେ। ଶେଷରେ ଉର୍ବଶୀଙ୍କ ବାପଘର ଲୋକେ, ବାଧ୍ୟ ହୋଇ ମୁଣ୍ଡ ନୁଆଇଁଥିଲେ। ପୁଅ ନାଁରେ କିଣଯାଇଥିବା ସ୍କୁଟିଟି ତାକୁ ଦେଇଦେଲେ।

ପରେ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ଉର୍ବଶୀଙ୍କୁ ଖୋଜିଥିଲା। ୧୦ ଦିନ ପରେ ଜଙ୍ଗଲରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଯୁବତୀ ଜଣକ ଉଦ୍ଧାର ହେବା ପରେ ମଧ୍ୟ ନିଜ ପ୍ରେମ ସମ୍ପର୍କକୁ ସ୍ୱୀକାର କରିନଥିଲେ। ବଜାରରେ ବୁଲୁଥିବା ବେଳେ ତାଙ୍କ ମୁହଁରେ ହାତ ଦେଇ ତାଙ୍କୁ କେହି ଉଠାଇ ନେଇଥିବା କହିଥିଲେ। ମାତ୍ର କିଏ ଉଠାଇ ନେଲା, ଏତେଦିନ ଯାଏଁ କେଉଁଠି ଥିଲେ ଓ ଗଲାବେଳେ କେମିତି ତାଙ୍କ ଆକାଉଣ୍ଟରୁ ପଇସା ଉଠିଲା, ସେ ସମ୍ପର୍କରେ କିଛି କହୁନାହାନ୍ତି। ଲୋକେ କୁହାକୁହି ହେଉଛନ୍ତି, କାଳେ ଉର୍ବଶୀ ଯେଉଁ ପ୍ରେମିକ ଭରସାରେ ଘର ଓ ବର ଛାଡ଼ି ଚାଲିଯାଇଥିଲେ, ସେଇ ପ୍ରେମିକ କାଳେ ତାଙ୍କୁ ଧୋକା ଦେଲା। ଟଙ୍କା ପଇସା ହାତେଇବା ପରେ ଉର୍ବଶୀକୁ ସର୍ବସ୍ୱାନ୍ତ କରି ଫେରାର୍ ହୋଇଯାଇଛି।



from OdishaReporter https://ift.tt/2NEHjPL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages